ରାଜ୍ୟ ସ୍ୱାସ୍ଥ୍ୟ

ଜଗିବାକୁ କେହି ନାହିଁ, ଜୀବନ ନେଉଛନ୍ତି ବନ୍ୟଜନ୍ତୁ

ଭୁବନେଶ୍ବର : ଦୁଇ ସପ୍ତାହ ହେଲା ଜଙ୍ଗଲରେ ଫୁଟ୍‌-ପାଟ୍ରୋଲିଂ ହେଉନି। ବନ କର୍ମଚାରୀମାନେ ବନ୍ୟଜନ୍ତୁଙ୍କୁ ଅନୁସରଣ କରୁନାହାନ୍ତି। ହାତୀ, ବାଘ, କଲରାପତରିଆ, ଭାଲୁ କେଉଁଆଡ଼େ ଯାଉଛନ୍ତି ଜଗିବାକୁ କେହି ନାହିଁ। ବନ୍ୟଜନ୍ତୁଙ୍କ ପରିଚାଳନା ପାଇଁ ଥିବା ଆପ୍‌ ରିପୋର୍ଟିଂ ବନ୍ଦ ହୋଇଯାଇଥିବାରୁ ଲୋକଙ୍କ ପାଇଁ ଏବେ ବିପଦ ମାଡ଼ି ଆସିଛି। କେନ୍ଦୁଝରଠାରୁ ନୂଆପଡ଼ା ପର୍ଯ୍ୟନ୍ତ ସବୁ ଜିଲ୍ଲାରେ ବନ୍ୟଜନ୍ତୁଙ୍କ ପ୍ରାଦୁର୍ଭାବ ବଢ଼ିଛି। ରାତି ଅଧରେ ହାତୀ କାହା ଘର ଭାଙ୍ଗୁଛନ୍ତି ତ ଆଉ କାହା ଜମିରେ ପଶି ପନିପରିବା ନଷ୍ଟ କରୁଛନ୍ତି। ଉପାନ୍ତରେ ହାତୀଙ୍କ ଆକ୍ରମଣରେ ଗୋଟିଏ ପରେ ଗୋଟିଏ ଜୀବନ ଯାଉଛି। ରାଜଧାନୀ ଉପକଣ୍ଠରେ ୭ ଦିନ ହେଲା ହାତୀ ଉତ୍ପାତ କରୁଥିଲେ ମଧ୍ୟ ଘଉଡ଼ାଇବାକୁ କେହି ଆସୁ ନ ଥିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ ଗତ ୧୨ ଦିନ ମଧ୍ୟରେ ହାତୀ ଆକ୍ରମଣରେ ୮ରୁ ଅଧିକ ଜୀବନ ଗଲାଣି ଏବଂ ଅନେକ ଆହତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ଚମ୍ପୁଆ, ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ, ସୁନ୍ଦରଗଡ଼ ଜିଲ୍ଲା ବଣାଇ, ଦେବଗଡ଼ ଜିଲ୍ଲାର ବାରକୋଟ, ମୟୂରଭଞ୍ଜ ଜିଲ୍ଲାର କେମୁଣ୍ଡିଆ ଅଞ୍ଚଳରେ ହାତୀ ଆକ୍ରମଣରେ ଲୋକଙ୍କ ଜୀବନ ଯାଇଛି। ଉପାନ୍ତ ଅଞ୍ଚଳରେ ହାତୀଙ୍କ ଉପଦ୍ରବ ହେତୁ କିଛି ବ୍ୟକ୍ତି ଏବେ ମଧ୍ୟ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।

କେବଳ ହାତୀ ନୁହ‌ନ୍ତି, ଦୁଇ ସପ୍ତାହ ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ଭାଲୁ ଜଙ୍ଗଲରୁ ବାହାରି ଜନବସତି ମୁହାଁ ହୋଇଛନ୍ତି। ଭାଲୁ ଆକ୍ରମଣରେ ଏକାଧିକ ଲୋକ ଆହତ ହୋଇଛନ୍ତି। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍‌ ଗୋଡ଼ାଲ ପଞ୍ଚାୟତ ଅନ୍ତର୍ଗତ ଖଲନା ଗ୍ରାମରେ ଭାଲୁ ବୁଲୁଥିବାର ଦୃଶ୍ୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି। ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ଯଦି ଜୁନ୍‌ ମାସ କଥା ଦେଖିବା ତେବେ ଭାଲୁ ଆକ୍ରମଣରେ ୫ଜଣ ଆହତ ହୋଇଛନ୍ତି ଏବଂ ଗାଡ଼ି ଧକ୍କାରେ ଗୋଟିଏ ଭାଲୁର ଜୀବନ ଯାଇଛି। ସେପଟେ କେନ୍ଦ୍ରାପଡ଼ା ଜିଲ୍ଲାରେ କୁମ୍ଭୀର ଆତଙ୍କ ଜାରି ରହିଛି। ଗତ ୧୮ ଦିନ ମଧ୍ୟରେ କୁମ୍ଭୀର ଆକ୍ରମଣରେ ଜିଲ୍ଲାର ୩ ଜଣଙ୍କ ଜୀବନ ଗଲାଣି। କିଛିଦିନ ତଳେ ବ୍ରାହ୍ମଣୀ ନଦୀରେ ଶୌଚ ହେଉଥିବା ବେଳେ ଜଣେ ବୃଦ୍ଧଙ୍କୁ କୁମ୍ଭୀର ଟାଣି ନେଇଥିଲା। କୁମ୍ଭୀର ଟାଣି ନେବାର ୬ ଘଣ୍ଟା ପରେ ନଦୀରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ନଦୀରେ କୁମ୍ଭୀର ଚଳପ୍ରଚଳ କରୁଥିବା ନେଇ ବନ ବିଭାଗ ପକ୍ଷରୁ କୌଣସି ସତର୍କ କରାଯାଇ ନ ଥିଲା କି ସଚେତନ କରାଯାଇ ନାହିଁ। ଫଳରେ ଲୋକଙ୍କ ଜୀବନ ପ୍ରତି ଏବେ ବିପଦ ମାଡ଼ି ଆସିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ