ମେଷ: ମନର ଆଶା ପୂରଣ ହେବ । କାର୍ଯ୍ୟ ସଫଳ ହେବ । ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ପୁଞ୍ଜିନିବେଶ ଲାଭଜନକ ହେବ । ଆର୍ଥିକ ଲାଭ ଓ ଉନ୍ନତିର ସମ୍ଭାବନା ରହିଛି । ବନ୍ଧୁ-ପରିଜନରେ ଖୁସି ମନାଇବାର ସୁଯୋଗ ମିଳିପାରେ । ଘରର ଜଣେ ସଦସ୍ୟଙ୍କ ଦାମ୍ପତ୍ୟ ଜୀବନରେ ସମସ୍ୟା ହେତୁ ଅସନ୍ତୋଷ ରହିପାରେ । ବ୍ୟବସାୟିକ କାର୍ଯ୍ୟକଳାପ ସୁରୁଖୁରୁରେ •ଲିବ । ବିଲଡର୍ସ ଏବଂ ସମ୍ପତ୍ତି ଡିଲରମାନେ ଲାଭ କରିବେ । ବୈବାହିକ ଜୀବନ ସ୍ୱାଭାବିକ ହେବ । ତେବେ ଶାରୀରିକ ଓ ମାନସିକ ଦୁର୍ବଳତା ଅନୁଭବ କରିପାରନ୍ତି ।
ମେଷ: ମନର ଆଶା ପୂରଣ ହେବ । କାର୍ଯ୍ୟ ସଫଳ ହେବ । ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ପୁଞ୍ଜିନିବେଶ ଲାଭଜନକ ହେବ । ଆର୍ଥିକ ଲାଭ ଓ ଉନ୍ନତିର ସମ୍ଭାବନା ରହିଛି । ବନ୍ଧୁ-ପରିଜନରେ ଖୁସି ମନାଇବାର ସୁଯୋଗ ମିଳିପାରେ । ଘରର ଜଣେ ସଦସ୍ୟଙ୍କ ଦାମ୍ପତ୍ୟ ଜୀବନରେ ସମସ୍ୟା ହେତୁ ଅସନ୍ତୋଷ ରହିପାରେ । ବ୍ୟବସାୟିକ କାର୍ଯ୍ୟକଳାପ ସୁରୁଖୁରୁରେ •ଲିବ । ବିଲଡର୍ସ ଏବଂ ସମ୍ପତ୍ତି ଡିଲରମାନେ ଲାଭ କରିବେ । ବୈବାହିକ ଜୀବନ ସ୍ୱାଭାବିକ ହେବ । ତେବେ ଶାରୀରିକ ଓ ମାନସିକ ଦୁର୍ବଳତା ଅନୁଭବ କରିପାରନ୍ତି ।
ମିଥୁନ: ଅସୁସ୍ଥତା, ମାନସିକ ଅବସାଦ, ବିଷମ ପରିସ୍ଥିତି ଓ ଆର୍ଥିକ ସମସ୍ୟା ଭିତରଦେଇ ଗତି କରିବାକୁ ପଡ଼ିପାରେ । ସ୍ୱାସ୍ଥ୍ୟ ଚିନ୍ତା ଘାରିବ । ବ୍ୟବସାୟ-ବାଣିଜ୍ୟ ବା ଶିଳ୍ପ କାରବାରରେ କିଛି ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ । ଦୂରଯାତ୍ରା ସ୍ପୃହଣୀୟ ନୁହେଁ । ପେଟ ଗୋଳମାଳ ସହ ପାଗ ପରିବର୍ତ୍ତନଜନିତ ସମସ୍ୟା ଦେଖାଦେଇପାରେ । କୌଣସି ପ୍ରକାର ଅର୍ଥନୈତିକ କାରବାରରୁ ଦୂରେଇ ରୁହନ୍ତୁ । ମନୋରଞ୍ଜନରେ ସମୟ ଅତିବାହିତ କରିପାରନ୍ତି । ମଧୁମେହ ରୋଗୀମାନେ ସେମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ଉଚିତ ।
କର୍କଟ: ଦୁର୍ଘଟଣା, ଅସୁସ୍ଥତା, ପେଟ ଗୋଳମାଳ, ମାନସିକ ଅବସାଦ, ପାରିବାରିକ ସମସ୍ୟା, ଅର୍ଥହାନି ଆଦି ଦେଖାଦେଇପାରେ । କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ । ଯଦି ଆପଣ ବୀମା କିମ୍ବା ବିନିଯୋଗ ସହ ଜଡିତ ଏକ ଯୋଜନା କରୁଛନ୍ତି, ତେବେ ଏହା ତୁରନ୍ତ କାର୍ଯ୍ୟକାରୀ ନ କରି କିଛିଟା ବିଳମ୍ବ କରନ୍ତୁ । ଋଣ କାରବାର କରନ୍ତୁ ନାହିଁ । ସହଭାଗିତାରେ କରାଯାଉଥିବା ବ୍ୟବସାୟ ଏକ ଯୋଜନାବଦ୍ଧ ଢଙ୍ଗରେ କରିବା ଆବଶ୍ୟକ । ସ୍ୱାମୀ-ସ୍ତ୍ରୀ ସମ୍ପର୍କ ଆନ୍ତରିକ ରହିବ ।
ସିଂହ: ସୁଖସମ୍ପଦ, ସୁଖାଦ୍ୟ ଭୋଜନ, ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି । ନକାରାତ୍ମକ ଜିନିଷ ମଧ୍ୟ ଆପଣଙ୍କୁ ବିବ୍ରତ କରିପାରେ । ଆୟ ସହିତ ଖର୍ଚ୍ଚର ମଧ୍ୟ ଆଧିକ୍ୟ ରହିବ । ନିଜର ବଜେଟ ଅନୁସାରେ ଖର୍ଚ୍ଚ କରନ୍ତୁ । ବ୍ୟବସାୟ ସହ ଜଡିତ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ଦରକାର ମନେହେଲେ ଜଣେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନେବା ଭଲ । କୌଣସି ଛୋଟ ଜିନିଷକୁ ନେଇ ଜୀବନସାଥୀଙ୍କ ସହ ଝଗଡା ନ ହେବା ଉଚିତ । ନିଜର ଆଚରଣକୁ ସକାରାତ୍ମକ ରଖିବା ଜରୁରୀ ।
କନ୍ୟା: ଆର୍ଥିକ କାରବାରରେ ଲାଭ ମିଳିବ । ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ । କିଛି ସମୟ ଧରି •ଲିଆସୁଥିବା ସମସ୍ୟାର ସମାଧାନ ପାଇବା ଦ୍ୱାରା ଆପଣ ଆଶ୍ୱସ୍ତି ଅନୁଭବ କରିବେ । ପରିଶ୍ରମ ଅନୁଯାୟୀ ସୁଫଳ ପାଇବେ । ପ୍ରତିଯୋଗିତାପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ଲାଗି ବହୁ ପରିଶ୍ରମ କରିବାକୁ ପଡ଼ିପାରେ । ବୃଥା ବିବାଦ, କଳିଝଗଡ଼ା, ମାଲିମକଦ୍ଦମା ଭିତରେ ନ ପଶିବା ବିଜ୍ଞତାର ପରି•ୟକ । କାଦୁଅରେ ପଶନ୍ତୁ ନାହିଁ କି ଗୋଡ଼ ଧୋଇବାର ପରିଶ୍ରମ କରନ୍ତୁ ନାହିଁ । •ପ ଯୋଗୁଁ ମାଂସପେଶୀୟ ଯନ୍ତ୍ରଣା ହୋଇପାରେ ।
ତୁଳା: ଦୁଃଖ, ଯାତନା ସହ ଉଦ୍ବେଗ ଦେଖାଦେଇପାରେ । ଇଷ୍ଟ ମନନଶୀଳ ରହନ୍ତୁ, ଅଶୁଭ ପରିସ୍ଥିତିକୁ ଏଡ଼ାଇପାରିବେ । କିଛି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସୃଷ୍ଟି ହୋଇପାରେ । ଅନ୍ୟମାନଙ୍କ କଥା ଉପରେ ଧ୍ୟାନ ନ ଦେଇ ଆପଣଙ୍କର କାର୍ଯ୍ୟଦକ୍ଷତା ଉପରେ ବିଶ୍ୱାସ କରନ୍ତୁ । ଆପଣଙ୍କର ବ୍ୟବସାୟିକ କାର୍ଯ୍ୟକଳାପକୁ ଗୁପ୍ତ ରଖନ୍ତୁ । କାରଣ ଆପଣଙ୍କ ଯୋଜନା ଅନ୍ୟମାନଙ୍କ ନିକଟରେ ପ୍ରକାଶ ପାଇଲେ ତାହା ଭଣ୍ଡୁର ହୋଇପାରେ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ପରିବାରର ସମର୍ଥନ ନେବା ଉଚିତ ।