ଅପରାଧ ରାଜ୍ୟ

ଜଙ୍ଗଲରୁ ମିଳିଲା ବିବାହିତ ମହିଳାଙ୍କ ମୃତଦେହ, ଥାନାରେ ସ୍ୱାମୀ ଅଟକ

କଳାହାଣ୍ଡି ୧୭।୦୫: ଜଙ୍ଗଲରୁ ବିବାହିତ ମହିଳାଙ୍କ ମୃତଦେହ ଉଦ୍ଧାର । କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ନୁନ୍‌ ମାଠ୍‌ ପଞ୍ଚାୟଚ ଲମ୍ବଟି ଜଙ୍ଗଲରୁ ଠାବ ହୋଇଛି ମୃତଦେହ । ଯେଉଁ ଅବସ୍ଥାରେ ରେ ତାଙ୍କର ମୃତ ଦେହ ମିଳିଛି, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ତେବେ ମୃତ ମହିଳାଙ୍କ ପରିବାରର ଅଭିଯୋଗ ଅନୁଯାୟୀ, ମହିଳାଙ୍କୁ ତାଙ୍କ ସ୍ଵାମୀ ହତ୍ୟା କରିଛନ୍ତି । ବିବାହିତା ମହିଳା ଜଣକ ତାଙ୍କ ସ୍ଵାମୀଙ୍କ ପ୍ରଥମ ସ୍ତ୍ରୀ । ପୂର୍ବରୁ ମଧ୍ୟ ଥରେ ମହିଳାଙ୍କୁ ନିର୍ଯାତନା ଦିଆଯାଇଥିଲା । ଯାହାଫଳରେ କି ସେ କିଛି ଦିନ ପାଇଁ ମା ଘରକୁ ଚାଲିଯାଇଥିବା କହିଛନ୍ତି ମୃତ ମହିଳାଙ୍କ ମା ଅଭିଯୋଗ କରିଛନ୍ତି । ମୃତ ମହିଳାଙ୍କ ସ୍ଵାମୀଙ୍କୁ ସନ୍ଦେହରେ କେସିଙ୍ଗା ପୋଲିସ ଅଟକ ରଖିଛି । କେସିଙ୍ଗା ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।