ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: କୌଣସି କାମରେ ବିଭିନ୍ନ ପ୍ରକାର ଆହ୍ବାନର ସମ୍ମୁଖୀନ ହେବେ। ଧୈର୍ଯ୍ୟଧରି କାମ କଲେ ଯାଇ ସଫଳତା ପାଇବେ। ପାରିବାରିକ ଜୀବନ ସୁଖକର ହେବ।

ବୃଷ: ପୂର୍ବ ବିଚାରକୁ ତ୍ୟାଗ କରି ନୂଆ ବିଚାର ଗ୍ରହଣ କରିବେ। ନୂଆ କ୍ୟାରିୟର ଆରମ୍ଭ ପାଇଁ ଭଲ ସମୟ। ଘରେ ସୁଖ ସମୃଦ୍ଧି ବଜାୟ ରହିବ।

ମିଥୁନ: ବଳକା କାମ ପୂରା କରିବାରେ ବ୍ୟସ୍ତ ରହିବେ। କୌଣସି ବନ୍ଧୁ ପଇସା ଧାର ମାଗି ପାରନ୍ତି। ଜୀବନସାଥୀଙ୍କ ସହ ବଡ଼ ସହରକୁ ବୁଲି ଯିବାର ଯୋଜନା କରିପାରନ୍ତି।

କର୍କଟ: ଆର୍ଥିକ ସ୍ଥିତିରେ ସୁଧାର ହେବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଜୀବନସାଥୀଙ୍କ ପ୍ରତି ଆପଣ ବ୍ୟବହାର ବଦଳାଇବା ଦରକାର।

ସିଂ‌ହ: ସନ୍ଧ୍ୟାରେ ବନ୍ଧୁ ସହ କଥା ହୋଇ ଭଲ ଲାଗିବ। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ। ଅଫିସରେ ଆପଣଙ୍କୁ କୌଣସି ଦାୟିତ୍ବପୂର୍ଣ୍ଣ କାମ ମିଳିବ।

କନ୍ୟା: ଆପଣଙ୍କ ସଂପର୍କରେ ଆସୁଥିବା ପ୍ରତ୍ୟେକ ଲୋକଙ୍କ ସହ ପ୍ରେମପୂର୍ଣ୍ଣ ବ୍ୟବହାର କରିବେ। କାମର ଗତି ଟିକେ ମନ୍ଥର ରହିବ। ବ୍ୟବସାୟୀଙ୍କୁ ଭଲ ଲାଭ ହେବ।

ତୁଳା: ଲାଭପ୍ରଦ ‌ଜିନିଷକୁ ମହତ୍ତ୍ବ ଦିଅନ୍ତୁ। ନିଜ ଶକ୍ତିର ପ୍ରୟୋଗ ଠିକ୍ ଜାଗାରେ କରନ୍ତୁ। ବନ୍ଧୁ ଓ କାମ ମଧ୍ୟରେ ଭାରସାମ୍ୟ ବଜାୟ ରଖନ୍ତୁ।

ବିଛା: କୌଣସି ଆଇନ ମାମଲାରେ ଆରାମ ପାଇବେ। ସଂଚାର କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ। କମିସନି କାମ କରୁଥିବା ଲୋକଙ୍କୁ ସାବଧାନ ରହିବାକୁ ହେବ।

ଧନୁ: ମନରେ ନୂଆ ଜିନିଷ ଜାଣବା ଲାଗି ଉତ୍ସୁକତା ବଢ଼ିବ। ପୂର୍ବରୁ କରିଥିବା ନିବେଶରୁ ଲାଭ ପାଇବେ। ବେକାରଙ୍କୁ ରୋଜଗାରର ଅବସର ମିଳିବ।

ମକର: ବ୍ୟବସାୟରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଅଧ୍ୟାପକଙ୍କ ଲାଗି ଦିନଟି ବହୁତ ଭଲ। ପରିବାର ଲୋକଙ୍କ ସହ କୌଣସି ଗମ୍ଭୀର ବିଷୟରେ କଥା ହେବେ।

କୁମ୍ଭ: ଭାବିଥିବା କାମ ପୂରା ହେବ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ବହୁତ ଭଲ। ଜୀବନସାଥୀଙ୍କ ସହଯୋଗରେ କୌଣସି କାମରେ ସଫଳତା ପାଇବେ।

ମୀନ: ଜୀବନସାଥୀଙ୍କ ସହ ମିଶି ଘରର କାମ ପୂରା କରିବାକୁ ଚେଷ୍ଟା କରିବେ। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ। ଅବିବାହିତଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିବ।

NewsLaxmi7

About Author

You may also like

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସଫଳତା ହାସଲ କରିବା ଲାଗି ତତ୍ପର ରହିବେ। ଆପଣଙ୍କ ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। ଗବେଷଣାରୁ ନୂଆ ତଥ୍ୟ ପାଇବେ। ବୃଷ: ମନ୍ଦିରକୁ ଠାକୁର ଦର୍ଶନ
ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସଫଳତା ହାସଲ କରିବା ଲାଗି ତତ୍ପର ରହିବେ। ଆପଣଙ୍କ ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। ଗବେଷଣାରୁ ନୂଆ ତଥ୍ୟ ପାଇବେ। ବୃଷ: ମନ୍ଦିରକୁ ଠାକୁର ଦର୍ଶନ