ରାଜ୍ୟ ସ୍ପେଶାଲ ରିପୋର୍ଟ

ଜନ୍ମମାଟି ଫେରିବାକୁ ଭଗବାନ ବ୍ୟାକୁଳ: ପରିବାର ସହ ଫୋନ୍‌‌ରେ କଥାହେଲେ

ଡାବୁଗାଁ: ନିର୍ମାଣାଧୀନ ଟନେଲ୍‌ରୁ ୧୭ଦିନ ପରେ ମୁକୁଳିବା ସହ ନୂଆ ଜୀବନ ପାଇଛନ୍ତି ଡାବୁଗାଁର ବ୍ଲକ ତାଲବେଡ଼ାର ଭଗବାନ ଭତରା। ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ଆସନ୍ତା ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଗାଁକୁ ଆସିବେ ବୋଲି ସୂଚନା ମିଳିଛି। ଏପରିକି ଘରକୁ ଫେରିବା ପାଇଁ ବ୍ୟାକୁଳ ରହିଥିବା ଖବର ମିଳିଛି। ବର୍ତ୍ତମାନ ଭଗବାନଙ୍କ ପାଖେପାଖେ ଗାଁରୁ ଯାଇଥିବା ସଂପର୍କୀୟ ଭାଇ ଫୁଲଚାନ୍ଦ ଭତରା ଅଛନ୍ତି।

ଅତି ଗରିବ ପରିବାରେ ଜନ୍ମ ଭଗବାନ ୪ଭାଇଙ୍କ ମଧ୍ୟରେ ତୃତୀୟ। ବାପାଙ୍କ ମାନସିକ ଅବସ୍ଥା ଭଲ ନଥିବା ବେଳେ ପିଲା ଦିନରୁ ମାଙ୍କୁ ହରାଇଛନ୍ତି। ବଡ଼ ଭାଇ କର୍ଫୁଲ୍ଲଙ୍କ ସହ ପ୍ରାୟ ୩ବର୍ଷ ହେଲା ଚେନ୍ନାଇରେ କାମ କରୁଛନ୍ତି। କିଛି ମାସ ତଳେ ହିଁ ଟନେଲ୍‌ କାମରେ ନିୟୋଜିତ ହୋଇଥିଲେ। ୧୭ଦିନ ଧରି ଟନେଲ୍‌ରେ ଆବଦ୍ଧ ହୋଇ ରହିବା ପରେ ଗତକାଲି ରାତିରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଏହି ସମୟରେ ‌ଟନେଲ୍‌ ନିକଟରେ ଉପସ୍ଥିତ ଥିଲେ ଗାଁରୁ ଯାଇଥିବା ସଂପର୍କୀୟ ଭାଇ ଫୁଲଚାନ୍ଦ। ଟନେଲ ଭିତରୁ ଭଗବାନ ବାହାରିବା ପରେ ଚିକିତ୍ସା ପାଇଁ ଡାକ୍ତରଖାନା ଚାଲି ଯାଇଥିଲେ।

ଏହାରି ମଧ୍ୟରେ ଫୁଲଚାନ୍ଦଙ୍କ ଫୋନ୍‌ରୁ ପରିବାର ଲୋକଙ୍କ ସହ କଥାବାର୍ତ୍ତା କରିଥିଲେ। ବଡ଼ଭାଇଙ୍କ ସହ କିଛି ମିନିଟ୍‌ କଥାବର୍ତ୍ତା କରି ସଂପୂର୍ଣ୍ଣ ଭଲ ଅଛନ୍ତି ଏବଂ ଡାକ୍ତରଖାନାରୁ ବାହାରିବା ପରେ ସିଧା ଘରକୁ ଯିବାକୁ ଚାହୁଥିବା ଜଣାଇଥିଲେ। ଟନେଲ୍‌ରେ ଅନ୍ୟ ଶ୍ରମିକଙ୍କ ସହ ରହିବା ମଧ୍ୟରେ ଅଧିକ ଅସୁବିଧା ହୋଇନଥିଲା। ନିଶ୍ଚିତ ରୂପେ ଏଠାରୁ ଅକ୍ଷତ ଅବସ୍ଥାରେ ମୁକୁଳିବେ ବୋଲି ଆଶା ରହିଥିଲା। ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବା ଖବର ପହଞ୍ଚିବା ପରେ ଆଶା ବହୁଗୁଣ ବଢ଼ି ଯାଇଥିଲା। ବାକି ଅନୁଭୂତି ଗାଁକୁ ଫେରିଲେ ଜଣାଇବେ ଏବଂ ଯେତେଶୀଘ୍ର ସମ୍ଭବ ହେବ ଗାଁକୁ ଆସିବେ ବୋଲି ବଡ଼ଭାଇଙ୍କୁ ଭଗବାନ ଜଣାଇଥିଲେ। ସେହିପରି ଅନ୍ୟ ପରିବାର ସଦସ୍ୟ ଏବଂ ସଂପର୍କୀୟଙ୍କ ନିମନ୍ତେରେ ଡାକ୍ତରଖାନାରୁ ଗୋଟିଏ ଫଟୋ ହ୍ବାଟସ୍‌ଆପ୍‌ରେ ପଠାଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।