ଅପରାଧ ଦେଶ ବିଦେଶ

ଜମ୍ମୁରେ ଭୁଶୁଡ଼ି ପଡ଼ିଛି ନିର୍ମାଣାଧୀନ ସୁଡ଼ଙ୍ଗ ପଥ; ୬ଜଣ ଫସି ରହିଥିବା ଆଶଙ୍କା

ଶ୍ରୀନଗର: ଗୁରୁବାର ରାତିରେ ଜମ୍ମୁ ଓ କଶ୍ମୀରର ରାମବନ ଜିଲ୍ଲା ଅନ୍ତର୍ଗତ ମାକେର୍‌କୋଟ୍‌ ଅଞ୍ଚଳର ଖୋନି ନଳାରେ ଗୋଟାଏ ନିର୍ମାଣାଧୀନ ଚାରି-ଥାକିଆ ସୁଡ଼ଙ୍ଗ ପଥର ସ୍ବଳ୍ପ ଅଂଶ ଭୁଶୁଡ଼ି ପଡ଼ିବାରୁ ଭଗ୍ନସ୍ତୂପରେ ଅନ୍ୟୂନ ୬ଜଣ ଶ୍ରମିକ ପୋତି ହୋଇ ପଡ଼ିଥିବା ଆଶଙ୍କା କରାଯାଉଛି।

ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଅବ୍ୟାହତ ରହିଛି। ବିଭିନ୍ନ ଗଣମାଧ୍ୟମ ଉତ୍ତୋଳନ କରିଥିବା ଫୁଟେଜ୍‌ରେ ଦେଖାଯାଉଛି, ପୋତି ହୋଇଯାଇଥିବା ବ୍ୟକ୍ତିମାନଙ୍କୁ ଖୋଜି ବାହାର କରିବା ଲାଗି ବୁଲ୍‌ଡୋଜର୍‌ ସୁଡ଼ଙ୍ଗର ଭଗ୍ନାଂଶ ସବୁ ପରିଷ୍କାର କରୁଛି।

ଉଲ୍ଲେଖଯୋଗ୍ୟ, ରାମବନ ଜିଲ୍ଲା ଦେଇ ଯାଇଥିବା ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଉପରୋକ୍ତ ସୁଡ଼ଙ୍ଗ ପଥ ନିର୍ମାଣ ଚାଲିଥିଲା। ଏହି ଅଘଟଣରେ ଅନ୍ୟୂନ ୪ଜଣ ବ୍ୟକ୍ତି ଆହତ ହୋଇଥିବା କଥା ସରକାରୀ ଅଧିକାରୀମାନେ ଗଣମାଧ୍ୟମକୁ କହିଛନ୍ତି।

ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ ଅନୁସାରେ, ଦୁର୍ଘଟଣାସ୍ଥଳରୁ ମାତ୍ର ଜଣକୁ ଉଦ୍ଧାର କରିବା ସମ୍ଭବପର ହୋଇଛି। ଆହୁରି ୫/୬ଜଣ ଭଗ୍ନସ୍ତୂପ ଭିତରେ ପୋତି ହୋଇ ରହିଛନ୍ତି।

ସରକାରୀ ଅଧିକାରୀମାନଙ୍କ କହିବା ଅନୁସାରେ, ଗୁରୁବାର ରାତିରେ ସୁଡ଼ଙ୍ଗ ମଧ୍ୟରେ ଅଡିଟ୍‌ ଚାଲିଥିବା ବେଳେ ସୁଡ଼ଙ୍ଗ ସମ୍ମୁଖ ଭାଗରୁ ଅଳ୍ପ କିଛି ଦଂଶ ଭାଙ୍ଗିପଡ଼ିଥିଲା। ତୁରନ୍ତ ପୁଲିସ ଏବଂ ସେନାର ମିଳିତ ଟିମ୍‌ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ।

ଏହା ବ୍ୟତିରେକେ, ସୁଡ଼ଙ୍ଗର ସମ୍ମୁଖରେ ରଖାଯାଇଥିବା ବୁଲ୍‌ଡୋଜର୍‌ ଏବଂ ଟ୍ରକ୍‌ ସମେତ କେତେକ ମେସିନ୍‌ କ୍ଷତିଗ୍ରସ୍ତ ହୋଇଥିବା କଥା ସେମାନେ କହିଛନ୍ତି।

ଉଦ୍ଧାର କାର୍ଯ୍ୟ ଚାଲି ଥିବାରୁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥକୁ ବନ୍ଦ କରି ଦିଆଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ