ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ


ମେଷ: କାରବାରରେ ଅନିଶ୍ଚିତ ସ୍ଥିତି ଉତ୍ପନ୍ନ ହୋଇପାରେ। କାହାରି ପରାମର୍ଶ ଆପଣଙ୍କ କ୍ୟାରିୟରର ଦିଶା ବଦଳାଇ ଦେବ। ପରିବାରରେ ବାତାବରଣ ଶାନ୍ତିଦାୟକ ରହିବ।

ବୃଷ: ମହିଳାମାନେ ଘର କାମରେ ବ୍ୟସ୍ତ ରହିବେ। କୌଣସି କଥାକୁ ନେଇ ବଡ଼ ଭାଇଙ୍କ ସହିତ ମତଭେଦ ହୋଇପାରେ। ଛାତ୍ରଙ୍କୁ ଲେଖାପଢ଼ାରେ ଅଧିକ ପରିଶ୍ରମ କରିବାକୁ ହେବ।

ମିଥୁନ: ଘରର କୌଣସି ମାମଲାରେ ଆପଣଙ୍କୁ ବଡ଼ ନିଷ୍ପତ୍ତି ନେବାକୁ ହେବ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ।

କର୍କଟ: ପିଲାମାନଙ୍କ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। ଆପଣଙ୍କୁ ନୂଆ ପ୍ରୋଜେକ୍ଟ ମିଳିପାରେ। ପ୍ରେମୀଯୁଗଳ ଏକାନ୍ତରେ ସମୟ ଅତିବାହିତ କରିବେ।

ସିଂହ: ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ। ଅଚାନକ ଖୁସି ଖବର ପାଇପାରନ୍ତି। ଶୀଘ୍ର କାମ ସମାପ୍ତ କରିବାକୁ ଚେଷ୍ଟା କରିବେ। ବିବାହିତଙ୍କ ଲାଗି ଦିନଟି ଆନନ୍ଦମୟ ରହିବ।

କନ୍ୟା: ଦୈନିକ କାର୍ଯ୍ୟରେ ଆପଣ ପୂର୍ଣ୍ଣରୂପେ ସଫଳତା ପାଇବେ। ଆପଣଙ୍କର କିଛି ନୂଆ ବନ୍ଧୁ ହୋଇପାରନ୍ତି। ଚାକିରି ଖୋଜୁଥିବା ଯୁବକଙ୍କୁ ଭଲ ଚାକିରି ମିଳିବ।

ତୁଳା: ଲୋକେ ଆପଣଙ୍କ ବ୍ୟବହାରରେ ପ୍ରଭାବିତ ହେବେ। ଆର୍ଥିକ ସ୍ଥିତି ମଜଭୁତ ରହିବ। କୌଣସି ସାକ୍ଷାତକାର ପାଇଁ ଡାକର ଆସିବ। ପାରିବାରିକ ଜୀବନ ଶାନ୍ତିମୟ ହେବ।

ବିଛା: ଏକତରଫା ଚିନ୍ତା ଆପଣଙ୍କୁ ଅଡ଼ୁଆରେ ପକାଇପାରେ। କୌଣସି ବନ୍ଧୁଙ୍କ ସାହାଯ୍ୟ ନେଇପାରନ୍ତି। ଫୋନ କିଣିବା ଲାଗି ଭାବିବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ।

ଧନୁ: ମୁଣ୍ଡରେ ଘୂରି ବୁଲୁଥିବା ବିଚାର ବଳରେ ଉନ୍ନତି ହେବ। କୌଣସି ପ୍ରିୟବନ୍ଧୁ ସହିତ କଥା ହୋଇପାରନ୍ତି। ସମାଜରେ ଯଶ ଖ୍ୟାତି ବଢ଼ିବ। ପାରିବାରିକ ସ୍ତରରେ ଖୁସି ବୃଦ୍ଧି ହେବ।

ମକର: ଦିନଟି ବ୍ୟସ୍ତତାରେ କଟିବ। କିଛି ମାମଲାରେ ଭାବୁକ ହୋଇପାରନ୍ତି। ପୁରୁଣା ଜମିରୁ ଧନଲାଭ ହେବ। ଛାତ୍ରଙ୍କୁ କ୍ୟାରିୟର ସମ୍ବନ୍ଧରେ ଶୁଭ ସୂଚନା ମିଳିବ।

କୁମ୍ଭ: ଯେଉଁ କାମ କରିବାକୁ ଚାହିଁବେ ସେହି କାମ ଆରାମରେ ସଂପୂର୍ଣ୍ଣ ହୋଇଯିବ। ଚାକିରିଜୀବୀଙ୍କୁ ଭଲ ସୁଯୋଗ ମିଳିବ। ପରିବାରକୁ ଖୁସିର ଆଗମନ ହେବ।

ମୀନ: କୌଣସି ବଡ଼ କାମ ଭାଇଙ୍କ ସାହାଯ୍ୟରେ ପୂରା ହୋଇଯିବ। ଟ୍ରାଭେଲ୍ ଏଜେନ୍ସି କ୍ଷେତ୍ରରେ ଥିବା ଲୋକଙ୍କର ଆୟ ଭଲ ହେବ। ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ।

NewsLaxmi7

About Author

You may also like

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସଫଳତା ହାସଲ କରିବା ଲାଗି ତତ୍ପର ରହିବେ। ଆପଣଙ୍କ ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। ଗବେଷଣାରୁ ନୂଆ ତଥ୍ୟ ପାଇବେ। ବୃଷ: ମନ୍ଦିରକୁ ଠାକୁର ଦର୍ଶନ
ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସଫଳତା ହାସଲ କରିବା ଲାଗି ତତ୍ପର ରହିବେ। ଆପଣଙ୍କ ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। ଗବେଷଣାରୁ ନୂଆ ତଥ୍ୟ ପାଇବେ। ବୃଷ: ମନ୍ଦିରକୁ ଠାକୁର ଦର୍ଶନ