ଅପରାଧ ରାଜ୍ୟ

ଜଳ ‌‌ଶୋଷୁଛି ଶିଳ୍ପ, ନିୟମକୁ କାରଖାନା କର୍ତ୍ତୃପକ୍ଷଙ୍କ ଅଣଦେଖା

ରାଉରକେଲା: ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନଦୀ ଜଳ ପରିଚାଳନା ଯୋଗୁ ରାଜ୍ୟରେ ନଦୀଗୁଡ଼ିକ ଶୁଷ୍କ ହେଉଛି। ବିଭିନ୍ନ କଳକାରଖାନା ଓ ଶିଳ୍ପଗୁଡ଼ିକୁ ଯେତିକି ପରିମାଣର ଜଳ ନେବାକୁ ଅନୁମତି ମିଳିଛି, ତା’ଠାରୁ ଢ଼େର ଅଧିକ ଜଳ ନଦୀରୁ ଉଠାଉଛନ୍ତି। ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍କ, ସୁବର୍ଣ୍ଣରେଖା, ବଂଶଧାରା, ଋଷିକୁଲା, ଇଦ୍ରାବତୀ, ଇବ୍‌, ନାଗାବଳୀ, ତେଲ ଆଦି ଛୋଟ ବଡ ନଦରୁ ଶିଳ୍ପ କାରଖାନାମାନେ ଜଳ ଉଠାଉଛନ୍ତି। ସରକାରଙ୍କ ସମସ୍ତ ନୀତିନିୟମକୁ ଜଳାଞ୍ଜଳି ଦେଇ ମନଇଚ୍ଛା ନଦୀଗୁଡ଼ିକୁରୁ ଜଳ ଉଠାଉଛନ୍ତି। ଠିକ୍‌ ଭାବେ ଜଳ କର ବିଭାଗୀୟ ଅଫିସ୍‌ରେ ଦାଖଲ କରୁଛନ୍ତି। ଅନେକ କଳକାରଖାନା ଉପରେ ଏବେ ବି ଲକ୍ଷ ଲକ୍ଷ ଟଙ୍କା ଜଳ କର ବାକି ପଡିଛି। ଏପରି ଭାବେ ସୁନ୍ଦରଗଡ଼ ଜିଲ୍ଲାର ଶିଳ୍ପ କାରଖାନା ଗୁଡ଼ିକ ଉପରେ କୋଟି କୋଟି ଟଙ୍କାର ଜଳ କର ବାକି ପଡିଛି।

ଜଳ କର ଆଦାୟ କରାଯାଉ ନାହିଁ କି ଏମାନଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ସୁନ୍ଦରଗଡ଼ ଜିଲ୍ଲାରେ ଏଭଳି ସାଂଘାତିକ ସ୍ଥିତି ଉପୁଜିଛି। ଜିଲ୍ଲାରେ ପ୍ରବାହିତ ଇବ୍‌, ବ୍ରାହ୍ମଣୀ ସମେତ ଅନେକ ଛୋଟ ବଡ ନଦୀରୁ ଶିଳ୍ପ କାରଖାନା ଜଳ ଉଠାଉଛନ୍ତି। କେବଳ ଜଳ ଶୋଷୁ ନାହାନ୍ତି ବରଂ ନଦୀଗୁଡ଼ିକୁ ବିନା ଟ୍ରିଟ୍‌ମେଣ୍ଟରେ କଳକାରଖାନାରୁ ନିର୍ଗତ ବିଷାକ୍ତ ପାଣି ନଦୀଗୁଡ଼ିକୁ ଛାଡୁଛନ୍ତି। ଜିଲ୍ଲାରେ ସବୁଠୁ ବେଶି ପ୍ରଦୁଷିତ ହେଉଛି ବ୍ରାହ୍ମଣୀ ନଦୀ। ବଣାଇଁଗଡ, ଲହୁଣିପଡା, କଲୁଙ୍ଗା, ଲାଠିକଟା, ରାଜଗାଙ୍ଗପୁର ସମେତ ସୁନ୍ଦରଗଡ଼ ଅନ୍ୟ କିଛି ବ୍ଲକରେ ଏଭଳି ସାଂଘାତିକି ସ୍ଥିତି ଉପୁଜିଛି। ବର୍ଷ ବର୍ଷ ଧରି ଏଭଳି କାରଖାନା ମାଲିକମାନେ ଏଭଳି ବେଆଇନ କାର୍ଯ୍ୟ କରୁଥିଲେ ହେଁ ଉଭୟ ଜଳ ସମ୍ପଦ ଓ ପ୍ରଦୂଷଣ ବିଭାଗ ଆଖି ବୁଜିଦେଇଛନ୍ତି।

ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କାହିଁକି ଦୁଇ ବିଭାଗ ସାହସ କରୁ ନାହାନ୍ତି, ତାକୁ ନେଇ ସନ୍ଦେହ ସୃଷ୍ଟି ‌ହୋଇଛି। ସେପଟେ ନଦୀ ଜଳ ଦୂଷିତ ହେଉଥିବାରୁ ସ୍ଥାନୀୟ ବସ୍ତିବାସିନ୍ଦାଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିଛି। ସ୍ନାନ ପାଇଁ ମଧ୍ୟ ଅସ୍ବାସ୍ଥ୍ୟକର ହୋଇପଡିଛି। ଏଭଳି ଦୂଷିତ ନଦୀ ଜଳର ସ୍ନାନ କରିବା କାରଣରୁ ମଣିଷ ଓ ପଶୁପକ୍ଷୀ ବିଭିନ୍ନ ଚର୍ମରୋଗରେ ଆକ୍ରାନ୍ତ ହେଉଛନ୍ତି। କାରଖାନା ମାଲିକମାନେ ଧାର୍ଯ୍ୟ ପରିମାଣର ଜଳଠାରୁ ବହୁ ଅଧିକ ପରିମାଣର ଜଳ ନେଉଥିବାରୁ ନଦୀଗୁଡ଼ିକର ଜଳ ସଙ୍କଟ ଦେଖାଯାଇଛି। ସୁନ୍ଦରଗଡ଼ ଜିଲ୍ଲାର ଖଣି ଅଞ୍ଚଳରୁ ଲୁହାପଥର ଗୁଣ୍ଡ କରି ବଡ ବଡ ପାଇପ ଯୋଗେ ପାଣିରେ ମିଶାଇ ପାରାଦ୍ବୀପ ବନ୍ଦର ଓ କାରଖାନା ପର୍ଯ୍ୟନ୍ତ ପଠାଯାଉଛି। ଫଳରେ ସୁନ୍ଦରଗଡ଼ରେ ନଦୀଗୁଡ଼ିକ ଶୁଖିଗଲାଣି। ଗ୍ରୀଷ୍ମ ଦିନରେ ସ୍ଥିତି ଆହୁରି ସଙ୍ଗିନ ହୋଇପଡୁଛି।

ନଦୀ ଜଳ ଶୁଖି ଯାଉଥିବାରୁ ଏହାର ପ୍ରଭାବ ଭୂତଳ ଜଳସ୍ତର ଉପରେ ପଡୁଛି। ପାହାଡିଆ ଅଞ୍ଚଳବାସୀଙ୍କୁ ଖରାଦିନେ ପାଣି ଟୋପେ ପାଇଁ କିଲୋମିଟର କିଲୋମିଟର ପର୍ଯ୍ୟନ୍ତ ଯିବାକୁ ପଡୁଛି। ବଣଜଙ୍ଗଲର ପଶୁପକ୍ଷୀମାନେ ପିଇବାକୁ ପାଣି ନ ପାଇ ଜନବସତି ମୁହାଁ ହେଉଛନ୍ତି। ମାଛମାରି ଜୀବିକା ନିର୍ବାହ କରୁଥିବା ପରିବାର ରୋଜଗାର ‌ହରାଉଛନ୍ତି। କେବଳ ଏତିକି ନୁହେଁ ବାଲିର କୁ ପରିଚାଳନା ଯୋଗୁ ଜିଲ୍ଲାର ନଦୀଗୁଡ଼ିକ ଖୁବଶୀଘ୍ର ଶୁଖିବାକୁ ବସିଲାଣି। ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲର ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରି ବାଲି ପରିବହନକାରୀମାନଙ୍କୁ ଲାଇସେନ୍ସ ଦିଆଯାଉଛି। ବାଲି ମାଫିଆ ଓ ସ୍ଥାନୀୟ ତହସିଲଦାର, ଆରଆଇଙ୍କ ଭିତିରି ସଲାସୁତୁରାରୁ ସରକାର କେବଳ ରାଜସ୍ବ ହରାଉ ନାହାନ୍ତି ବରଂ ନଦୀ ଜଳ ଶୁଖୁଛି। ସୁନ୍ଦରଗଡ଼ ଜିଲ୍ଲାର ପ୍ରମୁଖ ନଦୀ ବ୍ରାହ୍ମଣୀର ଏଭଳି ସ୍ଥିତିର ସୁଧାର ଆଣିବାକୁ ସରକାର ସ୍ବତନ୍ତ୍ର ଧ୍ୟାନ ଦେବାର ଆବଶ୍ୟକତା ରହିଛି। ନ ହେଲେ ଆଗାମୀ ଦିନରେ ନଦୀ ପାର୍ଶ୍ବ ଅଞ୍ଚଳରେ ଘୋର ଜଳ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ରହିଛି। ସୁନ୍ଦରଗଡ଼ରେ ନଦୀ ଜଳ ସୁପରିଚାଳନା ପାଇଁ ଜିଲ୍ଲା ବିଜେପି ପକ୍ଷରୁ ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।