ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଜଳବାୟୁ ସଚେତନତା ପାଇଁ ବୃଦ୍ଧଙ୍କ ୪,୨୫୦ କିମି ପଦଯାତ୍ରା

ଲଣ୍ଡନ : ଜଳବାୟୁ ପରିବର୍ତ୍ତନକୁ ରୋକିବା ନିମନ୍ତେ କାର୍ବନ-କ୍ୟାପ୍ଚର ଉପରେ ଜନସଚେତନତା ସୃଷ୍ଟି ପାଇଁ ଲଣ୍ଡନର ଜନୈକ ୬୦ ବର୍ଷୀୟ ବୃଦ୍ଧ ଲଣ୍ଡନରୁ ଇସ୍ତାନବୁଲ ପର୍ଯ୍ୟନ୍ତ ୪,୨୫୦ କିଲୋମିଟର ପଦଯାତ୍ରା କରିଛନ୍ତି।

କ୍ରେଗ୍ କୋହନ ଜଣେ କାନାଡ଼ୀୟ କିନ୍ତୁ ସେ ଏବେ ଲଣ୍ଡନରେ ସ୍ଥାୟୀ ଭାବେ ବାସ କରୁଛନ୍ତି। ସୋମବାର (ଜୁନ୍ ୫) ସକାଳେ ସେ ତୁର୍କୀର ଗାଲାଟା ବ୍ରିଜଠାରେ ଫିନିଶ ଲାଇନ ପାର ହୋଇଛନ୍ତି। ଏହି ଦିନଟିକୁ ବିଶ୍ବ ପରିବେଶ ଦିବସ ଭାବେ ପାଳନ କରାଯାଉଥିବା ବେଳେ ଏହା ମଧ୍ୟ କୋହନଙ୍କର ୬୦ତମ ଜନ୍ମ ଦିବସ।
କୋହନ ୧୫୩ ଦିନରେ ୧୪ଟି ଦେଶ ଅତିକ୍ରମ କରିସାରିଛନ୍ତି, ଆଉ ତାହା କେବଳ ପାଦରେ ଚାଲିଚାଲି। ୮୨ଟି ସହର ମଧ୍ୟ‌ଦେଇ ଯାତ୍ରା କଲାବେଳେ ତାଙ୍କ ସହ ୭୭ ଜଣ ଅତିଥି ପଦଯାତ୍ରୀ ବି ସାମିଲ ହୋଇଯାଇଥିଲେ। ବ୍ୟବସାୟୀରୁ ଜଳବାୟୁ କାର୍ଯ୍ୟକର୍ତ୍ତାରେ ପରିଣତ ହୋଇଥିବା କୋହନ ଦିନକୁ ୨୫ରୁ ୩୫ କିମି ଚାଲନ୍ତି। କେନ୍ଦ୍ରୀୟ ଲଣ୍ଡନର ଟ୍ରାଫାଲଗାର ସ୍କୋୟାରରୁ ଜାନୁଆରି ୩ ତାରିଖରେ ନବବର୍ଷର ସଂକଳ୍ପନାମା ସହ ସେ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ।
କୋହନ କି ବାର୍ତ୍ତା ପ୍ରଚାର କରୁଛନ୍ତି ବୋଲି ପଚାରିବାରୁ ସେ କହିଛନ୍ତି ଯେ, ଦେଶ, ଜାତି ଓ ପୃଥିବୀର ସୁରକ୍ଷା ଜଳବାୟୁ ଓ ପରିବେଶର ସୁରକ୍ଷା ଉପରେ ନିର୍ଭର କରୁଛି। ଏଥିପାଇଁ ସରକାର, ବଡ଼ବଡ଼ କର୍ପୋରେସନ ବା ରାଜନେତାଙ୍କ ଉପରେ ନିର୍ଭର କରିବାର ଆବଶ୍ୟକତା ନାହିଁ। ଏହା ଆମ୍ଭେମାନେ ବି କରିପାରିବା। ହୁଏତ ମୋ ପରି ସମେସ୍ତ ୧୫୩ ଦିନ ଚାଲିପାରିବେ ନାହିଁ କିନ୍ତୁ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ପରିମାଣ କମାଇବା ପାଇଁ ନିଜ କ୍ଷେତ୍ରରେ ଯାହା ସମ୍ଭବ କରିପାରିବେ।

କୋହନ ବର୍ତ୍ତମାନ ସୁଦ୍ଧା ପାଦରେ ଚାଲିଚାଲି ଫ୍ରାନ୍ସ, ବେଲଜିୟମ, ଜର୍ମାନୀ, ପୋଲାଣ୍ଡ ଓ ହଙ୍ଗେରୀ ପରି ୧୪ଟି ଦେଶ ବୁଲିସାରିଲେଣି। ‌ଚାଲିବା ଦ୍ବାରା ତାଙ୍କୁ କୌଣସି କଷ୍ଟ ହେଉନାହିଁ ବୋଲି କହିଛନ୍ତି କୋହନ। ତେଣୁ ପେଟ୍ରୋଲ ବା ଡିଜେଲ ଗାଡ଼ି ବିନା ବି ଆମେ ବଞ୍ଚିପାରିବା ଏବଂ ଯେତେଦୂର ସମ୍ଭବ କାର୍ବନ-ନିର୍ଗମନ ହ୍ରାସ କରିବା ପାଇଁ ଚେଷ୍ଟା କରିବା ଉଚିତ। ସମସ୍ତେ ଚାହିଲେ ‘ନେଟ୍ ଜିରୋ’ (କାବର୍ନ-ନିର୍ଗମନ-ଶୂନ୍ୟ) ଜୀବନ ଯାପନ କରିବେ। ଚାଲିବା ଆହ୍ବାନକୁ ଗ୍ରହଣ କରି ବିଭିନ୍ନ ବର୍ଗର ୭୭ ଜଣ ଲୋକ ତାଙ୍କ ସାଙ୍ଗରେ ଯୋଗ ଦେଇଥିବା ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ