ଅପରାଧ ରାଜ୍ୟ

ଜମାକାରୀଙ୍କ ମୁଣ୍ଡରେ ଚଡକ, ହଜାରରୁ ଅଧିକ ଲୋକଙ୍କୁ ଠକି ଆରପାରିରେ ପୋଷ୍ଟମାଷ୍ଟର

ଆନନ୍ଦପୁର ୧୪/୧୦: ଆନନ୍ଦପୁର ଉପଖଣ୍ଡର ହାଟଡିହି ବ୍ଲକ୍ ଗେଡମା ପୋଷ୍ଟାଲ ବ୍ରାଞ୍ଚରେ ଘୋଟାଲା । ଡାକବିଭାଗର ବିଭିନ୍ନ ସ୍କିମ୍‌ରେ ହଜାରେରୁ ଉର୍ଦ୍ଧ୍ୱ ଜମାକାରୀଙ୍କ ଜମା ଟଙ୍କାକୁ ଚଳୁକରିଛନ୍ତି ପୋଷ୍ଟ ମାଷ୍ଟର ।

ପୋଷ୍ଟ ଅଫିସରେ ଖୋଲିଥିବା ନିଜ ସଞ୍ଚୟ ଖାତାରେ ଜମା କରି ଆସୁଥିଲେ ଲୋକେ । ଗାଁର ବିଭିନ୍ନ ବର୍ଗର ଲୋକେ ନିଜ କଷ୍ଟଅର୍ଜି ତ ଧନରୁ ପେଟକୁ କାଟି ଭବିଷ୍ୟତ ପାଇଁ ସଞ୍ଚୟ କରୁଥିଲେ । କିଏ ଝିଅ ବାହାଘରକୁ ଆଖିଆଗରେ ରଖି ଟଙ୍କା ରଖୁଥିଲା ତ ଆଉକିଏ ପିଲାଙ୍କ ଭବିଷ୍ୟତ ପାଇଁ । ଟଙ୍କା ରଖିବା ସମୟରେ ଡାକଘର ଯାଇ ପୋଷ୍ଟ ମାଷ୍ଟରଙ୍କ ନିକଟରେ ଜମା ଦେବା ପରେ ଜମାଖାତାରେ ଅର୍ଥ ରାଶି ଚଢାଇ ଷ୍ଟାମ୍ପ ମାରି ନିଜ ପାଖରେ ଜମାକାରୀଙ୍କ ପାସ୍ ବୁକ୍ କରିଦେଇଥିଲେ ପୋଷ୍ଟ ମାଷ୍ଟର ।

ବ୍ରାଞ୍ଚ ପୋଷ୍ଚ ଅଫିସ୍ ହୋଇଥିବାରୁ ପୋଷ୍ଟ ଅଫିସ୍‌ରେ କମ୍ପୁଟର ନଥିବା ସୁଯୋଗ ନେଇ ବଡ ଘୋଟାଲା କରିଛନ୍ତି ପୋଷ୍ଟମାଷ୍ଟର ଗୋଲକ ବିହାରୀ ଦାଶ । ଜମାକାରୀଙ୍କ ଜମା ଖାତାରେ ତ ଟଙ୍କା ରହିଥିବା ଲେଖାଅଛି । ହେଲେ ପ୍ରକୃତରେ ପର୍ଯ୍ୟାପ୍ତ ଜମା ଟଙ୍କା ଖାତା ରେ ନଥିବା ଏବେ ଜଣା ପଡିବାରୁ ଜମାକାରୀଙ୍କ ମୁଣ୍ଡରେ ପଡିଛି ଚଡକ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।