ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ


ମେଷ: ଆପଣଙ୍କର ଧ୍ୟାନ ଆଧ୍ୟାତ୍ମିକ ଦିଗରେ ଅଧିକ ଲାଗି ରହିବ। ଶାନ୍ତ ମନରେ କାମ କରନ୍ତୁ, କାମ ସଂପୂର୍ଣ୍ଣ ହେବ। ପ୍ରିୟତମଙ୍କ ସହିତ ସମ୍ବନ୍ଧ ଉତ୍ତମ ରହିବ।

ବୃଷ: ପ୍ରଭାବଶାଳୀ ଲୋକଙ୍କ ସହଯୋଗରେ ଆପଣଙ୍କର ଉତ୍ସାହ ଦିଗୁଣା ହେବ। କୌଣସି ନିକଟ ସଂପର୍କୀୟଙ୍କ ସହିତ ସାକ୍ଷାତ ହେବ। ଅଫିସରେ ଉତ୍ସାହଜନକ କାମ ମିଳିପାରେ।

ମିଥୁନ: ଅଫିସରେ ନୂଆ ଦାୟିତ୍ବ ଗ୍ରହଣ କରିବେ। ଆର୍ଥିକ ସ୍ଥିତି ଭଲ ରହିବ। ବ୍ୟବସାୟୀଙ୍କୁ ଭଲ ସୁଯୋଗ ମିଳିବ। ବିବାହ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି।

କର୍କଟ: ଭାବିଥିବା କାମ ନିଜ ବଳରେ ସଂପୂର୍ଣ୍ଣ କରିବେ। ବେକାରଙ୍କ ଲାଗି ଚାକିରିର ସୁଯୋଗ ଆସିବ। ପାରିବାରିକ କାମରେ ଘର ଲୋକ ସାହାଯ୍ୟ କରିବେ।

ସିଂହ: ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଖଟାମିଠା ରହିବ। ବ୍ୟବସାୟରେ ନୂଆ ଗତି ଦେବାକୁ ଚେଷ୍ଟା କରିବେ।

କନ୍ୟା: କରୁଥିବା କାମରେ ଲାଭ ପାଇବେ। କାହାରି ସହିତ ଯୁକ୍ତିତର୍କ କରନ୍ତୁ ନାହିଁ। ଘରର ପରିବେଶ ଶାନ୍ତିପୂର୍ଣ୍ଣ ରହିବ। ପ୍ରେମୀଯୁଗଳ ଏକାନ୍ତରେ ସମୟ ଅତିବାହିତ କରିବେ।

ତୁଳା: ବ୍ୟବସାୟ କାମରେ ବାହାରକୁ ଯାଇପାରନ୍ତି। ବୁଲାବୁଲି ଓ ମନୋରଂଜନ କାର୍ଯ୍ୟରେ ସମୟ ବିତିବ। ସମ୍ବନ୍ଧରେ ମଧୁରତା ଆସିବ। ରାଜନୀତିରେ ଆର୍ଥିକ ଲାଭ ହେବ।

ବିଛା: ଧାର୍ମିକ କାର୍ଯ୍ୟରେ ସହଯୋଗ କରନ୍ତୁ, ଚାକିରିରେ ଉନ୍ନତି ହେବ। ବ୍ୟବସାୟରେ ଲାଭ ପାଇବେ। ସାମାଜିକ ସଭାରେ ଆବଶ୍ୟକତା ଠାରୁ ଅଧିକ କୁହନ୍ତୁ ନାହିଁ।

ଧନୁ: ଅଫିସରେ ଆପଣଙ୍କୁ ଅଧିକ ସମୟ କାମ କରିବାକୁ ପଡ଼ିବ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ଅବିବାହିତଙ୍କ ଲାଗି ଦିନଟି ବହୁତ ଭଲ ରହିବ।

ମକର: ତରବରିଆ ଭାବେ କୌଣସି କାମ କରନ୍ତୁ ନାହିଁ। କାହାରି ପ୍ରରୋଚନାରେ ପଡ଼ନ୍ତୁନାହିଁ। ଅନାବଶ୍ୟକ ଯାତ୍ରା ପରିହାର କରନ୍ତୁ। କାମ ସକାରାତ୍ମକ ଭାବେ ସଂପୂର୍ଣ୍ଣ ହେବ।

କୁମ୍ଭ: କୌଣସି ପ୍ରୋଜେକ୍ଟରେ ଅଧିକ ଲାଭ ହୋଇପାରେ। ଅଧିକ କାମ କରିବା ଯୋଗୁଁ କ୍ଳାନ୍ତ ଅନୁଭବ କରିବେ। କାହାରି ପ୍ରତି ଆପଣଙ୍କ ମତ ନିଜ ମଧ୍ୟରେ ସୀମିତ ରଖନ୍ତୁ।

ମୀନ: କାମ ପ୍ରତି ଆପଣଙ୍କର ଏକାଗ୍ରତା ବଜାୟ ରହିବ। କିଛି ନୂଆ ଲୋକଙ୍କ ସହିତ ମିଶିବା ପାଇଁ ମଉକା ମିଳିପାରେ। ପରିବାରରେ କାହାରି ସହିତ ମତଭେଦ ହେବ।

NewsLaxmi7

About Author

You may also like

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସଫଳତା ହାସଲ କରିବା ଲାଗି ତତ୍ପର ରହିବେ। ଆପଣଙ୍କ ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। ଗବେଷଣାରୁ ନୂଆ ତଥ୍ୟ ପାଇବେ। ବୃଷ: ମନ୍ଦିରକୁ ଠାକୁର ଦର୍ଶନ
ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସଫଳତା ହାସଲ କରିବା ଲାଗି ତତ୍ପର ରହିବେ। ଆପଣଙ୍କ ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। ଗବେଷଣାରୁ ନୂଆ ତଥ୍ୟ ପାଇବେ। ବୃଷ: ମନ୍ଦିରକୁ ଠାକୁର ଦର୍ଶନ