ରାଜ୍ୟ ସ୍ପେଶାଲ ରିପୋର୍ଟ

ଜଳୁନି ଷ୍ଟ୍ରିଟ୍‌ ଲାଇଟ୍‌: ବଢ଼ୁଛି ଅସନ୍ତୋଷ, ଅନ୍ଧାରର ଫାଇଦା ଉଠାଉଛନ୍ତି ଅସାମାଜିକ ଲୋକ

ବେତନଟୀ ସଦର: ୧୮ନମ୍ବର ଜାତୀୟ ରାଜପଥର ବୈଶିଙ୍ଗା ବଜାର ଦେଇ ଯାଇଥିବା ଓଭରବ୍ରିଜ ଉପରେ ଓ ବଜାର ଭିତରେ ଯାଇଥିବା ରାସ୍ତାରେ ଲାଗିଥିବା ଶତାଧିକ ଷ୍ଟ୍ରିଟ ଲାଇଟ ଏକ ମାସ ହେବ ଜଳୁନାହିଁ। ଫଳରେ ପଥଚାରୀ ଓ ବଜାର ବାସିନ୍ଦାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ଅନ୍ଧାରର ଫାଇଦା ଉଠାଉଛନ୍ତି ଅସାମାଜିକ ଲୋକ।

ପ୍ରାପ୍ତ ସୂଚନା ମୁତାବକ ରାଜପଥ ସମ୍ପ୍ରସାରଣ ପରେ ବୈଶିଙ୍ଗା ବଜାର ମଧ୍ୟରେ ନିର୍ମିତ ଓଭରବ୍ରିଜ ଓ ଅପ୍ରୋଚ ରୋଡ଼ ଆଲୋକୀ କରଣ ପାଇଁ ଷ୍ଟ୍ରିଟ ଲାଇଟ ଲାଗିଥିଲା।  ରାଜପଥ ପ୍ରାଧିକରଣ ସଂସ୍ଥା ପଥଚାରୀ ଓ ବଜାର ବାସିନ୍ଦାଙ୍କ ପାଇଁ ତଥା ଜନଗହଳି ପୂର୍ଣ୍ଣ ସ୍ଥାନରେ ଉକ୍ତ ସେବା ଯୋଗାଇ ଥିବା ଵେଳେ ବୈଶିଙ୍ଗାର ଜନସାଧାରଣ ଦୀର୍ଘ ଏକ ମାସ ହେବ ଏଵେ ସେଥିରୁ ଵଚିଂତ ହୋଇଛନ୍ତି। କୌଣସି ଯାନ୍ତ୍ରିକ ତ୍ରୁଟି ଜନିତ କାରଣବଶତଃ ମାସେରୁ ଊର୍ଦ୍ଧ୍ବ ହେବ ବଜାର ମଧ୍ୟସ୍ଥ ସମସ୍ତ ଷ୍ଟ୍ରିଟ ଲାଇଟ ବନ୍ଦ ପଡ଼ିଛି।

ଅନ୍ୟପଟେ ଅନ୍ଧାରର ସୁଯୋଗ ନେଇ ବଜାରରେ ଅସାମାଜିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଇଛି। ଏନେଇ ଜାତୀୟ ରାଜପଥରେ ଲାଗିଥିବା ଉକ୍ତ ଲାଇଟ ଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଆଇଆର ଟ୍ରେଙ୍ଗଲ କମ୍ପାନିର ସ୍ଥାନୀୟ ଅଧିକାରୀଙ୍କ କହିବା କଥା କି ଯେ ବୈଶିଙ୍ଗାର କିଛି ସ୍ଥାନୀୟ ବ୍ୟବସାୟୀ ଭାଇମାନେ ମିଶି ବିଳମ୍ବିତ ରାତିରେ ଦୋକାନ ଓ ସାମ୍ନାରେ ପଡ଼ିଥିବା ଆବର୍ଜନା ସବୁକୁ ନେଇ ରାସ୍ତା ପାର୍ଶ୍ୱରେ ଲାଗିଥିବା ପେନାଲ ବୋର୍ଡ ପାଖରେ ନିଆଁ ଲଗେଇ ଜାଳିଛନ୍ତି। ପରେ ସେହି ନିଆଁ ପ୍ରଭାବରେ ପ୍ୟାନେଲ ବୋର୍ଡଟି ସମ୍ପୂର୍ଣ ଜଳି ପୋଡି ନଷ୍ଟ ହୋଇଯାଇଛି, ଯୋଉଁଥିପାଇଁ ଷ୍ଟ୍ରିଟ ଲାଇଟ ଗୁଡିକ ଜଳୁନାହିଁ ଓ ଏନେଇ ସେ ବୈଶିଙ୍ଗା ଥାନାରେ ମଧ୍ୟ ଲିଖିତ ଅଭିଯୋଗ ଦେଇଛନ୍ତି। ସେମିତି ବି ନୂଆ ପ୍ୟାନେଲ ଲଗାଇବା ପାଇଁ ମଧ୍ୟ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ ଯୋଉଁଥିପାଇଁ ଜାତୀୟ ରାଜପଥ ପ୍ରାଧିକରଣର ଅନୁମୋଦନ ଆବଶ୍ୟକ ଓ ଯାହାର ପ୍ରକ୍ରିୟା ଲମ୍ବା ବୋଲି କହିଛନ୍ତି। ଅନ୍ୟପଟେ ପ୍ୟାନେଲ ମରାମତି କରି ଉକ୍ତ ଷ୍ଟ୍ରିଟ ଲାଇଟ ତୁରନ୍ତ ଜଳାଇବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।