ଅପରାଧ ରାଜ୍ୟ

ଜମିଜମା ବିବାଦରୁ ସଂଘବଦ୍ଧ ହତ୍ୟା

ପୋଲସରା : ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅଧୀନ ପାଣ୍ଡିରିପଡ଼ା ପଞ୍ଚାୟତ ପାତାଳସିଙ୍ଗି ଗ୍ରାମରେ ଜମିଜମା ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଛି। ମୃତକଜଣକ ହେଲେ, ପଞ୍ଚୁ ସାହୁ (୫୫)। ପଞ୍ଚୁ ଆଜି ନିଜ ଜମିରେ ଚାଷ କରୁଥିବା ସମୟରେ ଗ୍ରାମର ସୁବଳ ସାହୁ ଓ ତାଙ୍କର ୩ ପୁଅ ମନୋଜ, ଶଙ୍କର ଓ ସୁମନ୍ତ ସେଠାରେ ପହଞ୍ଚିଥିଲେ। ତେବେ ପଞ୍ଚୁ କିଛି ପଚାରିବା ଆଗରୁ ସେମାନେ ସଂଘବଦ୍ଧ ଭା‌ବେ ଟାଙ୍ଗିଆ, କାତି ଓ ହାତୁଡ଼ିରେ ଆକ୍ରମଣ କରିଥିଲେ। ପେଟ, ଗୋଡ଼ ଓ ମୁହଁରେ ଗଭୀର ଆଘାତ ଲାଗିଥିବାରୁ ସେ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ। ଆକ୍ରମଣକାରୀ ମାନେ ସେଠାରୁ ଚମ୍ପଟ୍ ମାରିଥିଲେ। ପୋଲସରା ପୁଲିସ ପହଞ୍ଚି ପଞ୍ଚୁଙ୍କ ଶବକୁ ଉଦ୍ଧାର କରି ଡାକ୍ତରଖାନାକୁ ଆଣିଥିଲେ।

ଏନେଇ କେସ୍ ନମ୍ବର ୩୧୩ ଅନୁସାରେ ହତ୍ୟା ମାମଲା ରୁଜୁ ସହ ବିଭିନ୍ନ ଦିଗରୁ ତଦନ୍ତ ଜାରି ରହିଛି। ତେବ‌େ ଆକ୍ରମଣକାରୀମାନେ ଫେରାର୍ ହୋଇଯାଇଥିବାରୁ ସେମାନଙ୍କୁ ଧରିବାକୁ ଧରପଗଡ଼ ଆରମ୍ଭ ହୋଇଥିବା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ସୂଚନା ଦେଇଛନ୍ତି। ବହୁଦିନ ଧରି ପଞ୍ଚୁ ଏବଂ ସୁବଳଙ୍କ ମଧ୍ୟରେ ଗୋଟିଏ ଜମି ଅକ୍ତିଆରକୁ ନେଇ ବିବାଦର ସୂତ୍ରପାତ ହୋଇଥିବା ଜଣାପଡ଼ିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।