ଦେଶ ବିଦେଶ ମନୋରଞ୍ଜନ

ଜନ୍ମଦିନରେ ଉଲଗ୍ନ ହୋଇ ଗୋଆ ବିଚ୍‌ରେ ଦୌଡ଼ିଥିଲେ ମିଲିନ୍ଦ ସୋମନ, ରୁଜୁ ହେଲା ଏତଲା

ମୁମ୍ବାଇ: ନଭେମ୍ବର ୪ରେ ବଲିଉଡ୍‌ ଅଭିନେତା ମିଲିନ୍ଦ ସୋମନ ୫୫ ବର୍ଷରେ ପାଦ ଦେଇଥିଲେ। ଜନ୍ମଦିନ ଅବସରରେ ସେ ଗୋଆ ବିଚ୍‌ରେ ଉଲଗ୍ନ ଅବସ୍ଥାରେ ଦୌଡ଼ୁଥିବାର ନଜର ଆସିଥିଲା। ପତ୍ନୀ ଅଙ୍କିତା କନୱାର ମିଲିନ୍ଦଙ୍କ ଉଲଗ୍ନ ଅବସ୍ଥାରେ ଦୌଡ଼ୁଥିବାର ଫଟୋଟି ଉଠାଇଥିବା ବେଳେ ସୋସିଆଲ ମିଡିଆରେ ସେୟାର କରିଥିଲେ ମିଲିନ୍ଦ । ଏବେ ଫଟୋଟିି ଭାଇରାଲ ହେବା ପରେ ମିଲିନ୍ଦ ସୋମନଙ୍କ ବିରୋଧରେ ଏତଲା ରୁଜୁ କରାଯାଇଛି।

ମିଳିଥିବା ସୂଚନା ମୁତାବକ, କୋଲବା ପୁଲିସ ଷ୍ଟେସନରେ ଆଇପିସିର ଧାରା ୨୯୪ ଏବଂ ଆଇଟି ଆକ୍ଟର ଧାରା ୬୭ ଅନୁଯାୟୀ ମିଲିନ୍ଦ ସୋମନଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ଧାରା ୨୯୪ ଅଶ୍ଳୀଳ କାର୍ଯ୍ୟ ଏବଂ ଗୀତ ପାଇଁ ଏବଂ ଆଇଟି ଆକ୍ଟର ଧାରା ୬୭ ଇଲେକ୍ଟ୍ରୋନିକ୍ ମିଡିଆ‌ରେ ଅଶ୍ଳୀଳ ସାମଗ୍ରୀ ପ୍ରକାଶ ଏବଂ ବାଣ୍ଟିବା ବିରୋଧରେ ଲଗାଯାଇଥାଏ।

ଗୋଆ ସୁରକ୍ଷା ମଞ୍ଚ ମିଲିନ୍ଦଙ୍କ ଫଟୋକୁ ନେଇ ଅଭିଯୋଗ କରିବା ପରେ ଏହି ଏତଲା ପଞ୍ଜିକୃତ ହୋଇଛି। ଏହା ପୂର୍ବରୁ ଗୋଆରେ ନଗ୍ନ ସୁଟିଂ ପାଇଁ ମଡେଲ-ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ବିରୋଧରେ ନିକଟରେ ଏକ ଏତଲା ପଞ୍ଜିକୃତ ହୋଇଥିଲା। ସରକାରଙ୍କ ଜଳ କାର୍ଯ୍ୟ ବିଭାଗ ଅଭିଯୋଗ କରିବା ପରେ ପୁନମଙ୍କ ବିରୋଧରେ ଏତଲା ରୁଜୁ ହୋଇଥିଲା । ତେବେ ପୁନମ ପାଣ୍ଡେଙ୍କୁ ଏହି ମାମଲାରେ ଜାମିନ ମିଳିଥିବା ବେଳେ ମିଲିନ୍ଦଙ୍କୁ ଜାମିନ ମିଳୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ