ଧର୍ମ ରାଜ୍ୟ

ଜମୁଛି ହିଙ୍ଗୁଳା ଯାତ୍ରା, ନାମ ସଂକୀର୍ତ୍ତନ ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକୁଛି ପରିବେଶ

ଚଣ୍ଡୀଖୋଲ ୧୨/୦୪: ଚଳିତ ବର୍ଷ ଆରମ୍ଭ ହୋଇଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ମର୍ଜିତାପୁର ପଂଚାୟତ ରେ ହିଙ୍ଗୁଳା ଯାତ୍ରା । କଳସ ଯାତ୍ରାଠୁ ଆରମ୍ଭ ହୋଇ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଛି । ପ୍ରତିଦିନ ମାଙ୍କ ରୀତିନୀତି ଅନୁସାରେ ପୂଜାର୍ଚନା ଚାଲୁ ରହିଛି । ମାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି ।

ଘଣ୍ଟଘଣ୍ଟା ସାଙ୍ଗକୁ ନାମ ସଂକୀର୍ତନ ରେ ପ୍ରକମ୍ପିତ ହେଉଛି ସମଗ୍ର ପରିଵେଶ । ମର୍ଜିତାପୁର ହିଙ୍ଗୁଳା ଯାତ୍ରାର ରହିଛି ଅନେକ ଖ୍ୟାତି । ମା ହିଙ୍ଗୁଳା ହେଉଛନ୍ତି ସାକ୍ଷାତ ଅଗ୍ନିଦେବୀ । ଭକ୍ତିର ସହ ମାଙ୍କୁ ଆରାଧନା କଲେ ମନୋବାଞ୍ଛା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି । କରୋନା କଟକଣା କୋହଳ ହେବା ପରେ ଚଳିତ ବର୍ଷ ଧୁମଧାମ ରେ ହିଙ୍ଗୁଳା ଯାତ୍ରା ଆରମ୍ଭ ହୋଇଛି ।

ଭକ୍ତଙ୍କ ଆଗମନରେ ସମଗ୍ର ପରିବେଶ ହୋଇଛି ଭକ୍ତିମୟ । ଚଳିତ ବର୍ଷ ହିଙ୍ଗୁଳା ମହୋତ୍ସବକୁ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ୫ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବରେ ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ