ଦେଶ ବିଦେଶ ସ୍ୱାସ୍ଥ୍ୟ

ଜରୁରୀକାଳୀନ ବ୍ୟବହାର ପାଇଁ ଆଉ ଏକ କରୋନା ଔଷଧକୁ ମଞ୍ଜୁରୀ ଦେଲା ଡିସିଜିଆଇ

ନୂଆଦିଲ୍ଲୀ: କରୋନାକୁ ମୁକାବିଲା କରିବାକୁ ଜରୁରୀକାଳୀନ ବ୍ୟବହାର ପାଇଁ କେନ୍ଦ୍ର ସରକାର ଆଜି ଆଉ ଏକ ଔଷଧକୁ ମଞ୍ଜୁରୀ ଦେଇଛନ୍ତି | ଔଷଧ ନିର୍ମାଣକାରୀ କମ୍ପାନୀ ଜାଏଡ଼ସ କାଡ଼ିଲା ଦ୍ୱାରା ପ୍ରସ୍ତୁତ ଭିରାଫିନକୁ ଭାରତୀୟ ଔଷଧ ନିୟାମକ ବା DCGI (ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ) ଅନୁମୋଦନ ଦେଇଛି । ଜରୁରୀକାଳୀନ ବ୍ୟବହାର ପାଇଁ DCGI ଏହି ଔଷଧକୁ ବ୍ୟବହାର ପାଇଁ ଅନୁମତି ଦେଇଛି | କରୋନା ରୋଗୀଙ୍କ ପାଇଁ ବର୍ତ୍ତମାନ ଫାଭିପିରାଭିର ଓ ରେମଡେସିଭିର ବ୍ୟବହାର କରାଯାଉଛି | ସୂଚନା ମୁତାବକ କମ୍ପାନୀ ଦାବି କରିଛି ୯୧.୧୫ ପ୍ରତିଶତ ରୋଗୀଙ୍କ କ୍ଷେତ୍ରରେ ଏହା ସଫଳ ହୋଇଛି |

କମ୍ପାନୀ ଦାବି କରିଛି ଯେ ପେଗିଲେଟେଡ୍ ଇଣ୍ଟରଫେରନ୍ ଆଲଫା ୨ ବି (ଭିରାଫିନ) ଔଷଧ ୧୮ ବର୍ଷରୁ ଅଧିକ ବୟସ୍କ ଓ ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ କ୍ଷେତ୍ରରେ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି। ଗତ ସପ୍ତାହରେ କମ୍ପାନୀ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଏହି ଔଷଧ ରୋଗୀଙ୍କୁ ଶୀଘ୍ର ସୁସ୍ଥ କରିବାରେ ସାହାଯ୍ୟ କରିଥାଏ। ରେମଡେସିଭିର ବର୍ତ୍ତମାନ ଦେଶରେ କରୋନା ଚିକିତ୍ସାରେ ବ୍ୟବହୃତ ହେଉଛି।

ସେଥିପାଇଁ ସରକାର ଏହାର କଞ୍ଚାମାଲ ତଥା ଆଣ୍ଟି-ଭାଇରାଲ୍ ଔଷଧ ତିଆରିରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଉପରେ ସୀମା ଶୁଳ୍କ ଛାଡ କରିବାକୁ ଘୋଷଣା କରିଛନ୍ତି। ରେମାଡେସିଭର୍ ଏକ ଆଣ୍ଟି-ଭାଇରାଲ୍ ଔଷଧ | ଇବୋଲା ମହାମାରୀ ସମୟରେ ଏହାର ପରୀକ୍ଷା କରାଯାଇଥିଲା। କରୋନାକୁ ମାତ ଦେବା ପାଇଁ ରେମାଡେସିଭିର ଏକ ଔଷଧ ନୁହେଁ | ଏହା ଶରୀରରେ ଭୂତାଣୁ ବଢ଼ିବାରେ ରୋକିଥାଏ ବୋଲି ଜଣାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ