ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଜଗା ଦର୍ଶନ କରିବାକୁ ଆସୁଥିବା ଭକ୍ତ ପିନ୍ଧନ୍ତୁ ମାସ୍କ, ନହେଲେ ଦେବେ ଜରିମାନା: ପୁରୀ ପୁଲିସକୋଭିଡ ସମୀକ୍ଷା ନେଇ ଶ୍ରୀମନ୍ଦିର ଚତୁପାର୍ଶ୍ବରେ ପୁରୀ ପୁଲିସର ସ୍ବତନ୍ତ୍ର ଅଭିଯାନ

ପୁରୀ/ଭୁବନେଶ୍ବର: କରୋନା ଭାଇରସ ସଂକ୍ରମଣ ବୃଦ୍ଧି ‌ଦେଖାଯାଇଥିବାରୁ ରାଜ୍ୟରେ କଟକଣାକୁ ଆହୁରି ଜୋରଦାର୍‌ କରିଦିଆଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ପୁଲିସ ରାଜ୍ୟରେ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି। ଏହି ଦୃଷ୍ଟିରୁ ଶ୍ରୀମନ୍ଦିର ଚତୁପାର୍ଶ୍ବରେ ଆଜି ସ୍ବତନ୍ତ୍ର ଅଭିଯାନ ଚଳାଇଛି ପୁରୀ ପୁଲିସ। ତେବେ ପୁରୀ ପୁଲିସ ସାଧାରଣ ଜନତାଙ୍କ ନିକଟରେ ଅପିଲ କରିଛି ଯେ, ଜଗା ଦର୍ଶନ ପାଇଁ ପୁରୀ ଆସୁଥିବା ସମସ୍ତ ଶ୍ରଦ୍ଧାଳୁ ମାସ୍କ ପିନ୍ଧନ୍ତୁ। ମାସ୍କ ପିନ୍ଧି ନଥିଲେ ଜରିମାନା ଦେବାକୁ ପଡ଼ିବ। ମାସ୍କ ଯାଂଚ ନେଇ ପୁଲିସ ଏବେ ସ୍ପତନ୍ତ୍ର ଅଭିଯାନ ଚଳାଇଛି। ତେଣୁ ମାସ୍କ ପିନ୍ଧି ଜରିମାନା ଦେବାରୁ ମୁକ୍ତ ରୁହନ୍ତୁ।


ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ସ୍ବତନ୍ତ୍ର ଅଭିଯାନ ନେଇ ପୁଲିସ ମହାନିର୍ଦ୍ଦେଶକ ଅଭୟଙ୍କୁ ଆଦେଶ ଦେଇଥିିଲେ। ମୁଖ୍ୟମନ୍ତ୍ରୀଙ୍କ ଆଦେଶ ପରେ ଡିଜିପି ରାଜ୍ୟର ସମସ୍ତ ଏସ୍‌ପି ଓ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସ୍ବତନ୍ତ୍ର ଅଭିଯାନ ସମୟରେ ଲୋକେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ବ କିଭଳି ଭାବେ ପାଳନ କରୁଛନ୍ତି, ସେନେଇ କଡ଼ା ନଜର ଦେବାକୁ ଡିଜିପି ନିର୍ଦ୍ଦେଶ ଦେଇଥିିଲେ। ଏସଂପର୍କରେ ଆଇନଶୃଙ୍ଖଳା ଏଡିଜିଙ୍କୁ ଦୈନିକ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ହୋଇଛି।

ସୂଚନାଯୋଗ୍ୟ ରାଜ୍ୟରେ କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଭିଡିଓ କନଫରେନ୍‌ସିଂ ଜରିଆରେ ହୋଇଥିବା ଏହି ବୈଠକରେ ସେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯଥେଷ୍ଟ ସଂଖ୍ୟକ ପୁଲିସ କର୍ମୀଙ୍କୁ ନିୟୋଜିତ କରିବାକୁ ସେ ଆଦେଶ ଦେଇଥିଲେ। ଆଗାମୀ ୧୦ ଦିନ ପର୍ଯ୍ୟନ୍ତ କରୋନା କଟକଣା ସାରା ରାଜ୍ୟରେ କଡ଼ାକଡ଼ି ପାଳନ କରିବାକୁ ପରାମର୍ଶ ଦେଇଥିଲେ

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ