ରାଜ୍ୟ

ଜଗତସିଂହପୁର ସହରରେ ଆଲୋଡ଼ନ: ୧୫ ଦିନର ଶିଶୁପୁତ୍ରକୁ ୧୦ ହଜାରରେ ବିକ୍ରି!

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ
ଜଗତସିଂହପୁର ଟାଉନ୍ : ଜଗତସିଂହପୁର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟଠାରୁ ମାତ୍ର ୫୦ ମିଟର ଦୂରରେ ୧୫ ଦିନର ଶିଶୁପୁତ୍ରକୁ ବିକ୍ରି କରାଯାଇଥିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ତେବେ ଚାଇଲ୍ଡଲାଇନ୍ ଓ ପୁଲିସ ତତକ୍ଷଣାତ୍ ତନାଘନା କରି ଶିଶୁପୁତ୍ରୁକୁ ଉଦ୍ଧାର କରିଛି। ଉଦ୍ଧାର ଶିଶୁପୁତ୍ରକୁ ଶିଶୁ କଲ୍ୟାଣ ସମିତିରେ ହାଜର କରାଯିବା ପରେ ଶିଶୁ ଆଶ୍ରମକୁ ହସ୍ତାନ୍ତର କରାଯାଇଛି। ଏହା ପରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଶିଶୁପୁତ୍ରର ଚିକିତ୍ସା ଆରମ୍ଭ ହୋଇଛି। ଘଟଣା ସହ ସମ୍ପୃକ୍ତ ଜଣେ ଯୁବକକୁ ପୁଲିସ ଅଟକ ରଖି ପଚରାଉଚରା ଚଳାଇଛି। ଚାଇଲ୍ଡଲାଇନ୍ ପକ୍ଷରୁ ଦିଆଯାଇଥିବା ଏତଲା ଆଧାରରେ ପୁଲିସ ଅନୁସନ୍ଧାନ ଚଳାଇଛି।

ସୂଚନା ଅନୁସାରେ, ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଠାରୁ ଅଳ୍ପ ଦୂର ତ୍ରିନାଥ ମନ୍ଦିର ପଛ ପାଖରେ ରହୁଥିବା କେଳା ସମ୍ପ୍ରଦାୟରେ ଗତ ଜାନୁଆରି ୨୧ ତାରିଖରେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଜନ୍ମ ନେଇଥିବା ଶିଶୁପୁତ୍ରକୁ ୧୦ ହଜାର ଟଙ୍କାରେ ବିକ୍ରି କରାଯାଇଥିବା ନେଇ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଚାଇଲ୍ଡଲାଇନକୁ ଫୋନ୍ କରି ଜଣାଇଥିଲେ। ପୋକପୁର ଅଞ୍ଚଳର ଜଣେ ମଧ୍ୟସ୍ଥିଙ୍କ ଜରିଆରେ ଚାନ୍ଦୋଳ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଏହି ଶିଶୁପୁତ୍ର ବିକ୍ରି କରାଯିବା ପାଇଁ ଡିଲ୍ ହୋଇଥିଲା ବୋଲି ସୂଚନା ମିଳିଥିଲା। ଖବର ପାଇ ଚାଇଲ୍ଡ ଲାଇନ ଅଧିକାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଖୋଳତାଡ଼ ପରେ ଜଣାପଡ଼ିଲା ପୋକପୁର ଅଞ୍ଚଳର ଟୁଲୁ ମଲ୍ଲିକଙ୍କ ପାଖରେ ଶିଶୁପୁତ୍ରଟି ଅଛି। ତେଣୁ ଖବର ଦେଇଥିବା ବ୍ୟକ୍ତିଙ୍କ ସୂଚନା ପକ୍କା ଥିଲା ବୋଲି ସ୍ପଷ୍ଟ ହୋଇ ଯାଇଥିଲା।

ପୁଲିସ ଓ ଚାଇଲ୍ଡଲାଇନ୍ ମିଳିତ ଭାବେ ପୋକପୁରରେ ପହଞ୍ଚି ଶିଶୁପୁତ୍ରକୁ ଉଦ୍ଧାର କରିବା ସହ ତାକୁ ନେଇଥିବା ଟୁଲୁ ମଲ୍ଲିକଙ୍କୁ ଥାନାକୁ ଆଣିଥିଲେ। ଏହା ପରେ ଚାଇଲ୍ଡଲାଇନ୍‌ ସଂଯୋଜକ ନରେଶ ଗୋଚ୍ଛାୟତ ଥାନାରେ ଘଟଣା ସଂକ୍ରାନ୍ତରେ ଲିଖିତ ଅଭିଯୋଗ କରିଥିଲେ। ବେଆଇନ ଭାବେ ଶିଶୁପୁତ୍ରକୁ ତାର ପିତାମାତା ଟୁଲୁଙ୍କୁ ହସ୍ତାନ୍ତର କରିଥିଲେ ବୋଲି ଉଲ୍ଲେଖ କରାଯାଇଛି। କେଉଁ ପରିସ୍ଥିତିରେ ଶିଶୁପୁତ୍ରକୁ ହସ୍ତାନ୍ତର କରାଯାଇଥିଲା ଓ ଏଥିପାଇଁ ଅର୍ଥ କାରବାର ହୋଇଛି କି ନାହିଁ? ସେ ନେଇ ପୁଲିସ ଅନୁସନ୍ଧାନ ଚଳାଇଛି। ସୂଚନାଦାତାଙ୍କ ସବୁ ତଥ୍ୟ ସତ ହୋଇଥିବା ବେଳେ ବିକ୍ରି କଥାକୁ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଏଡ଼ାଇ ଦିଆଯିବା ଠିକ୍ ନୁହେଁ ବୋଲି କୁହାଯାଉଛି। ପୁଲିସ ଏ ଦିଗରେ ତଦନ୍ତ କଲେ ସତ୍ୟାସତ୍ୟ ପଦାକୁ ଆସି ପାରିବ ବୋଲି ସ୍ଥାନୀୟ ଅଞ୍ଚଳର ଲୋକ କହିଛନ୍ତି। ଏହା ପଛରେ ଯଦି କିଛି ରୢାକେଟ୍‌ ଥିବ ତାହା ମଧ୍ୟ ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି।

ଶିଶୁପୁତ୍ରକୁ ଉଦ୍ଧାର କରିବା ପରେ ପୁଲିସ ଶିଶୁ କଲ୍ୟାଣ ସମିତି(ସିଡବ୍ଲୁସି) ନିକଟରେ ହାଜର କରାଇଥିଲା। ସିଡବ୍ଲୁସିଙ୍କ ନିର୍ଦ୍ଦେଶ ଅନୁସାରେ ଶିଶୁପୁତ୍ରକୁ ଶିଶୁ ଆଶ୍ରମକୁ ହସ୍ତାନ୍ତର କରାଯାଇଛି। ତୁରନ୍ତ ମେଡିକାଲ୍ ଚିକିତ୍ସା କରାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସିଡବ୍ଲୁସିରେ ଶିଶୁପୁତ୍ରର ଜେଜେ ମା କହିଛନ୍ତି ଯେ, ପିଲାକୁ ଚଳାଇବା ତାଙ୍କ ପକ୍ଷେ ସମ୍ଭବପର ନୁହେଁ। ତେଣୁ ସବୁଦିନ ପାଇଁ ଶିଶୁ ଆଶ୍ରମକୁ ହସ୍ତାନ୍ତର କରାଯାଉ। ଅନ୍ୟପକ୍ଷରେ ପିଲାର ବାପା-ମା ଆସି ନ ଥିବାରୁ ଜେଜେମାଙ୍କ ବୟାନ ଆଧାରରେ କୌଣସି ନିଷ୍ପତ୍ତି ନିଆଯାଇ ପାରିବ ନାହିଁ ବୋଲି ସିଡବ୍ଲୁସି ଅଧ୍ୟକ୍ଷା ବିଶ୍ବେଶ୍ବରୀ ମହାନ୍ତି କହିଛନ୍ତି। ବାପା-ମା ହାଜର ହୋଇ ବୟାନ ଦେବା ପରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମତୀ ମହାନ୍ତି ସୂଚନା ଦେଇଛନ୍ତି। ସେହିପରି ଜଗତସିଂହପୁର ଥାନାଧିକାରୀ ଶୁଭ୍ରାଂଶୁ ପରିଡ଼ା କହିଛନ୍ତି, ଅଭିଯୋଗ ହସ୍ତଗତ ହୋଇଥିଲେ ମଧ୍ୟ କି ପଦକ୍ଷେପ ନିଆଯିବ, ତାହାର ଆଇନଗତ ବିଚାରବିମର୍ଶ କରାଯାଉଛି। ପିଲାକୁ କେଉଁ ପରିସ୍ଥିତିରେ ବେଆଇନ ଭାବେ ଦିଆଗଲା ତାହାର ମଧ୍ୟ ଅନୁସନ୍ଧାନ କରାଯାଉଛି। ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହୋଇଯିବ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।