ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ସମ୍ୱଲପୁର ୦୨/୧୨: ଜଳିଗଲା ନାଇଟ୍ କୋଚ୍ ବସ୍। ବୁର୍ଲାରୁ ଭୁବନେଶ୍ୱର ଅଭିମୁଖେ ଚାଲୁଥିବା ଘରୋଇ ବସ୍ ନାଗରାଜରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଏହି ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି।
ବସ୍ଟି ଗୁରୁବାର ଭୁବନେଶ୍ୱର ନଯାଇ ବୁର୍ଲାରେ ରହିଥିଲା। ବୁର୍ଲା ଏମସିଏଲ ନିକଟରେ ପାୱାର ଚ୍ୟାନେଲ କୂଳରେ ବସ୍ଟି ଛିଡା ହୋଇଥିଲା। ଗୁରୁବାର ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ବସ୍ ରେ ହଠାତ ନିଆଁ ଲାଗିଯାଇଥିଲା । ଏହି ସମୟରେ ବସ୍ ମଧ୍ୟରେ କଣ୍ଡକ୍ଟର ବସିଥିଲେ । ନିଆଁ ଲାଗିବା ଜାଣିବା ପରେ ସେ ବାହାରକୁ ଚାଲି ଆସିଥିଲେ । ଏହା ପରେ ସେ ବୁର୍ଲା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ବସ୍ର ୮୦ପ୍ରତିଶତ ଜଳି ସାରିଥିଲା। ଏନେଇ ବୁର୍ଲା ଅଗ୍ନିଶମ ଅଧିକାରୀ ଲୋକେଶ୍ୱର ପଟେଲ ସୂଚନା ଦେଇଛନ୍ତି । ତେବେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିବା ପାଇଁ ଦୁଇଟି ଅଗ୍ନିଶମ ନିୟୋଜିତ ହୋଇଥିଲେ। ନିଆଁ ଆୟତ୍ତ ହେଉ ହେଉ ବସ୍ ସମ୍ପୂର୍ଣ୍ଣ ଜଳିଯାଇଥିବା ଜଣା ପଡିଛି ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l