ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ


ମେଷ: ସ୍ଥଗିତ କାମ ବନ୍ଧୁ ମାଧ୍ୟମରେ ପୂରା ହେବ। ନିକଟ ସଂପର୍କୀୟଙ୍କ ଠାରୁ ଖୁସି ଖବର ପାଇବେ। ବାପା ମାଆଙ୍କ ସହ କୌଣସି ଧର୍ମାନୁଷ୍ଠାନକୁ ଯିବେ।

ବୃଷ: କାର୍ଯ୍ୟରେ ସଫଳତା ପାଇବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସ୍ବଚ୍ଛଳ ରହିବ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ।

ମିଥୁନ: କୌଣସି କାମରେ ଅଧିକ ଯାଆସ କରିବାକୁ ପଡ଼ିପାରେ। ଅଫିସରେ ଆପଣଙ୍କୁ ପଦୋନ୍ନତି ମିଳିବ। ପରିବାରରେ କାହା ସହିତ ତର୍କବିତର୍କ ହେବ।

କର୍କଟ: କୌଣସି ବଡ଼ ନିଷ୍ପତ୍ତି ନେବେ। ନିଜର ଶକ୍ତିକୁ ଠିକ୍ ଦିଗରେ ବିନିଯୋଗ କରନ୍ତୁ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ରାଜନୀତିରେ ସଫଳତା ପାଇବେ।

ସିଂହ: ଚାକିରିଆଙ୍କ ଲାଗି ଦିନଟି ଭଲ। ବିବାହ ଯୋଗ୍ୟ ଯୁବକଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଇଂଜିନିୟରିଂ ଛାତ୍ରଙ୍କ ଲାଗି ଦିନଟି ଶୁଭ।

କନ୍ୟା: ଆପଣଙ୍କ ମନ ଶାନ୍ତ ରହିବ। ପରିଶ୍ରମର ସୁଫଳ ପାଇବେ। ଅଫିସ କାମ ପାଇଁ ଦିନଟି ଅନୁକୂଳ ରହିବ। ବରିଷ୍ଠ ଆପଣଙ୍କ କଥାକୁ ଗମ୍ଭୀରତାର ସହ ଗ୍ରହଣ କରିବେ।

ତୁଳା: ଦିନଟି ଆତ୍ମବିଶ୍ବାସ ଭରା ରହିବ। ଶାନ୍ତ ରହି ବିବାଦର ସମାଧାନ କରନ୍ତୁ। ମନୋରଂଜନ କାର୍ଯ୍ୟରେ ଅଧିକ ସମୟ ଓ ଅର୍ଥ ବ୍ୟୟ କରନ୍ତୁ ନାହିଁ।

ବିଛା: ସମ୍ମୁଖକୁ ଆସୁଥିବା ଆହ୍ବାନକୁ ସହଜରେ ସମାଧାନ କରିପାରିବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ନୂଆ ଲୋକଙ୍କ ସହିତ ସାକ୍ଷାତରେ ଆପଣଙ୍କୁ ଲାଭ ହେବ।

ଧନୁ: ପୂର୍ବ କଥା ନେଇ ଟିକେ ଅଶାନ୍ତିରେ ରହିବେ। ନିଜର ଲୋକ ଆପଣଙ୍କୁ ଠିକ୍ ଦିଗ ଦେଖାଇବେ। ଅଫିସ କାମରେ କୌଣସି ଆହ୍ବାନ ଆସିବ।

ମକର: ପରିବାର ସମ୍ବନ୍ଧରେ କୌଣସି ଖୁସି ଖବର ପାଇବେ। ପ୍ରିୟ ବନ୍ଧୁ ସହ ମିଶିବାର ସୁଯୋଗ ପାଇବେ। ପ୍ରେମ ପ୍ରସଙ୍ଗ ପ୍ରତି ଆକର୍ଷଣ ଅନ୍ୟ ଦିନ ଅପେକ୍ଷା ଅଧିକ ରହିବ।

କୁମ୍ଭ: ଦିନଟି ବ୍ୟସ୍ତତାରେ କଟିବ। ଜୀବନସାଥୀ ଓ ପିଲାମାନଙ୍କ ଠାରୁ ଢେର୍ ଆନନ୍ଦ ପାଇବେ। ଗୁରୁଙ୍କ ସହ ଆପଣଙ୍କର ସାକ୍ଷାତ ହେବ।

ମୀନ: ଯାହା ବି କାମ କରିବାକୁ ଚାହିବେ ତାହା ପୂରା ହୋଇଯିବ। ବ୍ୟବସାୟୀଙ୍କ ଲାଗି ଦିନଟି ଉତ୍ତମ। ଶିକ୍ଷାର୍ଥୀଙ୍କର ଲେଖାପଢ଼ାରେ ମନ ଲାଗିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।