
ମେଷ: ଆପଣଙ୍କ କାମର ପ୍ରଶଂସା ହେବ। ପର୍ଯ୍ୟାପ୍ତ ଧନ ମିଳିବାର ଯୋଗ ଅଛି। ନୂଆ ଜିନିଷ କିଣି ପାରନ୍ତି। ସନ୍ଧ୍ୟାରେ ପରିବାର ଲୋକଙ୍କ ସହ ଜରୁରୀ କଥା ହେବେ।

ବୃଷ: ଭାଗ୍ୟର ଦ୍ବାର ଖୋଲିପାରେ। ସବୁ କାମରେ ସଫଳତା ହାସଲ କରିବେ। ଆର୍ଥିକ କ୍ଷେତ୍ରରେ ସ୍ଥିରତା ରହିବ। ପ୍ରିୟତମଙ୍କ ସହ ସମୟ କାଟିବା ଲାଗି ଯୋଜନା କରିବେ।

ମିଥୁନ: ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ପ୍ରସିଦ୍ଧି ମିଳିବ। ବ୍ୟବସାୟରେ ଉନ୍ନତି ହେବ। ସନ୍ତାନ ପକ୍ଷରୁ ଭଲ ଖବର ପାଇବେ।

କର୍କଟ: ଦିନଟି ପୂର୍ବ ଅପେକ୍ଷା ଭଲ ରହିବ। ଅଫିସରେ ଆପଣଙ୍କର ସ୍ଥିତି ମଜଭୁତ ହେବ। ରାଜନୀତିରେ ସଫଳତା ପାଇବେ। ରାତିରେ ଭଲ ନିଦ ହେବ।

ସିଂହ: ପ୍ରତିଭା ଅନୁସାରେ ଆପଣଙ୍କୁ ଯଥେଷ୍ଟ କାମ ମିଳିବ। ସନ୍ତାନ ପ୍ରତି ବିଶ୍ବାସ ବଢ଼ିବ। ଆପଣଙ୍କ ଜୀବନକୁ ବହୁତ ଭଲ ସଂପର୍କ ଆସିବ। ସଙ୍ଗୀତ ଶୁଣିବା ଲାଗି ରୁଚି ବଢ଼ିବ।

କନ୍ୟା: ମାନସିକ ରୂପେ ଅଶାନ୍ତି ମୁକ୍ତ ରହିବେ। ପେସାଦାର ବ୍ୟବସାୟୀଙ୍କୁ ଧନଲାଭର ସୁଯୋଗ ମିଳିବ। ବନ୍ଧୁ ସହଯୋଗରେ ଶତ୍ରୁଙ୍କୁ ଦମନ କରିବେ।

ତୁଳା: ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବାର ସୁଯୋଗ ପାଇବେ। ଶତ୍ରୁ କ୍ଷତି କରି ପାରିବେ ନାହିଁ। ଚାକିରିଆ ନୂଆ କାମର ଅନ୍ବେଷଣ କରିବେ।

ବିଛା: କୌଣସି ପାରିବାରିକ ଦାୟିତ୍ବ ଆପଣଙ୍କୁ ପ୍ରଦାନ କରାଯାଇପାରେ। କାମ ଧନ୍ଦାରେ ଆପଣ ସଫଳତା ପାଇବେ। ଅନ୍ୟ କାହାରି ମାମଲାରେ ଦଖଲ ଦିଅନ୍ତୁ ନାହିଁ।

ଧନୁ: ନୂଆ କାମ ଆରମ୍ଭ କରନ୍ତୁ, ସଫଳତା ପାଇବେ। ଫିଲ୍ମ କ୍ଷେତ୍ରରେ ସଂଘର୍ଷ କରୁଥିବା କଳାକାରଙ୍କୁ ସୁଯୋଗ ମିଳିବ। ଆତ୍ମବିଶ୍ବାସ ପୂର୍ବ ଅପେକ୍ଷା ମଜଭୁତ ହେବ।

ମକର: ପେସାଦାର ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ଟିଭି ଦୁନିଆରେ ଭାଗ୍ୟ ପରୀକ୍ଷା ପାଇଁ ଦିନଟି ଶୁଭ। ରାଜନୈତିକ ଲୋକଙ୍କୁ କୌଣସି ସମ୍ମାଜନକ ପଦ ମିଳିବ।

କୁମ୍ଭ: ପୂଜାପାଠରେ ସମୟ ବିତିବ। ଜରୁରୀ କାମରେ ବାପାଙ୍କର ସାହାଯ୍ୟ ପାଇବେ। କୋର୍ଟ କଚେରି ମାମଲାରେ ଆଶ୍ବସ୍ତି ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।

ମୀନ: ତରବରିଆ ଭାବେ କାମ କଲେ ଭୁଲ୍ ହୋଇପାରେ। ବ୍ୟବସାୟୀଙ୍କୁ ଧନଲାଭ ହେବ। ଚାକିରିରେ କିଛି ପରିବର୍ତ୍ତନ ହୋଇପାରେ। ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ।