କଳା ଓ ସଂସ୍କୃତି ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ


ମେଷ: ଭାଗୀଦାରି କାରବାରରେ ଲାଭ ପାଇବେ। ଅଫିସରେ ଆପଣଙ୍କ କାମକୁ ନେଇ ଉପରିସ୍ଥ କର୍ମଚାରୀ ଅସନ୍ତୁଷ୍ଟ ହୋଇପାରନ୍ତିି।

ବୃଷ: ବ୍ୟବସାୟର ସଉଦା ଲାଗି ଦୂର ସ୍ଥାନକୁ ଯିବା ପାଇଁ ଚିନ୍ତା କରିବେ। କୌଣସି ବ୍ୟକ୍ତିଙ୍କୁ ଅଧିକ ବିଶ୍ବାସ କରନ୍ତୁ ନାହିଁ। ପ୍ରେମରେ ସଫଳତା ପାଇବେ।

ମିଥୁନ: ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। ବନ୍ଧୁଙ୍କ ପରାମର୍ଶ କାମରେ ଆସିବ। ବେପାରରେ ଉନ୍ନତି ହେବ। ଚାକିରିଜୀବୀଙ୍କୁ ପଦୋନ୍ନତି ମିଳିବ।

କର୍କଟ: ପୂଜାର୍ଚ୍ଚନାରେ ଅଧିକ ସମୟ ବିତିବ। ମନରେ କିଛି ନୂଆ କରିବାର ଆଗ୍ରହ ସୃଷ୍ଟି ହେବ। ସୁସମ୍ବାଦ ପାଇବେ। ପ୍ରେମ ସମ୍ବନ୍ଧ ପାଇଁ ଦିନଟି ଭଲ।

ସି˚ହ: ଆତ୍ମଚିନ୍ତନରେ ସମୟ ବିତିବ। ନୂଆ କାମକୁ ନୂଆ କୌଶଳରେ କରିବାକୁ ଚେଷ୍ଟା କରିବେ। ଧନ ସମ୍ବନ୍ଧିତ ସ୍ଥିତି ଭଲ ରହିବ।

କନ୍ୟା: ବ୍ୟବସାୟରେ ନୂଆ ଉପାୟର ଉପଯୋଗ କରନ୍ତୁ, ଲାଭ ହେବ। ଅର୍ଥ ନେବା-ଦେବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ପାରିବାରିକ ଜୀବନ ସୁଖମୟ ହେବ।

ତୁଳା: କିଛି ନୂଆ କରିବା ପାଇଁ ଦିନଟି ଶୁଭ। ଅର୍ଥ ସମ୍ବନ୍ଧୀୟ ମାମଲା ସହଜରେ ସମାଧାନ ହୋଇଯିବ। ରାଜନୀତିରେ ସଫଳତା ପାଇବେ।

ବିଛା: ଆପଣଙ୍କୁ କୌଣସି ମହତ୍ତ୍ବପୂର୍ଣ୍ଣ ସୂଚନା ମିଳିପାରେ। ନୂଆ ଲୋକଙ୍କ ସହିତ ସ˚ପର୍କ ହେବ। ବ୍ୟବସାୟରେ ଭଲ ଲାଭ ପାଇବେ।

ଧନୁ: ଆପଣ ଶାନ୍ତ ଓ ଚିନ୍ତା ମୁକ୍ତ ରହିବେ। ବେପାରୀଙ୍କୁ ଆୟର ନୂଆ ମାର୍ଗ ମିଳିବ। ବ୍ୟାଙ୍କ ବାଲାନ୍‌ସ ବୃଦ୍ଧି ହେବ। ପ୍ରିୟଜନଙ୍କୁ ମନକଥା କହିବେ।

ମକର: ପ୍ରିୟତମଙ୍କ ସହିତ ଲମ୍ବା ସମୟ ଧରି ମୋବାଇଲ୍‌ରେ କଥା ହେବେ। ଆଇନ ମାମଲା ନୂଆ ମୋଡ଼ ନେବ। ଛାତ୍ରଙ୍କୁ ଭଲ ପରିଣାମ ପ୍ରାପ୍ତ ହେବ।


କୁମ୍ଭ: ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଉତ୍ତମ। ଓକିଲଙ୍କୁ ନୂଆ ମକଦ୍ଦମା ମିଳିପାରେ। କୃଷିଜୀବୀଙ୍କୁ ଲାଭ ମିଳିପାରେ।

ମୀନ: କାର୍ଯ୍ୟକ୍ଷେତ୍ରରେ ଲାଗିରହିଥିବା ବିଶୃଙ୍ଖଳା ଦୂର ହେବ। ଧନଲାଭର ନୂଆ ସ୍ରୋତ ଦୃଷ୍ଟିଗୋଚର ହେବ। ପ୍ରେମ ସମ୍ବନ୍ଧ ମଜଭୁତ ହେବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,