ଇଟାୱା (ୟୁପି): ଉତ୍ତରପ୍ରଦେଶର ଇଟାୱାଠାରେ ଦିଲ୍ଲୀ-ଦରଭଙ୍ଗା ସୁପରଫାଷ୍ଟ ଏକ୍ସପ୍ରେସରେ ଭୀଷଣ ଅଗ୍ନିକାଣ୍ଡ ଘଟି ୩ଟି ବଗି ଜଳିଯାଇଛି। ଏହି ଟ୍ରେନ ଇଟାୱାର ସରାୟ ଭୂପତ ରେଳ ଷ୍ଟେସନରେ ଛିଡ଼ା ହୋଇଥିବା ବେଳେ ନିଆଁ ଲାଗିଥିଲା। ଛଟ୍ ପର୍ବ ପାଇଁ ବିହାର ଅଭିମୁଖେ ଯାଉଥିବା ଟ୍ରେନରେ ପ୍ରବଳ ଭିଡି ହୋଇଥିବା ବେଳେ ଏଭଳି ଘଟଣା ଗମ୍ଭୀର ସ୍ଥିତି ସୃଷ୍ଟି କରିଛି । ନିଆଁ ଲାଗିବା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରାଯାଇଛି ଏବଂ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି। ଜଣେ ଯାତ୍ରୀ କହିଛନ୍ତି ଯେ ନିଆଁ ଲାଗିବା ମାତ୍ରେ କୋଚ୍ ଭିତରେ ଦଳାଚକଟା ସ୍ଥିତି ଉପୁଜିଥିଲା ଏବଂ ଏଥିରେ ଅନେକ ଆହତ ହୋଇଥିଲେ। ନିଆଁକୁ ତତ୍କାଳ ଆୟତ୍ତ କରିବା ପାଇଁ କୌଣସି ବ୍ୟବସ୍ଥା ନଥିଲା ଏବଂ ଆମେ ଝରକା ଦେଇ ବାହାରି ଆସିବାକୁ ସକ୍ଷମ ହୋଇଥିଲୁ ବୋଲି ସେ କହିଛନ୍ତି। ନିଆଁ ଲାଗିବା ପରେ ଟ୍ରେନର ଏସ୍-୧, ଏସ୍-୨ ଓ ଏସ୍-୩ ବଗିକୁ ଅଲଗା କରିଦିଆଯାଇଥିଲା। ପ୍ରଥମେ ଏସ୍-୧ରେ ନିଆଁ ଲାଗିଥିଲା ବୋଲି ଜଣାପଡ଼ିଛି।
Trending
- ଜ୍ବରରେ କମ୍ପୁଛି ଗୁହିଆଶାଳ: ରୋଗୀଙ୍କୁ ଡାକ୍ତରଖାନା ନେବାକୁ ନାକେଦମ୍ ହେଲେ ଡାକ୍ତରୀ ଦଳ,ଜଣେ ରୋଗୀ ପାଇଁ ୧୩ଜଣ ଅଟକି ରହିଲେ
- ଆସନ୍ତା ଜୁଲାଇ 7ତାରିଖରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା
- ଜାଣନ୍ତୁ ଆଜିର ରାଶିଫଳ
- ହଜିବାକୁ ବସିଲାଣି ଅଂଶୁପା ହ୍ରଦ
- ସ୍କୁଲର ପାଣିଟାଙ୍କି ଭୁଶୁଡ଼ି ଅନ୍ତେବାସୀ ଛାତ୍ର ମୃତ
- ଜାଣନ୍ତୁ ଆଜିର ରାଶିଫଳ
- ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଜାରି
- ବିଜେଡିର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନ ଭଙ୍ଗା, କାରଣ ଅସ୍ପଷ୍ଟ
Monday, July 8