ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ


ମେଷ: ବେପାରରେ ଲାଭ-କ୍ଷତି ଲାଗି ରହିବ। ଜୀବନସାଥୀଙ୍କୁ ମନ କଥା ଜଣାନ୍ତୁ। ନ ଭାବିଚିନ୍ତି କାହାରିକୁ ପଇସା ଧାର ଦିଅନ୍ତୁ ନାହିଁ।

ବୃଷ: ଆପଣଙ୍କୁ ନୂଆ ସଫଳତା ହାସଲ ହେବ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ପ୍ରସିଦ୍ଧି ମିଳିବ। ଆପଣ ଭଲ କାମ ପାଇଁ ସମ୍ମାନିତ ହେବେ।

ମିଥୁନ: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବେ। ଜମି କିଣିଲେ ଲାଭ ହେବ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ।

କର୍କଟ: ପ୍ରିୟବନ୍ଧୁ ସହ ସାକ୍ଷାତ ହେବ। ଲେଖକ କୌଣସି ସମାରୋହ‌ରେ ସମ୍ମାନିତ ହେବେ। ସାମାଜିକ ସଂଗଠନରେ ଥିବା ଲୋକଙ୍କର ପଦ ପ୍ରତିଷ୍ଠା ବୃଦ୍ଧି ହେବ।

ସିଂହ: ପୂରା ଦିନ ଆପଣଙ୍କର ପ୍ରସନ୍ନତା ବଜାୟ ରହିବ। ଅଫିସରେ ସହକର୍ମୀଙ୍କ ସାହାଯ୍ୟ ପାଇବେ। ନୂଆ ଚାକିରିର ସୁଯୋଗ ଅଛି।

କନ୍ୟା: ବ୍ୟବସାୟରେ ବିସ୍ତାର କରିବେ। ସରକାରୀ ଚାକିରିଆଙ୍କୁ ନୂଆ ଦାୟିତ୍ବ ମିଳିବ। ବାଣିଜ୍ୟ ଛାତ୍ରଙ୍କୁ କିଛି ନୂଆ ଶିଖିବାକୁ ମିଳିବ।

ତୁଳା: କୌଣସି ଧାର୍ମିକ ଅନୁଷ୍ଠାନରେ ସାମିଲ ହେବେ। ସ୍ବାସ୍ଥ୍ୟରେ ସୁଧାର ହେବ। ଶୀତବସ୍ତ୍ର ବ୍ୟବସାୟୀଙ୍କୁ ଆଶାଠୁଁ ଅଧିକ ଲାଭ ମିଳିବ।

ବିଛା: ଅନ୍ୟ କାହାର ପରାମର୍ଶ ନେଲେ ସ୍ଥଗିତ କାର୍ଯ୍ୟ ପୂରା ହେବ। ଇସ୍ପାତ ବ୍ୟବସାୟୀଙ୍କର ଉନ୍ନତି ହେବ। ଦାମ୍ପତ୍ୟ ଜୀବନରେ ନୂଆ ନୂଆ ଖୁସି ପାଇବେ।

ଧନୁ: ବ୍ୟବସାୟୀଙ୍କୁ ଆର୍ଥିକ ଲାଭ ଯୋଗ ଅଛି। କାର୍ଯ୍ୟକ୍ଷେତ୍ରରେ ଛୋଟଛୋଟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ପ୍ରିୟବନ୍ଧୁ ସହ ଦେଖା ହେବ।

ମକର: ରାଜନେତାଙ୍କୁ ପଦ ପ୍ରତିଷ୍ଠା ମିଳିବ। ଛୋଟିଆ ବେପାରୀଙ୍କୁ ଧନଲାଭ ହେବ। ଅଫିସରେ ଆପଣଙ୍କର କାମ ପ୍ରଶଂସିତ ହେବ।

କୁମ୍ଭ: ଭାବିଥିବା କାମ ଶୀଘ୍ର ପୂରା ହୋଇଯିବ। କାମରେ ବଡ଼ଭାଇର ସହଯୋଗ ପାଇବେ। ଗୃହିଣୀ ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ପୂରା କରିନେବେ।

ମୀନ: କଳାକାରଙ୍କୁ ଲାଭ ମିଳିବାର ଯୋଗ ଅଛି। ଅବିବାହିତଙ୍କର ବିବାହ ଲାଗି ଭଲ ପ୍ରସ୍ତାବ ଆସିବ। ଚାକିରିରେ ପଦୋନ୍ନତି ମିଳିପାରେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।