ରାଜ୍ୟ

ଜଳଭଣ୍ଡାର ଖୁଖିଲା, ଚାଷ କାମକୁ ନିଅଣ୍ଟ; ୩ ଡ୍ୟାମ୍ ଥାଇ ବି ଜଳ ସମସ୍ୟା ସହ ଯୁଝୁଛନ୍ତି ନୀଳଗିରି ଅଞ୍ଚଳର ଚାଷୀ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ନୀଳଗିରି,  (ଦିଲ୍ଲୀପ ସ୍ବାଇଁ): ଚାଷ ପାଇଁ ପାଣିର ଆବଶ୍ୟକତା ରହିଛି। ଖରିଫ ଋତୁକୁ ଛାଡ଼ିଦେଲେ ରବି ଋତୁରେ ଚାଷ କରିବା ପାଇଁ ଚାଷୀମାନେ ପାଣି ସମସ୍ୟାକୁ ସାମ୍ନା କରନ୍ତି। ତେବେ ସମସ୍ୟାର ସମାଧାନ ପାଇଁ ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ଛୋଟବଡ଼ ଡ୍ୟାମ୍‌ ନିର୍ମାଣ କରିଛନ୍ତି। ହେଲେ ଦେଖାଯାଉଛି ଡ୍ୟାମ୍‌ ଚାଷୀଙ୍କ କାମରେ ଲାଗି ପାରୁନି। ବୈଷୟିତ ତ୍ରୁଟି ଓ ଅନ୍ୟ କାରଣ ପାଇଁ ଡ୍ୟାମ୍‌ରେ ପାଣି ଗଚ୍ଛିତ ରହୁନାହିଁ। ଫଳରେ ଡ୍ୟାମ୍‌ ନିର୍ମାଣ କରାଯିବାର ଉଦ୍ଦେଶ୍ୟ ପୂରଣ ହୋଇପାରୁନି। ବାଲେଶ୍ବର ଜିଲ୍ଲା ନୀଳଗିରି ଉପଖଣ୍ଡରେ ସେମିତି ଏକାଧିକ ଡ୍ୟାମ୍‌ ରହିଛି। ଯେଉଁ ଡ୍ୟାମ୍‌ଗୁଡ଼ିକର ଅବସ୍ଥା ସଂଗିନ ହୋଇପଡ଼ିଛି।

ନୀଳଗିରି ଉପଖଣ୍ଡରେ ଖୁମକୁଟ କ୍ଷୁଦ୍ର ଜଳଭଣ୍ଡାର ରହିଛି। ୪.୫ ହେକ୍ଟର ଅଞ୍ଚଳରେ ଥିବା ଏହି ଜଳଭଣ୍ଡାର ଦ୍ବାରା ୧୦୦ ହେକ୍ଟର ଜମିକୁ ଜଳସେଚନ କରାଯିବା ନେଇ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ହେଲେ ଏବେ ଜଳଭଣ୍ଡାରର ସ୍ଥିତି ସଂଗିନ ହୋଇପଡ଼ିଛି। ଦୁର୍ବଳ ବନ୍ଧ ଯୋଗୁ ଜଳଭଣ୍ଡାରରେ ପାଣି ରହୁନାହିଁ। ଫଳରେ ଚାଷଜମିକୁ ପାଣି ମିଳୁନି। ୨୦୧୦-୧୧ ମସିହାରେ ୩୦ ଲକ୍ଷ ଏବଂ ୨୦୨୧-୨୨ ମସିହାରେ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ଜଳଭଣ୍ଡାରର ମରାମତି କାମ ହୋଇଥିଲେ ମଧ୍ୟ କିଛି ଫଳ ନାହିଁ। କେବଳ ଖୁମକୁଟ ନୁହେଁ, ରିସିଆ କ୍ଷୁଦ୍ର ଜଳଭଣ୍ଡାରର ମଧ୍ୟ ସମାନ ସ୍ଥିତି। କୁଲଡ଼ିହା ଅଭୟାରଣ୍ୟ ଭିତରେ ଥିବା ରିସିଆ ଜଳଭଣ୍ଡାରରେ ପାଣି ଅଭାବ ଦେଖାଦେଇଛି। ଟାଙ୍ଗଡ଼ା ନଦୀ ଉପରେ ୪୩୫୦ ଫୁଟ୍‌ ଲମ୍ବର ରିସିଆ ଜଳଭଣ୍ଡାର କେଶିପୁର, ଛତ୍ରପୁର ଓ ତେଲିପାଳ ପଞ୍ଚାୟତର ୪ ହଜାର ୫୦୦ ଏକର ଜମିକୁ ଜଳ ଯୋଗାଇବା ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଥିଲା। ହେଲେ ରକ୍ଷଣାବେକ୍ଷଣ ଅଭାବ ଯୋଗୁ ଜଳଭଣ୍ଡାର ଶୁଖିଲା ପଡ଼ୁଛି। ସେହିପରି ସପ୍ତଘାଟି ଜଳଭଣ୍ଡାରରେ ମଧ୍ୟ ପାଣି ରହୁନାହିଁ।

ଏପରି ସମୟରେ ରବି ଚାଷୀମାନେ ଚିନ୍ତାରେ ଅଛନ୍ତି। ଦିନେ ଯେଉଁ ଚାଷୀ ଜଳସେଚନ ପାଇଁ ଖୁମକୁଟ, ରିସିଆ ଓ ଓ ସପ୍ତଘାଟି ଜଳଭଣ୍ଡାର ଉପରେ ନିର୍ଭର କରୁଥିଲେ, ଆଜି ସେମାନଙ୍କ ପାଇଁ ଉକ୍ତ ଜଳଭଣ୍ଡାଗୁଡ଼ିକରୁ ପାଣି ମିଳିବା ମହରଗ ହୋଇପଡ଼ିଛି। ଯାହାଫଳରେ ଚାଷୀମହଲରେ ନିରାଶା ପ୍ରକାଶ ପାଇଛି। ସମସ୍ୟା ପ୍ରତି ସରକାର ସଚେତନ ହୁଅନ୍ତୁ ଏବଂ ଜଳଭଣ୍ଡାରଗୁଡ଼ିକର ପୁନରୁଦ୍ଧାର ପାଇଁ ଉଦ୍ୟମ କରନ୍ତୁ ବୋଲି ବିଭିନ୍ନ ମହଲରେ ଦାବି ହେଉଛି। ଦାବି ପୂରଣ ନହେଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।