ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଜମ୍ମୁ-କାଶ୍ମୀରରେ କେନ୍ଦ୍ରୀୟ ଶାସନକୁ ପୂରିଲା ୫ ବର୍ଷ, ଶୀଘ୍ର ନିର୍ବାଚନ ପାଇଁ ଦାବି ଜୋର୍‌ ଧରିଲା

ଶ୍ରୀନଗର : ଜମ୍ମୁ କାଶ୍ମୀରରେ ଆଜି କେନ୍ଦ୍ରୀୟ ଶାସନକୁ ୫ ବର୍ଷ ପୂରିଛି। ସ୍ବାଧୀନତା ପରେ ଏହା ଦେଶରେ ଦ୍ବିତୀୟ ଦୀର୍ଘକାଳୀନ ରାଷ୍ଟ୍ରପତି ଶାସନ। ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ମୋଟ୍‌ ୧୨୫ ଥର କେନ୍ଦ୍ରୀୟ ଶାସନ ଲାଗୁ ହୋଇଛି। ୧୯୭୭ରୁ ଜମ୍ମୁ କାଶ୍ମୀର ମୋଟ୍‌ ୮ ଥର ସିଧାସଳଖ କେନ୍ଦ୍ରୀୟ ଶାସନ ଅଧୀନରେ ରହିଛି। ଜମ୍ମୁ କାଶ୍ମୀର ମଧ୍ୟ ସର୍ବାଧିକ ୬ବର୍ଷରୁ ଅଧିକ ସମୟ କେନ୍ଦ୍ରୀୟ ଶାସନ ଅଧୀନରେ ରହିଥିଲା।

୨୦୧୪ରେ ଶେଷ ଥର ପାଇଁ ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ହୋଇଥିଲା। ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କ ପିଡିପି (ପିପୁଲ୍ସ ଡିମୋକ୍ରାଟିକ ପାର୍ଟି) ଏବଂ ବିଜେପି ଜମ୍ମୁ କାଶ୍ମୀରରେ ମେଣ୍ଟ ସରକାର ଗଢ଼ିଥିଲେ। କିନ୍ତୁ ୨୦୧୮ ଜୁନ୍‌ ୧୯ରେ ପିଡିପି ନେତୃତ୍ବାଧୀନ ମେଣ୍ଟରୁ ବିଜେପି ସମର୍ଥନ ପ୍ରତ୍ୟାହାର କରିବାପରେ ସରକାର ଭାଙ୍ଗି ଯାଇଥିଲା। ଏହାପରେ ଜମ୍ମୁ କାଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ ହେଲା। ୬ ମାସର ରାଜ୍ୟପାଳ ଶାସନ ଶେଷ ହେବାପରେ କେନ୍ଦ୍ର ସରକାର ୨୦୧୮ ଡିସେମ୍ବର ୨୦ରେ ଜମ୍ମୁ କାଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ କଲେ। ଜମ୍ମୁ କାଶ୍ମୀରରେ ୨୦୧୯ ଅଗଷ୍ଟରେ ଜମ୍ମୁ କାଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିଥିବା ଧାରା ୩୭୦ ଉଚ୍ଛେଦ ହୋଇଥିଲା। ସେବେଠାରୁ ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ହୋଇନାହିଁ। ତେଣୁ ଜମ୍ମୁ କାଶ୍ମୀରରେ ସମସ୍ତ ଦଳ ନିର୍ବାଚନ ପାଇଁ ଅପେକ୍ଷା କରି ରହିଛନ୍ତି। ନିର୍ବାଚନ ହେଉ ନଥିବାରୁ ବିରୋଧୀ ଦଳ ଗୁଡ଼ିକ ଏଥିପାଇଁ କେନ୍ଦ୍ର ସରକାରକୁ ସମାଲୋଚନା କରିଛନ୍ତି।

ଏନ୍‌ସି (ନେସନାଲ କନଫରେନ୍ସ) ଉପସଭାପତି ଓମାର ଅବଦୁଲ୍ଲା ଆଜି କହିଛନ୍ତି, ଜମ୍ମୁ କାଶ୍ମୀର ଯେଉଁଠାରୁ ଆରମ୍ଭ ହେଉଛି ଦେଶରେ ଗଣତନ୍ତ୍ର ସେଇଠି ଶେଷ ହେଉଛି। ପିଡିପି ମୁଖପାତ୍ର ମୋହିତ ଭାନ୍‌ କହିଛନ୍ତି, ନିଜକୁ ଗଣତନ୍ତ୍ରର ମା’ ବୋଲି କହୁଥିବାରୁ ସମଗ୍ର ଦେଶ ଏବଂ ଏହାର ନେତାମାନେ ଲାଜରେ ମୁଣ୍ଡ ନୁଆଁଇବା ଉଚିତ। ଜମ୍ମୁ କାଶ୍ମୀରରେ ୯ ବର୍ଷ ପୂର୍ବେ ଶେଷ ବିଧାନସଭା ନିର୍ବାଚନ ହୋଇଥିଲା। ଇତି ମଧ୍ୟରେ ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ପାଇଁ ଦାବି ଜୋର ଧରିଛି। ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବାକୁ ବିଜେପି ମଧ୍ୟ ନିର୍ବାଚନ କମିସନ୍‌ (ଇସି)ଙ୍କୁ ଅନୁରୋଧ କରିଛି। ଉଲ୍ଲେଖଯୋଗ୍ୟ ଯେ ଫାରୁକ ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ଭାବେ ଇସ୍ତଫା ଦେବାପରେ ୧୯୯୦ ଜାନୁଆରିରୁ କାଶ୍ମୀର‌ରେ ରାଜ୍ୟପାଳ ଶାସନ ଲାଗୁ ହୋଇଥିଲା। ଏହି ସମୟରେ ୬ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଜମ୍ମୁ କାଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ ହୋଇଥିଲା। ଏହାପରେ ୧୯୯୬ରେ ବିଧାନସଭା ନିର୍ବାଚନ ହୋଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ