ଖେଳ

ଜାଡେଜାଙ୍କ ପଥରେ ମାହି : ଘରକୁ ଆସିଲେ ନୂଆ ଅତିଥୀ, ଇନଷ୍ଟାରେ ଭିଡିଓ ସେୟାର କଲେ ସାକ୍ଷୀ

ନୂଆଦିଲ୍ଲୀ ୭/୫ : ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଘରକୁ ଆସିଲେ ନୂଆ ଅତିଥୀ । ଆଫଣ ହୁଏତ ଆଶ୍ଚର୍ଯ୍ୟ ହୋଇପାରନ୍ତି । କିନ୍ତୁ ଏକଥା ସତ, ମହେନ୍ଦ୍ର ସିଂହ ଧୋନୀ ହେଇଛନ୍ତି ବହୁତ ପଶୁପ୍ରେମୀ । ସେଥାପାଇଁ ତାଙ୍କୁ ଘରକୁ ଆସିଛି ଗୋଟିଏ ଘୋଡା । ଆଉ ତାର ନାଁ ରହିଛି ଚେତକ । ଇନଷ୍ଟାରେ ଭିଡିଓ ସେୟାର କରି ଫ୍ୟାନକୁ ଜଣାଇଛନ୍ତି ଧୋନୀଙ୍କ ପତ୍ନୀ ସାକ୍ଷୀ ଧୋନୀ ।

ସାକ୍ଷୀ କହିଛନ୍ତି ଚେତକ ଆପଣଙ୍କୁ ଆମ ଘରକୁ ସ୍ୱାଗତ । ଚେତକ ତମେ ଆମ ଲିଲି(ପୋଷା କୁକୁର) ଙ୍କୁ ସହଜରେ ଗ୍ରହଣ କରିଥିବାରୁ ତମକୁ ଅଶେଷ ଧନ୍ୟବାଦ । ଏଠାରେ କହିରଖୁଛୁ ଧୋନିଙ୍କ ରାଞ୍ଚିରେ ଏକ ଫାର୍ମ ହାଉସ୍ ଅଛି । ଯେଉଁଠାରେ ସେ ଷ୍ଟ୍ରବେରୀ ଠାରୁ ଆରମ୍ଭ କରି ଅନେକ ଫଳମୂଳ ପନିପରିବା ଚାଷ ହୋଇଥାଏ । ଧୋନିଙ୍କ ଏହି ଫାର୍ମ ହାଉସକୁ ନେଇ ସର୍ବଦା ଚର୍ଚା ହୋଇଥାଏ ।

ବାଇକ ସୌକିନ ଥିବା ମାହି ଏବେ ଭାରତୀୟ ଦଳର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପଥ ଅନୁସରଣ କରୁଛନ୍ତି । ଜଦ୍ଦୁଙ୍କୁ ଘୋଡା ବହୁତ ପସନ୍ଦ । ସେ ମଧ୍ୟ ଘୋଡା ପାଇଁ ଏକ ଫାର୍ମ ହାଉସ ବନାଇଛନ୍ତି । ତାଙ୍କ ଫାର୍ମହାଉସରେ ବିଭିନ୍ନ ପ୍ରଜାତି ଘୋଡା ସବୁ ରହିଛି ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ