ରାଜ୍ୟ

ଜଙ୍ଗଲ ଜମି ପଟ୍ଟା ପାଇଁ ଆଦିବାସୀଙ୍କ ମେଳି

ମାଲକାନଗିରି: ବିକାଶମୂଳକ ପ୍ରକଳ୍ପ ପାଇଁ ଜଳ, ଜମି, ଜଙ୍ଗଲ ସବୁ ହରାଇଲୁ। କିଛି ପାଇଲୁନି। ବହୁ ଆନ୍ଦୋଳନ ପରେ ମଧ୍ୟ ସରକାର ଆମ ଦାବି ପ୍ରତି କର୍ଣ୍ଣପାତ କରୁନାହାନ୍ତି। ତୁରନ୍ତ ଜଙ୍ଗଲ ଜମି ପଟ୍ଟା, ଗୋଷ୍ଠୀଗତ ପଟ୍ଟା ପ୍ରଦାନ ସହ ପେସା ଆଇନ ଲାଗୁ କର। ନଚେତ୍‌ ଆନ୍ଦୋଳନ ଜୋରଦାର୍ ହେବ। ୧୫ ହଜାରରୁ ଊର୍ଦ୍ଧ୍ବ ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ଏପରି ଚେତାବନୀ ଦେଇଛନ୍ତି। ଏଥି ସହିତ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଜିଲ୍ଲା ଆଦିବାସୀ ସମାଜ ମହାସଂଘର ଦାବି ହେଲା, ଅନୂସୂଚିତ ଜନଜାତିମାନଙ୍କର ସୁରକ୍ଷା ତଥା ପ୍ରୋତ୍ସାହନ ପାଇଁ ଜଙ୍ଗଲ ଅଧିକାର ଆଇନ-୨୦୦୬ ଅନୁଯାୟୀ ବ୍ୟକ୍ତିଗତ ଜଙ୍ଗଲ ଓ ଗୋଷ୍ଠୀଗତ ଜଙ୍ଗଲ ଅଧିକାରକୁ ସରକାର ସ୍ବୀକୃତି ଦେବା ଉଚିତ୍‌। ଏଥି ସହିତ ଅନୁସୂଚିତ ଅଞ୍ଚଳରେ ସ୍ବୟଂ ଶାସନ ତଥା ଆଦିବାସୀ ସମ୍ପ୍ରଦାୟର ଅଧିକାର ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ପେସା ଆଇନ-୧୯୯୬ ପ୍ରଣୟନ କରାଯାଇଛି। ଓଡ଼ିଶା ସରକାର ତୁରନ୍ତ ଏହି ପେସା ଆଇନକୁ ଲାଗୁ କରନ୍ତୁ। ସେହିପରି ପୋଲାଭରମ ଡ୍ୟାମ୍‌ ନିର୍ମାଣ ମାଲକାନଗିରି ଜିଲ୍ଲାର ପଡ଼ିଆ ଓ ମୋଟୁ ଅଞ୍ଚଳରେ ବାସ କରୁଥିବା ଆଦିବାସୀଙ୍କ ପାଇଁ ବଡ଼ ବିପଦ। ଡ୍ୟାମ୍‌ର ଉଚ୍ଚତା ବୃଦ୍ଧିକୁ ଆମେ ଘୋର ବିରୋଧ କରୁଛୁ। ସରକାର ହସ୍ତକ୍ଷେପ କରି ଡ୍ୟାମ୍‌ ଉଚ୍ଚତା କମାଇବା ଦିଗରେ ପଦକ୍ଷେପ ନିଅନ୍ତୁ। ଡ୍ୟାମ୍‌ ଉଚ୍ଚତା ବଢ଼ିଲେ ପଡ଼ିଆ, ମୋଟୁ ଓ ମାଥିଲିର କିଛି ଅଞ୍ଚଳ ଜଳମଗ୍ନ ହେବ। ଯାହାଦ୍ବାରା ଆଦିବାସୀ ବିସ୍ଥାପିତ ହେବା ସହ ଜୀବିକା କ୍ଷୁର୍ଣ୍ଣ ହେବ। ଡ୍ୟ‌ାମ୍‌ ପାଇଁ ଆମେ ଆମର ଜଙ୍ଗଲ ଜମି ଓ ଜନବସତି ଜଳମଗ୍ନ ହେବା ପାଇଁ ଦେବୁ ନାହିଁ। 

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ମହାସଂଘ
ପେସା ଆଇନ ଲାଗୁ ପାଇଁ ତୀବ୍ର ହେଲା ସ୍ବର
ପୋଲାଭରମ ଡ୍ୟାମ୍‌ ଉଚ୍ଚତା କମାଇବାକୁ ଦାବି

ଆଦିବାସୀ ସମାଜ ବାରମ୍ବାର ଓଡ଼ିଶା ସରକାର ଓ ପ୍ରଶାସନକୁ ଜଣାଇବା ସତ୍ତ୍ବେ ଉପରୋକ୍ତ ଦାବି ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇନି। ୩ଟି ଦାବିକୁ ଠିକ୍‌ ଭାବେ କାର୍ଯ୍ୟକାରୀ ନ କଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି। ଆଦିବାସୀ ସମାଜ ମହାସଂଘ ସଭାପତି ବନ୍ଧୁ ମୁଦୁଲିଙ୍କ ନେତୃତ୍ୱରେ ଅନୁଷ୍ଠିତ ସମାବେଶରେ ପୂର୍ବତନ ବିଧାୟକ ମାନସ ମାଡ଼କାମୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ଟାଙ୍ଗୁଲ, କଂଗ୍ରେସ ବିଧାୟକ ପ୍ରାର୍ଥୀ ମାଲା ମାଢ଼ୀ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ନାୟକ, ଦେବେନ୍ଦ୍ର ଖିଲ, ଶରତ ଚନ୍ଦ୍ର ବୁରୁଦା, ଘେନୁ ମୁଦୁଲି, ଈଶ୍ୱର ମାଡକାମୀ, ବୁଦ୍ରା କର୍ତ୍ତାମୀ, ଡ. କାମରାଜ କବାସୀ, ରବୀନ୍ଦ୍ର ମାଢ଼ୀ, ଆଡ଼ମା ରାବା, ଜୟନ୍ତୀ ବୁରୁଦା, ଇର୍ମା ପଡ଼ିଆମୀଙ୍କ ସମେତ ୧୪ଟି ଆଦିବାସୀ ସମାଜର ସଭାପତି, ସମ୍ପାଦକ ଓ କର୍ମକର୍ତ୍ତା ସାମିଲ୍ ହୋଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।