ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଜମି ହଳ ହେଉଥିବା ସମୟରେ ବାହାରିଲା ସୁନା ଓ ରୁପା ମୁଦ୍ରା

ଲକ୍ଷ୍ମୌ: ଉତ୍ତରପ୍ରଦେଶର ଶାମଲି ଜିଲ୍ଲାର ଏକ ଚାଷ ଜମି ଖନନ ସମୟରେ ସୁନା ଓ ରୂପା ମୁଦ୍ରା ବାହାରିଥିବା ଖବର ମିଳିଛି। ସୁନା ଓ ରୁପା ମୁଦ୍ରା ମିଳିବା ଖବର ପ୍ରଘଟ ହେବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା।

ସୂଚନାଯୋଗ୍ୟ, ଗତ ରବିବାର ଜେସିବି ଦ୍ବାରା ଜମି ହଳ ହେଉଥିବା ସମୟରେ ମୁଦ୍ରା ଆକୃତିର କିଛି ମାଟି ତଳୁ ବାହାରିଥିବା ଗ୍ରାମାବାସୀ ଦେଖିଥିଲେ। ଏହାପରେ ତାହାକୁ ସଠିକ ଭାବେ ଦେଖିଲା ବେଳକୁ ତାହା ସୁନା ଓ ରୁପାର ମୁଦ୍ରା ହୋଇଥିବା ଜଣାପଡ଼ିଥିଲା। ମାଟିରୁ ସୁନା ଓ ରୁପା ମିଳିବା ଖବର ପହଞ୍ଚିବା ପରେ ଲୋକେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ଯାହା ହାତରେ ଯେତେଟି ପଡ଼ିଥିଲା ତାକୁ ନେଇ ଘରକୁ ଦୌଡ଼ିଥିଲେ ଲୋକେ ।

ଜେସିବି ଦ୍ବାରା ଜମି ହଳ ହେଉଥିବା ସମୟରେ ସୁନା ଓ ରୁପା ମୁଦ୍ରା ବାହାରିବା ଖବର ପାଇବା ପରେ ପୁଲିସ ଓ ରାଜସ୍ବ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ। ପଚରଉଚରା ପରେ ଗ୍ରାମବାସୀ ମୁଦ୍ରା ମିଳିଥିବା କଥା ଅସ୍ବୀକାର କରିଛନ୍ତି। ତେବେ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଦୁଇଟି ସୁନା ଓ ଗୋଟିଏ ରୁପା ମୁଦ୍ରାକୁ ଦେଖିଲେ ଏହା ପ୍ରାଚୀନ କାଳର ବୋଲି ଅନୁମାନ କରାଯାଉଛି । ରୁପା ମୁଦ୍ରା ଉପରେ ଆରବୀରେ ‘ରହମୁତୁଲ୍ଲା ଇବ ମହମ୍ମଦ’ ଏବଂ ସୁନା ମୁଦ୍ରାରେ ‘କଲମା’ ଲେଖା ହୋଇଥିବା ଦେଖିବାକୁ ମିଳିଛି।

ଏହି ଘଟଣାକୁ ନେଇ ଜମି ମାଲିକ ଓମ ସିଂ କହିଛନ୍ତି, କିଛି ମୁଦ୍ରା ବାହାରିଛି। ତେବେ କେତେ ରୂପା କେତେ ସୁନା ତାହା ସେ ସଠିକ ଭାବେ ଜାଣି ନାହାନ୍ତି। ସେହିପରି ଗ୍ରାମର ମୁଖ୍ୟ ରାଜ କୁମାର କହିଛନ୍ତି, ସୁନା ମିଳିଥିବା ସେ ଜାଣିଛନ୍ତି କିନ୍ତୁ ଦେଖି ନାହାନ୍ତି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ