ଅପରାଧ ରାଜ୍ୟ

ଜମି ମାଫିଆଙ୍କ ଉତ୍ପାତ ବଢ଼ୁଛି: ସଂରକ୍ଷିତ ଜଙ୍ଗଲରୁ କାଟିଦେଲେ ହଜାର ହଜାର ଗଛ

ତାଳଚେର : ଅନୁଗୁଳ ଟାଉନ୍‌ରୁ ମାତ୍ର ୧୦ କିଲୋମିଟର ଦୂର ଅନୁଗୁଳ ସଦର ଥାନା ଅନ୍ତର୍ଗତ ନତଡ଼ା ଗାଁ ସଂରକ୍ଷିତ ଜଙ୍ଗଲରୁ ଆଜି ଭୋରରେ ହଜାର ହଜାର ଗଛ କାଟି ଦିଆଯାଇଛି। ଜମି ମାଫିଆ ଜାଗା ପ୍ଲଟିଂ କରିବା ଉଦ୍ଦେଶ୍ୟରେ ଏଭଳି ଭାବେ ଜଙ୍ଗଲ ପଦା କରିଥିବା ଜଣାପଡ଼ିଛି। ନତଡ଼ା ଗ୍ରାମବାସୀ ଏ ସଂପର୍କରେ ବନ ବିଭାଗକୁ ଜଣାଇଥିଲେ ବି ଅଭିଯୁକ୍ତଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଘଟଣା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ଗୁରୁବାର ଭୋରରେ ପ୍ରାୟ ୩୫ ଜଣ କାଠୁରିଆ ଗାଁ ସଂରକ୍ଷିତ ଜଙ୍ଗଲରେ ପଶି ଗଛ କାଟିଥିଲେ। ସେମାନେ ୭ ଏକର ଜଙ୍ଗଲରୁ ଗଛ କାଟିଦେଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏ ସଂପର୍କରେ ଗ୍ରାମବାସୀ ବନ ବିଭାଗକୁ ଜଣାଇଥିଲେ। ଅଭିଯୋଗ ପାଇବାର ପ୍ରାୟ ୬ ଘଣ୍ଟା ପରେ ବିଭାଗୀୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗଛ କିଏ କାହିଁକି କାଟିଲା ବୋଲି ଗ୍ରାମବାସୀଙ୍କୁ ଓଲଟା ପଚାରିଥିଲେ।

ଏ ସଂପର୍କରେ ବନପାଳ ଗତିକୃଷ୍ଣ ବେହେରାଙ୍କୁ ପଚାରିବାରୁ ଗତକାଲି ସେ ଏହି ଅଞ୍ଚଳକୁ ଆସିଥିଲେ। ଜଙ୍ଗଲ ଠିକ୍‌ ଠାକ୍ ଥିଲା ବୋଲି ସେ କହିଛନ୍ତି। ଜମି ପ୍ଲଟିଂବାଲା ଗତକାଲି ରାତିରେ ଏହି ଜଙ୍ଗଲରୁ ପ୍ରାୟ ୯ ଏକର ଜାଗାରୁ ଗଛ କାଟି ଦେଇଛନ୍ତି ବୋଲି ବନପାଳ ଶ୍ରୀ ବେହେରା ପ୍ରକାଶ କରିଛନ୍ତି। ଅନୁଗୁଳ ଡିଏଫ୍‌ଓଙ୍କୁ ପଚାରିବାରୁ ଖବର ପାଇବା ପରେ ବନ କର୍ମଚାରୀଙ୍କୁ ଘଟଣାସ୍ଥଳକୁ ପଠାଯାଇଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଦୁଇମାସ ପୂର୍ବରୁ ଉକ୍ତ ଜଙ୍ଗଲରୁ ପ୍ରାୟ ୪୦ ଏକର ଜମିରୁ ଗଛ କଟାଯାଇଥିଲା। ବନ ବିଭାଗ ସେତେବେଳେ ଏହି ଗଛ ଜବତ କରି ନଥିଲା। ତେବେ, ପ୍ରଦୂଷିତ ସହର ଭାବେ ଅପବାଦ ମୁଣ୍ଡାଇଥିବା ଅନୁଗୁଳ ଜିଲ୍ଲା ଲାଗି ଜଙ୍ଗଲ ସଂରକ୍ଷଣ ଏବଂ ବୃକ୍ଷରୋପଣ ଅପରିହାର୍ଯ୍ୟ ହୋଇଥିବା ବେଳେ ଏପରି ବେଆଇନ୍‌ ଗଛକଟାକୁ ନେଇ ପରିବେଶବିତ୍‌ମାନେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।