କରଞ୍ଜିଆ ୧୨।୦୬ : ଜମିଜମାକୁ କେନ୍ଦ୍ରକରି ଗୋଟିଏ ପରିବାରରେ ତୁମୁଳକାଣ୍ଡ । ସାନ ଭାଇ, ସାନ ଭାଇ ବୋହୂ ଓ ପୁତୁରା ଆକ୍ରମଣରେ ବଡ଼ ଭାଇ ଗୁରୁତର । ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଶିମିଳିପାଳ ପାଦଦେଶରେ ଥିବା ଗୁରୁଗୁଡିଆ ପଞ୍ଚାୟତ ସାହାରପାଟ ଗାଁରେ ଘଟିଛି ଏଭଳି ଘଟଣା ।
ଖବର ଅନୁଯାୟୀ, ଶନିବାର ରାତିରେ ପରିବାରରେ ଜମିଜମା ବିବାଦକୁ ନେଇ ବଡ଼ଭାଇ ତ୍ରିଲୋଚନ ଦେହୁରୀ ଓ ସାନଭାଇ ସର୍ବେଶ୍ୱର ଦେହୁରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ସର୍ବେଶ୍ୱରଙ୍କ ସ୍ତ୍ରୀ ସୁନା ଦେହୁରୀ ଓ ପୁଅ ଶୁକ ଦେହୁରୀ ମିଶି ବଡ଼ ଭାଇଙ୍କୁ ଠେଙ୍ଗାରେ ପିଟିଥିଲେ ଏବଂ ମୁଣ୍ଡ-ହାତକୁ ପଥରରେ ବାନ୍ଧି ନଦୀକୁ ଠେଲିଦେଲେ । ତ୍ରିଲୋଚନଙ୍କ ମୃତ୍ୟୁ ଭାବି ସେମାନେ ଘରକୁ ଆସିଥିଲେ । ରବିବାର ସକାଳ ଗାଁ ଲୋକେ ନଦୀକୂଳରୁ ତ୍ରିଲୋଚନକୁ କ୍ଷତାକ୍ତ ଅବସ୍ଥାରେ ପଡିଥିବା ଦେଖିଥିଲେ । ତୁରନ୍ତ ଏନେଇ ଯଶୀପୁର ଥାନାକୁ ଖବର ଦେଇଥିଲେ । ପୋଲିସ ଖବର ଘଟଣାସ୍ଥଳରେ ପହଞ୍ଚି ତ୍ରିଲୋଚନକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ସେପଟେ ୩ଜଣ ଆକ୍ରମଣକାରୀଙ୍କୁ ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଛି ।