ପର୍ଯ୍ୟଟନ ରାଜ୍ୟ

ଜଳସ୍ତର ବୃଦ୍ଧି, ଆଜି ସନ୍ଧ୍ୟାରୁ ଖୋଲିବ ମନ୍ଦିର ଡ୍ୟାମ ଗେଟ

ରାଉରକେଲା: ମୌସୁମୀ ଅବଧି ଶେଷ ହେବା ପରେ ମନ୍ଦିରା ଡ୍ୟାମର ସମସ୍ତ ସ୍ପିଲୱେ ଫାଟକ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା। କିନ୍ତୁ ଗତ ୩ ଦିନ ଧରି ଉପରମୁଣ୍ଡରେ ଲଗାତାର ଅଦିନିଆ ଲଗାଣ ବର୍ଷା ଲାଗିରହିବା ହେତୁ ମନ୍ଦିରା ଡ୍ୟାମକୁ ବହୁ ପରିମାଣର ଜଳ ପ୍ରବାହିତ ହେଉଛି। ମନ୍ଦିରା ଡ୍ୟାମ ଜଳଭଣ୍ଡାର ସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଆଜି ରାତିରେ ପୂର୍ଣ୍ଣ ଜଳଭଣ୍ଡାର ସ୍ତରରେ ପହଞ୍ଚିବାର ସମ୍ଭାବନା ରହିଛି।

ତେଣୁ ଜଳଭଣ୍ଡାରର ସୁରକ୍ଷିତ ସ୍ତର ବଜାୟ ରଖିବା ପାଇଁ ଆଜି (୧୫.୧୧.୨୦୨୧) ସନ୍ଧ୍ୟାରେ ମନ୍ଦିରା ଡ୍ୟାମରେ ଆବଶ୍ୟକତା ଅନୁଯାୟୀ କିଛି ସ୍ପିଲୱେ ଗେଟ୍ ଖୋଲାଯିବ। ଜଳ ନିଷ୍କାସନ ପରେ ତଳିଆ (ଡାଉନଷ୍ଟ୍ରିମ) ଅଞ୍ଚଳରେ ଥିବା ଶଙ୍ଖ ଏବଂ ବ୍ରାହ୍ମଣୀ ନଦୀ ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ରହିଛି। ନଦୀ ପାର୍ଶ୍ଵବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ଏବଂ ନଦୀ ଭିତରେ କୌଣସି କାର୍ଯ୍ୟଧାରା ନକରିବାକୁ ଆରଏସପି ପକ୍ଷରୁ ଅନୁରୋଧ କରାଯାଇଛି।

NewsLaxmi7

About Author

You may also like

ପର୍ଯ୍ୟଟନ

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଦୀର୍ଘଦିନ ପରେ କରୋନା କଟକଣା ମଧ୍ୟରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କୋଭିଡ କଟକଣା ମାନି ଜାତୀୟ ଉଦ୍ୟାନରେ ବୁଲି
ପର୍ଯ୍ୟଟନ

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ, ଏହାର ଅଭିବୃଦ୍ଧି ପାଇଁ ଚଳିତବର୍ଷ ବଜେଟରେ 19 କୋଟି ଟଙ୍କା ବ୍ୟବସ୍ଥା

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ। 2019-20 ଆର୍ଥିକ ବର୍ଷରେ 46 ହଜାରରୁ ଅଧିକ ପର୍ଯ୍ୟଟକ ପରିବେଶ ପର୍ଯ୍ୟଟନର ସୁଯୋଗ ନେଇଥିଲେ। ଏଥିରୁ 6 କୋଟି 85 ଲକ୍ଷ