ନୂଆଦିଲ୍ଲୀ ୦୩/୦୧: ଜନ୍ ଆବ୍ରାହମ୍ ଏବଂ ତାଙ୍କ ପତ୍ନୀ ପ୍ରିୟା ରୁଞ୍ଚାଲ୍ କରୋନା ସଂକ୍ରମିତ ହୋଇଛନ୍ତି। ଜନ୍ ନିଜେ ଏହି ସୂଚନା ଦେଇଛନ୍ତି। ଜନ୍ କହିଛନ୍ତି ସେ ଏବଂ ତାଙ୍କ ପତ୍ନୀ ଉଭୟ ଭ୍ୟାକ୍ସିନ୍ ନେଇସାରିଛନ୍ତି ତଥାପି ସେମାନେ କରୋନା ସଂକ୍ରମିତ ହୋଇଛନ୍ତି। ଜନ୍ ଏବଂ ତାଙ୍କ ପତ୍ନୀ ପ୍ରିୟା ଦୁଇଟି ଘରେ କ୍ୱାରେଣ୍ଟାଇନରେ ରହିଛନ୍ତି। ଜନ୍ କହିଛନ୍ତି ସେ ୩ ଦିନ ପୂର୍ବେ କାହା ସମ୍ପର୍କରେ ଆସିଥିଲେ, ଯାହାଙ୍କ କରୋନା ରିପୋର୍ଟ ପରେ ପଜିଟିଭ୍ ଆସିଥିଲା।
ଜନ୍ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏହି ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, “ମୁଁ ତିନି ଦିନ ପୂର୍ବେ ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିଲି, ଯାହାଙ୍କର କରୋନା ରିପୋର୍ଟ ପରେ ପଜିଟିଭ୍ ଆସିଥିଲା। ପ୍ରିୟା ଏବଂ ମୋର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଆମେ ଦୁହେଁ ଘରେ କ୍ୱାରେଣ୍ଟାଇନରେ ରହିଛୁ ଏବଂ କାହା ସମ୍ପର୍କରେ ଆସୁନାହୁଁ। ଆମ ଦୁହେଁ ଭ୍ୟାକ୍ସିନ୍ ନେଇଛୁ ଏବଂ ଏବେ ସାମାନ୍ୟ ଲକ୍ଷଣ ରହିଛି। ଦୟାକରି ଭଲ ଏବଂ ସୁସ୍ଥ ରୁହନ୍ତୁ। ମାସ୍କ ପିନ୍ଧନ୍ତୁ ।”

