ଅପରାଧ ରାଜ୍ୟ

ଜଙ୍ଗଲରୁ ମିଳିଲା ମନୁଷ୍ୟ କଙ୍କାଳ, ମାସକ ପୂର୍ବରୁ ନିଖୋଜ ଥିବା ଯୁବକଙ୍କର ସନ୍ଦେହ

ଭୋଗରାଇ ୧୮।୮: ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ନାରାୟଣ ମହାନ୍ତି ପଡ଼ିଆ ପଞ୍ଚାୟତ ଅନ୍ତର୍ଗତ ବାଣୁଆସାହି ବାଲି ଆଡିଆର ଜଙ୍ଗଲରୁ ମନୁଷ୍ୟ କଙ୍କାଳ ଠାବ ହୋଇଛି । କଙ୍କାଳ ଠାବ ହେବା ସ୍ଥାନରୁ କିଛି ଦୂରରେ ଗୋଟିଏ ସ୍ଥାନରେ ସାର୍ଟ, ପ୍ୟାଣ୍ଟ, ବେଲ୍ଟ, ଜୋତା ଆଦି ସାମଗ୍ରୀ ପଡ଼ିଛି । ତେବେ ଏହି କଙ୍କାଳଟି ମାସକ ପୂର୍ବରୁ ନିଖୋଜ ଥିବା ନାରାୟଣ ମହାନ୍ତି ପଡ଼ିଆ ଗ୍ରାମର ମୂଷା ଗିରିଙ୍କ ପୁଅ ନୀଳା ଗିରିଙ୍କର ବୋଲି ସନ୍ଦେହ କରାଯାଇଛି । କଙ୍କାଳ ଠାବ ହେବାର ୨ ଦିନ ପରେ ବି ଏନେଇ ପୋଲିସକୁ କୌଣସି ସୂଚନା ଦିଆଯାଇ ନଥିବାରୁ ଘଟଣାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ବୁଧବାର ଅପରାହ୍ନରେ ଭୋଗରାଇ ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ଗୁରୁବାର ବାଲେଶ୍ବରରୁ ସାଇଣ୍ଟିଫିକ୍ ଟିମ୍ ସହ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ କରିବ ବୋଲି ଭୋଗରାଇ ଥାନା ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ନାରାୟଣ ମହାନ୍ତି ପଡ଼ିଆ ଗ୍ରାମର ନୀଳା ସେହି ଅଞ୍ଚଳରେ ଥିବା ଚିଙ୍ଗୁଡ଼ି ଘେରିରେ କାମ କରୁଥିଲେ । ଗତ ଜୁନ୍ ୨୮ତାରିଖରେ ତାଙ୍କ ଭାଇ ଗୋପାଳଙ୍କ ବାହାଘର ହେବାକୁ ଥିବା ବେଳେ ବଡ଼ ଭାଇ ନରେନ୍ଦ୍ର ଚିଙ୍ଗୁଡି ଘେରି ମାଲିକଙ୍କ ପାଖକୁ ଯାଇ କିଛି ଦିନ ଛୁଟି ଆଣିବା ସହ କିଛି ଟଙ୍କା ଅଗ୍ରୀମ ଆଣି ଭାଇ ନୀଳାକୁ ସାଥିରେ ଘରକୁ ନେଇଆସିଥିଲେ । ବାହାଘର ପରେ ବଡ଼ ଭାଇ ତାଙ୍କୁ ପୁଣି ସେଠାରେ କାମ କରିବାକୁ ଯିବାକୁ କହିଥିବା । କିନ୍ତୁ ନୀଳା ମନା କରିଥିଲେ । ଫଳରେ ବଡ଼ ଭାଇ ଓ ନୀଳାଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ସହ ଗଣ୍ଡଗୋଳ ହୋଇଥିଲା । ପରେ ନୀଳା ରାଗରେ ଘର ଛାଡ଼ି କୁଆଡେ ଚାଲି ଯାଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ନୀଳାକୁ ପାଇନଥିଲେ । ଏନେଇ ପରିବାର ପକ୍ଷରୁ ପୋଲିସ ନିକଟରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି ।

ତେବେ ମଙ୍ଗଳବାର କିଛି ସ୍ଥାନୀୟ ଲୋକେ ବାଣୁଆସାହି ବାଲି ଆଡିଆର ଜଙ୍ଗଲରେ ଏକ ମନୁଷ୍ୟ କଙ୍କାଳ ପଡିଥିବା ଦେଖିବାକୁ ପାଇଥିଲେ । ଏହି କଙ୍କାଳର କିଛି ଦୂରରେ ନିଖୋଜ ନୀଳା ପିନ୍ଧୁଥିବା ପୋଷାକ, ଜୋତା, ବେଲ୍ଟ, ମୋବାଇଲ କଭର ସହିତ ଅନ୍ୟାନ୍ୟ ସାମଗ୍ରୀ ପଡିଥିବା ଦେଖି ଭୟଭୀତ ହୋଇଯାଇଥିଲେ । ଏହା ନିଖୋଜ ନୀଳାର କଙ୍କାଳ ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରୁଥିବା ଜଣାପଡ଼ିଛି । ମଙ୍ଗଳବାରଠାରୁ ଏହି ଖବର ଗାଁରେ ପ୍ରଚାରିତ ହୋଇଥିଲେ ମଧ୍ୟ ବୁଧବାର ମଧ୍ୟାହ୍ନ ପର୍ଯ୍ୟନ୍ତ ପୋଲିସକୁ ଏନେଇ କୌଣସି ଖବର ଦିଆଯାଇ ନଥିଲା । ବୁଧବାର ଅପରାହ୍ନରେ ଭୋଗରାଇ ଥାନା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ବାଲେଶ୍ଵର ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ସୂଚନା ଦେଇଥିଲେ । ଏହା ସହିତ ସେହି କଙ୍କାଳ ନିକଟରେ ପୋଲିସ ମଧ୍ୟ ମୁତୟନ କରାଯାଇଛି । ଗୁରୁବାର ବାଲେଶ୍ବରରୁ ପୋଲିସର ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଆସି ତଦନ୍ତ କରିବେ ବୋଲି ଜଣାପଡିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।