ଖେଳ

ଜାଜା-ପ୍ରିନସେସ୍ ଅଫ୍ ଟେବୁଲ୍ ଟେନିସ୍ : ମାତ୍ର ୧୨ ବର୍ଷରେ ଅଲିମ୍ପିକରେ ଏଣ୍ଟ୍ରି, ଟୋକିଓରେ ସର୍ବକନିଷ୍ଠ ଖେଳାଳି

ଟୋକିଓ, ୨୪/୦୭ : ବୟସ ମାତ୍ର ୧୨ ବର୍ଷ । କିନ୍ତୁ ସେ ହେଉଛନ୍ତି ଟୋକିଓ ଅଲିମ୍ପିକ୍ସର ସର୍ବକନିଷ୍ଠ ଖେଳାଳି । ସେ ହେଲେ ସିରିଆର ବାଳିକା ତଥା ଟେବୁଲ୍‌ ଟେନିସ୍‌ ଖେଳାଳି ହେଣ୍ଡ୍ ଜାଜା । କମ୍ ବୟସରୁ ସେ ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ହାସଲ କରିବା ନେଇ ଲକ୍ଷ୍ୟ ରଖିଛନ୍ତି । ଏହାସହ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।

ହେଣ୍ଡ୍ ଜାଜା ହେଉଛନ୍ତି ଅଲିମ୍ପିକ୍ସ ଇତିହାସର ଅନ୍ୟତମ ସର୍ବକାଳୀନ ସର୍ବକନିଷ୍ଠ ଖେଳାଳି । ଏହାସହ ସେ ସର୍ବକନିଷ୍ଠ ଟେବୁଲ ଟେନିସ୍‌ ଖେଳାଳି ମଧ୍ୟ। ଜାଜାଙ୍କ ଜନ୍ମ ୨୦୦୯ ମସିହା ଜାନୁଆରୀ ମାସରେ । ତାଙ୍କ ପୂର୍ବରୁ ୧୯୬୮ରେ ଶୀତକାଳୀନ ଅଲିମ୍ପିକ୍ସରେ ୧୧ ବର୍ଷର ଫିଗର ସ୍କେଟର୍‌ ବିଟ୍ରିସ୍‌ ହେସ୍ତଲୁ ଭାଗ ନେଇଥିଲେ ।

ଏବେ ଜାଜା ଅନ୍ତର୍ଜାତୀୟ ଟେବୁଲ୍‌ ଟେନିସ୍ ମାନ୍ୟତାରେ ଏବେ ୧୩ ବର୍ଷରୁ କମ୍‌ ବାଳିକା ବର୍ଗରେ ରହିଛନ୍ତି। ଇସ୍ରାଏଲରେ ଯୁଦ୍ଧର କରୋନାର ଭଯଙ୍କର ସ୍ଥିତିକୁ ପଛରେ ପକାଇ ସେ ନିଜ ଲକ୍ଷ୍ୟପଥରେ ଆଗେଇ ଚାଲିଥିଲେ । ଜାଜଙ୍କ ବ୍ୟତୀତ ବ୍ରିଟେନ୍‌ର ୧୩ ବର୍ଷୀୟ ସ୍କେଟବୋର୍ଡର ସ୍କାଏ ବ୍ରାଉନ୍‌ ମଧ୍ୟ ‌ଟୋକିଓରେ ପଦାର୍ପଣ କରିବେ।

ସୂଚନାଯୋଗ୍ୟ, ଅଲିମ୍ପିକ୍ସର ୧୨୫ ବର୍ଷ ଇତିହାସରେ ସର୍ବକନିଷ୍ଠ ଅଲିମ୍ପିଆନ୍‌ ହେଲେ ଗ୍ରିକ୍ ଜିମ୍ନାଷ୍ଟ ଦିମିତ୍ରାଏସ୍‌ ଲୌଣ୍ଡ୍ରସ୍‌ । କମ୍ ବୟସର ଖେଳାଳି ଭାବେ ଏହି ବଡ ଟୁର୍ଣ୍ଣାମେଣ୍ଟ ଖେଳିବାର ରେକର୍ଡ ତାଙ୍କ ନାମରେ ରହିଛି ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ