ରାଜ୍ୟ ସ୍ପେଶାଲ ରିପୋର୍ଟ

ଜମିଜମା ବିବାଦକୁ ନେଇ ହତ୍ୟାକାଣ୍ଡ: ମୃତକଙ୍କ ୨ ସଂପର୍କୀୟ ଥାନାରେ ଅଟକ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଗୁଣୁପୁର: ରାୟଗଡ଼ା ଜିଲ୍ଲା ଚିନାରିଗୁଡ଼ା ଗାଁରେ ହତ୍ୟାକାଣ୍ଡ ଘଟିଥିବାର ଖବର ମିଳିଛି। ଜମିଜମା ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ମୃତକ ହେଲେ ଚିନାରିଗୁଡ଼ା ଗାଁର ଶବର(୫୫)।

 

ଗୁଣପୁର ଆଦର୍ଶ ଥାନା ଅଧୀନସ୍ଥ ନିକଟ ଗ୍ରାମ ଚିନାରିଗୁଡ଼ା ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଖବର ହସ୍ତଗତ ହୋଇଛି। ଜମିବାଡ଼ି ବିକ୍ରୟକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଛି ବୋଲି ଆଇଆଇସି ନିଳାମ୍ବର ଜାନୀ ସୂଚନା ପ୍ରଦାନ କରିଛନ୍ତି। ଚିନାରୀଗୁଡା ଗ୍ରାମର ପଣ୍ଡା ଶବର ( ୫୫) ସକାଳେ ନିଜ ଜମି ନିକଟରେ ରହିଥିବା କୁଡ଼ିଆକୁ ଯାଇଥିଲେ। ବିଳମ୍ବିତ ରାତ୍ରି ସମୟ ପର୍ଯ୍ୟନ୍ତ ପଣ୍ଡା ଘରକୁ ନ ଫେରିବାରୁ ପରିବାର ଲୋକେ ବିବ୍ରତ ହୋଇ ପଡ଼ି ଖୋଜାଖୋଜି କରିଥିବା ବେଳେ ମୃତ ଅବସ୍ଥାରେ ନିଜ ଜମି ନିକଟରେ ଠାବ କରିଥିଲେ।ଖବର ପାଇ ଗୁଣପୁର ଏସଡିପିଓ  ଆକାଶ ଚନ୍ଦ୍ର ବେହୁରା ଏବଂ ଆଇଆଇସି ନିଳାମ୍ବର ଜାନୀ ଘଟଣା ସ୍ଥଳେ ପହଞ୍ଚିଥିଲେ।

ମିଳିଥିବା ସୂଚନା ମୁତାବକ ଜମିବାଡ଼ି ବିକ୍ରୟ ଘଟଣାକୁ କେନ୍ଦ୍ରକରି ନିଜ ସମ୍ପର୍କୀୟମାନେ ହିଁ ଉକ୍ତ କାଣ୍ଡ ଭିଆଇଛନ୍ତି ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।  ଆଜି  ରାୟଗଡ଼ାରୁ ସାଇଣ୍ଟିଫିକ ଟିମ ଘଟଣାସ୍ଥଳେ ପହଞ୍ଚି ତଦନ୍ତ କରିବା ପରେ ଶବ ଜବତ  ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଛି। ଏହି ଘଟଣାରେ ପୁଲିସ ମୃତ ବ୍ୟକ୍ତିଙ୍କ ୨ଜଣ ସମ୍ପର୍କୀୟଙ୍କୁ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।