କଳା ଓ ସଂସ୍କୃତି ରାଜ୍ୟ ସ୍ପେଶାଲ ରିପୋର୍ଟ

ଜଗନ୍ନାଥମୟ ହେଲା ପୂରା ପରିବେଶ

ଭୁବନେଶ୍ବର: ‘ତ୍ରିଧାରା’ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ୧୪ତମ ଦେବପ୍ରସାଦ ସମ୍ମାନ ପ୍ରଦାନ ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି। ପ୍ରଥମ ପ୍ରସ୍ତୁତିରେ ତ୍ରିଧାରା ଅନୁଷ୍ଠାନର କଳାକାରଙ୍କ ଦ୍ବାରା ପରିବେଷିତ ଜଗନ୍ନାଥଷ୍ଟକମ୍ ନୃତ୍ୟ ପ୍ରୋକ୍ଷାଳୟକୁ ଜଗନ୍ନାଥମୟ କରିଦେଇଥିଲା। ଗୁରୁ ଗଜେନ୍ଦ୍ର ପଣ୍ଡା ଏହାର ନୃତ୍ୟ ନିର୍ଦ୍ଦେଶନା ଦେଇଥିବା ବେଳେ ସୁକାନ୍ତ କୁଣ୍ଡୁ ସଂଗୀତ ଓ ଗୁରୁ ଧନେଶ୍ବର ସ୍ବାଇଁ ବାଦ୍ୟ ନିର୍ଦ୍ଦେଶନା ଦେଇଥିଲେ।

‘ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ’ ଗୀତରୁ ଆରମ୍ଭ ହୋଇଥିଲା ଆଜି ସଂଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ। ଏହାପରେ ମାଲେସିଆରୁ ଆସିଥିବା ଓଡ଼ିଶୀ ନୃତ୍ୟ ଶିଳ୍ପୀ ଗୀତିକାଶ୍ରୀ ‘ସୂର୍ଯ୍ୟାଷ୍ଟକମ୍’ ନୃତ୍ୟ ପରିବେଷଣ କରିଥିଲେ। ପରେ କଟକ କଳା ବିକାଶ କେନ୍ଦ୍ରର ନୃତ୍ୟଶିଳ୍ପୀମାନଙ୍କ ଦ୍ବାରା ଦଳଗତ ନୃତ୍ୟ ‘ଲକ୍ଷ୍ମୀ ନୃସିଂହ ଧ୍ୟାନ’ ଥିଲା ଅନ୍ୟତମ ଆକର୍ଷଣ। ଏହାପରେ ମଧ୍ୟପ୍ରଦେଶର କଣ୍ଠଶିଳ୍ପୀ ଆଂଶିକା ଚୌହାନ ଗଜଲ ଗାୟନ କରିଥିଲେ। ତବଲା ବାଦକ ଅନସୁଲ ପ୍ରତାପ ସିଂ ଏକକ ତବଲା ବାଦନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଗଞ୍ଜାମ ଜିଲ୍ଲାର ପାରମ୍ପରିକ ସଖୀ ନାଟ ପରିବେଷିତ ହୋଇଥିଲା।

କାର୍ଯ୍ୟକ୍ରମରେ ନୃତ୍ୟଶିଳ୍ପୀ ଡ. ମନୋଜ କୁମାର ବେହେରାଙ୍କୁ ‘ଗୁରୁ ଦେବପ୍ରସାଦ ସମ୍ମାନ’ ଓ ଆଲୋକ ବିଶୋୟୀଙ୍କୁ ‘ଗୁରୁ ଦେବପ୍ରସାଦ ଯୁବ କଳାକାର’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରଫୁଲ୍ଲ ସାମଲ, ନୃତ୍ୟ ସମାଲୋଚକ ନୀତା ବିଦ୍ୟାର୍ଥୀ, ଆର୍ଟ ଭିଜନର ସଚିବ ଇଲିୟାନା ସିତାରିଷ୍ଟ, ବିଶିଷ୍ଟ ଓଡ଼ିଶୀ ନୃତ୍ୟ ବିଶାରଦ ରାମଲି ଇବ୍ରାହିମ, ଚିନ୍ତା ଓ ଚେତନାର ସଚିବ ସୁରେନ୍ଦ୍ର କୁମାର, ପାରାଦୀପ ଫସଫେଟ୍ ଲିମିଟେଡ ଅଧିକାରୀ ସୁଧିରଞ୍ଜନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠାନର ସଂପାଦକ ସୀମାଞ୍ଚଳ ପଣ୍ଡା ସ୍ବାଗତ ଭାଷଣ ଦେଇଥିବା ବେଳେ ଗୁରୁ ଗଜେନ୍ଦ୍ର ପଣ୍ଡା ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମକୁ ଡ. ସଙ୍ଗୀତା ଗୋସାଇଁ ପରିଚାଳନା କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,