ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଜନତାଙ୍କୁ ଆଶ୍ବସ୍ତି: କମିଛି ପନିପରିବା ଦାମ୍, ଆଗକୁ ଆହୁରି ଶସ୍ତା ହୋଇପାରେ

ନୂଆଦିଲ୍ଲୀ ୨୬/୧୧ : ଦୀପାବଳି ପୂର୍ବରୁ ପନିପରିବା ଦାମ ବୃଦ୍ଧି ପାଇଥିଲା ଯାହାର ପ୍ରଭାବ ଖୁଚୁରା ମୁଦ୍ରାସ୍ଫୀତି ଉପରେ ମଧ୍ୟ ପଡିଥିଲା। ଖୁଚୁରା ମୁଦ୍ରାସ୍ଫୀତି ୭ ମାସରେ ସବୁଠାରୁ ଉଚ୍ଚ ସ୍ଥରରେ ପହଂଚି ଯାଇଥିଲା। କିନ୍ତୁ ବର୍ତ୍ତମାନ ଦୀପାବଳି ପରେ ପନିପରିବା ଦାମ ହ୍ରାସ ପାଇବା ଆରମ୍ଭ ହୋଇଛି। ଶୀତ ଦିନରେ ଅଦାର ଚାହିଦା ସବୁଠାରୁ ଅଧିକ ଥାଏ। ଅଦା ବର୍ତ୍ତମାନ ଶସ୍ତା ଦାମରେ ବିକ୍ରି ହେଉଛି। ଅଦା ବର୍ତ୍ତମାନ କିଲୋ ପ୍ରତି ୩୦ ରୁ ୩୫ ଟଙ୍କା ରହିଛି। ପିଆଜ ଦର ମଧ୍ୟ ନିୟନ୍ତ୍ରଣରେ ଅଛି। ମଟର ଯାହାର ଦାମ କିଲୋ ପ୍ରତି ୧୬୦ ଟଙ୍କାରେ ବିକ୍ରି ହେଉଥିବା ତା ଦାମ ହ୍ରାସ ପାଇ କିଲୋ ପ୍ରତି ୬୦ ଟଙ୍କା ହୋଇଛି। ଦୀପାବଳି ଓ ଛଠ ପୂଜା ପାଇଁ ପନିପରିବା ଚାହିଦା ଅଧିକ ଥିଲା। ଆଗାମୀ ସପ୍ତାହ ପରେ ପିଆଜ ଦର ମଧ୍ୟ ହ୍ରାସ ପାଇପାରେ। ବର୍ତ୍ତମାନ ମଣ୍ଡିରେ ସବୁଠାରୁ ମହଙ୍ଗା ଅଛି ରସୁଣ। ରସୁଣ କିଲୋ ପ୍ରତି ୧୧୦ ରୁ ୧୨୦ ଟଙ୍କାରେ ବିକ୍ରି ହେଉଛି।


ଅପରପକ୍ଷରେ ଦୈନନ୍ଦିନ ଜୀବନରେ ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଆଳୁ ଦାମ ବୃଦ୍ଧି ପାଇଛି। କିନ୍ତୁ ଆଳୁ ଏବେ ବି ମହଙ୍ଗା ଅଛି। ଆଳୁ ଦାମ କମିନାହିଁ। କିନ୍ତୁ ବଜାରକୁ ନୂଆ ଆଳୁ ଆସିବା ପରେ ଲୋକଙ୍କ ପାଖରେ ବିକଳ୍ପ ଅଛି। କିନ୍ତୁ ବର୍ତ୍ତମାନ ନୂଆ ଆଳୁ ମଧ୍ୟ ଶସ୍ତା ନାହିଁ। ଖୁଚୁରା ବ୍ୟବସାୟୀ ମଧ୍ୟ ଆଳୁ କିଲୋ ପ୍ରତି ୩୮ ରୁ ୪୦ ଟଙ୍କାରେ କିଣୁଛନ୍ତି। ଅପରପକ୍ଷରେ ପୁରୁଣା ଆଳୁ କିଲୋ ପ୍ରତି ୫୦ ରୁ ୬୦ ଟଙ୍କା ହୋଇଛି। ଟମାଟୋ ଦାମ ମଧ୍ୟ ସୁଧୁରିଛି। ଟମାଟୋ ଦାମ କିଲୋ ପ୍ରତି ପାଖାପାଖି ୩୦ ଟଙ୍କା ରହିଛି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ