ଅପରାଧ ରାଜ୍ୟ

ଜଙ୍ଗଲରେ ଝୁଲୁଛି ଅଜଣା ମୃତଦେହ, ହତ୍ୟା ସନ୍ଦେହ

ତେଲକୋଇ ୧୯।୦୯ : ଜଙ୍ଗଲରେ ଝୁଲୁଛି ଅଜଣା ମୃତଦେହ । କେନ୍ଦୁଝର ଜିଲ୍ଲା ସମାକୋଇ ସଂରକ୍ଷିତ ଜଙ୍ଗଲର ଧୋବାଡିହା ଜଙ୍ଗଲରୁ ଠାବ ହୋଇଛି ମୃତଦେହ । ତେଲକୋଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ତେବେ ପାରିପାର୍ଶ୍ୱିକ ସ୍ଥିତିରୁ କେହି ହତ୍ୟା କରି ଟାଙ୍ଗୀ ଦେଇଥିବା ସନ୍ଦେହ କରାଯାଉଛି । ମୃତଦେହଟି ୫/୬ ଦିନ ପୂର୍ବରୁ ବୋଲି ଜଣାପଡୁଥିବା ବେଳେ ଜଙ୍ଗଲର ଏକ ଶାଳଗଛରେ ଝୁଲିକି ରହିଛି। ଆଖପାଖ ଗାଁଲୋକେ ଝୁଲନ୍ତା ମୃତଦେହର ପରିଚୟ ଜାଣିନଥିବା ବେଳେ ତେଲକୋଇ ଥାନାରେ ନିଖୋଜ ନେଇ ମଧ୍ୟ କୌଣସି ଅଭିଯୋଗ ହୋଇନଥିବା ପୋଲିସ କହିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।