ଦେଶ ବିଦେଶ ମନୋରଞ୍ଜନ

ଜନ୍ମଦିନରେ ବଡ଼ ନିଷ୍ପତ୍ତି ନେଲେ ଅମିତାଭ, ସମାଲୋଚନା ମଧ୍ୟରେ ‘କମଲା ପସନ୍ଦ’ ସହ ଶେଷ କଲେ ଚୁକ୍ତି

ନୂଆଦିଲ୍ଲୀ ୧୧/୧୦: ମେଗାଷ୍ଟାର ଅମିତାଭ ବଚ୍ଚନ ଆଜି ତାଙ୍କର ୭୯ ତମ ଜନ୍ମଦିନ ପାଳନ କରୁଛନ୍ତ। ଏହି ଅବସରରେ ସେ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ତାଙ୍କର ଲାଟେଷ୍ଟ ବ୍ଲଗ୍ ସେୟାର କରି ଏକ ବଡ ନିଷ୍ପତ୍ତି ବିଷୟରେ କହିଛନ୍ତି। ସମସ୍ତ ସମାଲୋଚନା ମଧ୍ୟରେ ଅମିତାଭ ବଚ୍ଚନ ‘କମଲା ପସନ୍ଦ’ ସହିତ ଚୁକ୍ତି ଶେଷ କରି ଦେଇଛନ୍ତି। ‘କମଲା ପସନ୍ଦ’ ଗୁଟଖାର ବିଜ୍ଞାପନରୁ ବାହାରି ଯାଇଛନ୍ତି ବୋଲି ସେ ତାଙ୍କ ବ୍ଲଗରେ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଅମିତାଭ ସୋସିଆଲ ମିଡିଆରେ ‘କମଲା ପସନ୍ଦ’ ଗୁଟଖା ବିଜ୍ଞାପନ ପାଇଁ ବହୁ ସମାଲୋଚନାର ଶିକାର ହେଉଥିଲେ। ସୋସିଆଲ ମିଡିଆରେ ଏହା ସହ ଜଡିତ କିଛି ସମାଲୋଚନାର ସେ ବ୍ୟକ୍ତିଗତ ଭାବରେ ପ୍ରତିକ୍ରିୟା ଦେଉଥିଲେ। କିନ୍ତୁ ଶେଷରେ ସେ ‘କମଲା ପସନ୍ଦ’ ସହିତ କଣ୍ଟ୍ରାକ୍ଟ ସାଇନ୍ ନକରିବାକୁ ନିଷ୍ପତ୍ତି ନେଇଛନ୍ତି।

ନିକଟରେ, ତମାଖୁ ବିଲୋପ ପାଇଁ ଜାତୀୟ ସଂଗଠନର ସଭାପତି ଡକ୍ଟର ଶେଖର ସାଲକର ଅମିତାଭଙ୍କୁ ଏହି ବିଷୟରେ ଏକ ଚିଠି ଲେଖିଥିଲେ। ଏହି ଚିଠିରେ ସେ କହିଥିଲେ, ଡାକ୍ତରୀ ଅନୁସନ୍ଧାନରୁ ଜଣାପଡିଛି ଯେ ତମାଖୁ ଏବଂ ପ୍ୟାନ ମସାଲା ଭଳି ପଦାର୍ଥ, ବ୍ୟକ୍ତି ବିଶେଷ କରି ଯୁବକଙ୍କ ସ୍ୱାସ୍ଥ୍ୟ ଉପରେ କ୍ଷତି ପହଞ୍ଚାଇପାରେ। ତେଣୁ ପୋଲିଓ ଅଭିଯାନର ଅଫିସିଆଲ୍ ବ୍ରାଣ୍ଡ ଆମ୍ବାସାଡର ଅମିତାଭ ବଚ୍ଚନ ଏହି ପାନ ମସାଲାର ବିଜ୍ଞାପନରୁ ଓହରିଯିବା ଉଚିତ୍।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ