ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ


ମେଷ: ଆପଣ ନିଜ କାମ ନିଜେ କରନ୍ତୁ; ଅନ୍ୟମାନଙ୍କ ଭରସାରେ ଛାଡ଼ନ୍ତୁ ନାହିଁ। ପିଲାମାନେ ଖେଳକୁଦରେ ଅଧିକ ସମୟ ଅତିବାହିତ କରିବେ। ପ୍ରେମ ଜୀବନ ଭଲ ରହିବ।

ବୃଷ: ପୂର୍ବରୁ କରିଆସୁଥିବା ଯୋଜନା ପୂରା ହେବ। ପରିବାରରେ ସମସ୍ତଙ୍କ ସହ ସମ୍ବନ୍ଧ ଭଲ ରହିବ। ନୂଆ ବେପାର ଆରମ୍ଭ କରି ପାରନ୍ତି। ଅଫିସରେ ସ୍ଥିତି ଠିକ୍ ରହିବ।

ମିଥୁନ: ଆପଣଙ୍କ ମନ ଲିଖନ କାର୍ଯ୍ୟରେ ଲାଗି ରହିବ। ପଇସା ନେବା ଦେବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଅଫିସରେ କୌଣସି କାମ ପାଇଁ ପୁରସ୍କାର ପାଇବେ।

କର୍କଟ: ମନପ୍ରାଣ ଢାଳି କାମ କଲେ ସଫଳତା ପାଇବେ। ସମସ୍ତଙ୍କ ସହ ଭଲ ସମ୍ବନ୍ଧ ବଜାୟ ରଖନ୍ତୁ। ବନ୍ଧୁ ସହ ମିଶିବା ଲାଗି ଯୋଜନା ସ୍ଥିର କରିବେ। ଦାମ୍ପତ୍ୟ ଜୀବନ ଭଲ ରହିବ।

ସିଂହ: ବ୍ୟବସାୟ ମାମଲାରେ ନିକଟ ସଂପର୍କୀୟଙ୍କ ସାହାଯ୍ୟ ପାଇବେ। ଛାତ୍ର କୌଣସି ପ୍ରତିଯୋଗିତାରେ ଭାଗ ନେବେ। ନବ ବିବାହିତ ଦମ୍ପତିଙ୍କ ସମ୍ବନ୍ଧରେ ମଧୁରତା ବଜାୟ ରହିବ।

କନ୍ୟା: ଆପଣଙ୍କର ସବୁ କାମ ସହଜରେ ପୂରା ହୋଇଯିବ। ଉଜ୍ଜ୍ବଳ ଭବିଷ୍ୟତ ଲାଗି ଯୋଜନା କରିବେ। ବ୍ୟବସାୟୀ ବରିଷ୍ଠ ଲୋକଙ୍କ ସହ ମିଶିବେ। ପାରିବାରିକ ଜୀବନ ସୁଖମୟ ହେବ।

ତୁଳା: ଦିନଟି ଉତ୍ସାହ ଭରା ରହିବ। ଅଳଙ୍କାର ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ଶିକ୍ଷାର୍ଥୀ ନୂଆ ପାଠ୍ୟକ୍ରମରେ ପ୍ରବେଶ ଲାଗି ସ୍ଥିର କରିବେ। ଘର ପାଇଁ ଜିନିଷ କିଣିବେ।

ବିଛା: ଆପଣଙ୍କୁ କୌଣସି ବଡ଼ କଂପାନିରୁ ଅର୍ଡର ମିଳିବ। ପାରିବାରିକ ଜୀବନରେ ଉତ୍ସାହର ପରିବେଶ ରହିବ। ପଡ଼ୋଶୀ ଆପଣଙ୍କ କାମରେ ସାହାଯ୍ୟ କରିବେ।

ଧନୁ: ଚାକିରି ବୃତ୍ତିରେ ନିଜ କ୍ଷମତାଠୁଁ ଅଧିକ ଦାୟିତ୍ବ ନେବେ। ଜୀବନସାଥୀଙ୍କୁ ଖୁସି ରଖିବା ଲାଗି ଉପହାର ଦେବେ। ଛାତ୍ରଙ୍କୁ କୌଣସି କାମରେ ଭଲ ପରିଣାମ ମିଳିବ।

ମକର: ଅଫିସରେ ବ୍ୟର୍ଥ କଥାଠୁଁ ଦୂରରେ ରହନ୍ତୁ। ନୂଆ ପ୍ରକଳ୍ପରେ କାମ କରିବା ଲାଗି ଭଲ ଦିନଟିଏ। ଜମିରେ ନିବେଶ ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ।

କୁମ୍ଭ: ମାତାପିତାଙ୍କ ଆଶୀର୍ବାଦ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ସାହାଯ୍ୟ କରିବ। ରାଜନୀତି କ୍ଷେତ୍ରରେ ଥିବା ଲୋକ ସକ୍ରିୟ ଭୂମିକା ନିର୍ବାହ କରିବେ। ପିଲାମାନଙ୍କ ଲାଗି ଅଧିକ ଖର୍ଚ୍ଚ କରିବେ।

ମୀନ: ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ଆପଣଙ୍କ କାମ କମ୍ ସମୟରେ ପୂରା ହୋଇଯିବ। ପରିବାର ଲୋକ ଆପଣଙ୍କ ସପକ୍ଷରେ ରହିବେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।