ଅପରାଧ ରାଜ୍ୟ

ଜମି ପଞ୍ଜୀକରଣରେ ଅନିୟମିତତା ଅଭିଯୋଗ: ଧାରଣାରେ ବସିଲେ ଅଭିଯୋଗକାରୀ

ବୋଲଗଡ଼ : ବୋଲଗଡ଼ ତହସିଲ ଅନ୍ତର୍ଗତ କଳାଙ୍ଗ ଗ୍ରାମର ସ୍ବର୍ଗତ ଅନ୍ତର୍ଯାମୀ ସୁବୁଦ୍ଧିଙ୍କ ପତ୍ନୀ ବିଦ୍ୟୁତ୍‌ଲତା ସୁବୁଦ୍ଧିଙ୍କ ନାମରେ ଥିବା ଜମିକୁ ତାଙ୍କ ପରିବାରର ସମ୍ପର୍କୀୟ ଅଂଶୀଦାର ଲକ୍ଷ୍ମୀଧର ସୁବୁଦ୍ଧି ନିଜ ନାମରେ ପଞ୍ଜୀକରଣ କରାଇ ନେଇଥିବା ସମ୍ପର୍କରେ ବୋଲଗଡ଼ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଅଭିଯୋଗ ହୋଇଛି। ତାଙ୍କ ସ୍ବର୍ଗତ ସ୍ୱାମୀଙ୍କ ଅଂଶ ଜମିକେଉଁ ପରିସ୍ଥିତିରେ ପଞ୍ଜୀକରଣ ହେଲା, ତା’ର ତଦନ୍ତ କରିବା ସହ ଏହି ବେଆଇନ୍‌ କାର୍ଯ୍ୟକୁ ରଦ୍ଦ କରିବା ପାଇଁ ଏକ ଅଭିଯୋଗପତ୍ର ସବ୍‌ରେଜିଷ୍ଟ୍ରାରଙ୍କୁ ଦେଇଛନ୍ତି।
ଏଭଳି ଦାବିନେଇ ବିଦ୍ୟୁତ୍‌ଲତା ଏବଂ ତାଙ୍କ କନ୍ୟା ଅନୁରାଧା ସୁବୁଦ୍ଧି ଶୁକ୍ରବାର ଅପରାହ୍ନ ପ୍ରାୟ ସାଢେ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଧାରଣରେ ବସିଥିଲେ। ଏ ସମ୍ପର୍କରେ ସବ୍‌ରେଜିଷ୍ଟ୍ରାର ଦାୟିତ୍ୱରେ ଥିବା ବୋଲଗଡ଼ ବିଡିଓ ଧୋବେଇ ନାଏକଙ୍କୁ ପଚାରିବାରୁ ସେ କହିଥିଲେ ଯେ ଅଭିଯୋଗର ତଦନ୍ତ କରାଯାଇ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।