ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ


ମେଷ: ଆପଣଙ୍କ କାମର ପ୍ରଶଂସା ହେବ। ଜନ ସଂପର୍କ ବଢ଼ିବ। ନୂଆ ଜିନିଷ କିଣି ପାରନ୍ତି। ଘରେ କୌଣସି ଉତ୍ସବ ପାଇଁ ବାତାବରଣ ଆନନ୍ଦମୟ ରହିବ।

ବୃଷ: ଭାଗ୍ୟର ଦ୍ବାର ଖୋଲିପାରେ। ସବୁ କାମରେ ସଫଳତା ହାସଲ କରିବେ। ନୂଆ ବାହନ କିଣିବା ଲାଗି ବିଚାର କରିବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।

ମିଥୁନ: ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। ବ୍ୟବସାୟରେ ଉନ୍ନତି ପାଇଁ ନୂଆ ରଣକୌଶଳ ତିଆରି କରିବେ। ସନ୍ତାନ ପକ୍ଷରୁ ଭଲ ଖବର ପାଇବେ।

କର୍କଟ: ଆମଦାନି ପାଇଁ ନୂଆ ସୁଯୋଗ ପାଇବେ। ଅଫିସରେ ଆପଣଙ୍କର ସ୍ଥିତି ମଜଭୁତ ହେବ। ଜମି କିଣିବା ପାଇଁ ଯୋଜନା କରିବେ। ରାତିରେ ଭଲ ନିଦ ହେବ।

ସିଂହ: ନିଜର ପ୍ରତିଭା ଅନୁସାରେ ଆପଣଙ୍କୁ ଯଥେଷ୍ଟ କାମ ମିଳିବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ଆପଣଙ୍କ ଜୀବନକୁ ବହୁତ ଭଲ ସଂପର୍କ ଆସିବ।

କନ୍ୟା: ମାନସିକ ରୂପେ ଅଶାନ୍ତି ମୁକ୍ତ ରହିବେ। ବ୍ୟବସାୟରେ ମନ ଚାହୁଁଥିବା ଲାଭ ପାଇବେ। ବନ୍ଧୁ ସହଯୋଗରେ ଶତ୍ରୁଙ୍କୁ ଦମନ କରିବେ। ପାରିବାରିକ ଜୀବନ ସୁଖକର ହେବ।

ତୁଳା: ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ପାଇବେ। ଶତ୍ରୁ କ୍ଷତି କରିପାରିବେ ନାହିଁ। ଚାକିରିରେ ଥିବା ବ୍ୟକ୍ତି ନୂଆ କାମର ଅନ୍ବେଷଣ କରିବେ।

ବିଛା: ଦିନଟି ଭଲ‌ରେ ଆରମ୍ଭ ହେବ। ସନ୍ଧ୍ୟା ବେଳେ ‌ଛୋଟ କଥାକୁ ନେଇ ଘରେ ବିବାଦ ହେବ। ଶତ୍ରୁଙ୍କ ଷଡ୍‌ଯନ୍ତ୍ର ପ୍ରଘଟ ହୋଇଯିବ। ଚାକିରିରେ କିଛି ପରିବର୍ତ୍ତନ ହୋଇପାରେ।

ଧନୁ: ନୂଆ କାମ ଆରମ୍ଭ କରନ୍ତୁ, ସଫଳତା ପାଇବେ। ରାଜନୀତିରେ ଆର୍ଥିକ ଲାଭ ହେବ। ପ୍ରିୟଜନଙ୍କ ସହିତ ମିଶିବା ଲାଗି ଭଲ ସମୟ। ଛାତ୍ରଙ୍କୁ ଭଲ ପରିଣାମ ମିଳିବ।

ମକର: ବ୍ୟବସାୟର ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ। ଟେଲିଭିଜନ ଦୁନିଆରେ ଭାଗ୍ୟ ପରୀକ୍ଷା ପାଇଁ ଦିନଟି ଶୁଭ। ଚାକିରିରେ ପଦୋନ୍ନତି ମିଳିପାରେ।

କୁମ୍ଭ: ପୂଜାପାଠରେ ସମୟ ବିତିବ। ବନ୍ଧୁ ଓ ଭାଇଙ୍କର ସହଯୋଗ ପାଇବେ। ଆୟ ବଢ଼ିପାରେ ଓ ପଦୋନ୍ନତି ବି ମିଳିପାରେ। ରାଜନୀତିରେ ଖ୍ୟାତି ଅର୍ଜନ କରିବେ।

ମୀନ: ଭାବିଚିନ୍ତି କାମ କରନ୍ତୁ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଚାକିରିରେ କିଛି ପରିବର୍ତ୍ତନ ହୋଇପାରେ। ସ୍ବାସ୍ଥ୍ୟ ଭଲ ରହିବ। ଦାମ୍ପତ୍ୟ ସମ୍ବନ୍ଧ ସୁଖଦ ହେବ।

NewsLaxmi7

About Author

You may also like

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସଫଳତା ହାସଲ କରିବା ଲାଗି ତତ୍ପର ରହିବେ। ଆପଣଙ୍କ ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। ଗବେଷଣାରୁ ନୂଆ ତଥ୍ୟ ପାଇବେ। ବୃଷ: ମନ୍ଦିରକୁ ଠାକୁର ଦର୍ଶନ
ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସଫଳତା ହାସଲ କରିବା ଲାଗି ତତ୍ପର ରହିବେ। ଆପଣଙ୍କ ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। ଗବେଷଣାରୁ ନୂଆ ତଥ୍ୟ ପାଇବେ। ବୃଷ: ମନ୍ଦିରକୁ ଠାକୁର ଦର୍ଶନ