ରାଜନୀତି ରାଜ୍ୟ

ଜଗତସିଂହପୁର ବିଜେଡି ରାଜନୀତିରେ ହଟଚମଟ

ଜଗତସିଂହପୁର : ବିଜେଡି ଜିଲ୍ଲା ଉପସଭାପତି ଭାବେ ଜ୍ୟୋତିକାନ୍ତ ପରିଡ଼ା (ବାପୁ)ଙ୍କ ମନୋନୟନକୁ ନେଇ ଜଗତସିଂହପୁର ଜିଲ୍ଳା ରାଜନୀତି ସରଗରମ ହୋଇଛି। ବାପୁଙ୍କ ମନୋନୟନକୁ ନେଇ ଶାସକ ଦଳର ଦୁଇ ବିଧାୟକ ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ପଟେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ବାପୁଙ୍କୁ ଉପସଭାପତି କରାଯିବା ଘଟଣାକୁ ବିରୋଧ କରିବା ସହ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ବାପୁଙ୍କ ନାମ ପ୍ରସ୍ତାବ ଦେଇଥିବା ଅଭିଯୋଗ କରିଛନ୍ତି। ପ୍ରଶାନ୍ତ କିନ୍ତୁ ସମ୍ବିତ୍‌ଙ୍କ ଅଭିଯୋଗକୁ ଅସ୍ବୀକାର କରିଛନ୍ତି।

ସୂଚନାଯୋଗ୍ୟ ଯେ ୨୦୦୯ ମସିହାରୁ ବାପୁ ବିଜେଡିର ଜଣେ ସକ୍ରିୟ କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି। କିନ୍ତୁ ଆଜି ବାପୁଙ୍କୁ ନେଇ ବିଜେଡି ଭିତରେ କନ୍ଦଳ ସାମ୍ନାକୁ ଆସିଛି। ସମ୍ବିତ କହିଛନ୍ତି ଯେ ବାପୁଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ରହିଛି। ସେଥିପାଇଁ ସେ ତାଙ୍କ ନାଁ ଜିଲ୍ଲାର କୌଣସି ପଦବି ପାଇଁ ସୁପାରିସ କରି ନଥିଲେ। ମାତ୍ର ତାଲିକା ପ୍ରକାଶ ପାଇବା ପରେ ସେଥିରେ ବାପୁଙ୍କ ନାଁ ଦେଖି ସେ ନିଜେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏ ନେଇ ସେ ବିଧ‌ାୟକ ପ୍ରଶାନ୍ତ ମୁଦୁଲିଙ୍କୁ ପଚାରିଥିଲେ। ସେ ତାଙ୍କ ନାଁ ଦେଇଥିବା କହିଛନ୍ତି ସମ୍ବିତ। କେବଳ ସେତିକି ନୁହେଁ, ସେ ଦେଇଥିବା ୪ଟି ନାଁରୁ ୨ ଜଣଙ୍କ ନାଁକୁ କାଟି ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି।

ବିରୋଧ କଲେ ପାରାଦୀପ ବିଧାୟକ ସମ୍ବିତ; ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଦାୟୀ କଲେ
ସବୁ ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଛି: ବାପୁ

ଅନ୍ୟପଟେ ପ୍ରଶାନ୍ତ କହିଛନ୍ତି ଯେ ସେ ଏବେ ଜିଲ୍ଲା ସଭାପତି ଦାୟିତ୍ବରେ ନାହାନ୍ତି କି ତାଙ୍କ ସମୟରେ ଏହି ତାଲିକା ପ୍ରସ୍ତୁତ କରାଯାଇନଥିଲା। ଏଣୁ ସେ କେମିତି କାହା ନାଁ ସୁପାରିସ କରିପାରି‌ବେ ବୋଲି ପ୍ରଶାନ୍ତ ଓଲଟା ପ୍ରଶ୍ନ କରିଛନ୍ତି।

ଏ ସଂପର୍କରେ ବାପୁ କହିଛନ୍ତି ଯେ, ତାଙ୍କ ବିରୋଧରେ ବର୍ତ୍ତମାନ ଗୋଟିଏ ହେଲେ ବି ମାମଲା ନାହିଁ। ସବୁ ମାମଲାକୁ କୋର୍ଟ ଖାରଜ କରିବା ସହ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ବର୍ତ୍ତମାନ ସେ ଦଳର ଜଣେ ଶୃଙ୍ଖଳିତ କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି। ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ତାଙ୍କୁ ସମର୍ଥନ କରୁଥିବା ବେଳେ, ବିଧାୟକ ସମ୍ବିତଙ୍କ ସହ ମଧ୍ୟ ତାଙ୍କର ବେଶ୍ ଭଲ ସମ୍ପର୍କ। ମାତ୍ର ‌ସମ୍ବିତ ଏବେ କାହିଁକି ଏମିତି କହୁଛନ୍ତି, ସେ ବୁଝି ପାରୁ ନାହାନ୍ତି ବୋଲି ବାପୁ କହିଛନ୍ତି।

ବିଜେଡିର ଆଭ୍ୟନ୍ତରୀଣ ରାଜନୀତିରେ ଏଭଳି ଟଣାଓଟରା ଚାଲିଥିବା ବେଳେ ଏ ସଂପର୍କରେ ବିଜେପି ନେତା ସମ୍ପଦ ସ୍ବାଇଁ କହିଛନ୍ତି ଯେ, ବିଧାୟକ ସମ୍ବିତ ରାଉତରାୟ ସମ୍ପୂର୍ଣ୍ଣ ମିଛ କହୁଛନ୍ତି। ତାଙ୍କ ସୁପାରିସ ବିନା ବାପୁ ପରିଡ଼ାଙ୍କୁ ଜିଲ୍ଲା ବିଜେଡିରେ ପଦବି ମିଳିବା ଅସମ୍ଭବ। ବିଜେଡି ସର୍ବଦା ଭୋଟ ହାତେଇବା ପାଇଁ ଅସାମାଜିକ ଓ ଗୁଣ୍ଡା ଶ୍ରେଣୀ‌ର ଲୋକମାନଙ୍କୁ ବ୍ୟବହାର କରେ। ପୂର୍ବରୁ ବିଧାୟକଙ୍କ ବାପା ଦାମ ରାଉତଙ୍କ ସହ ବାପୁଙ୍କ ସମ୍ପର୍କ ବୋଧହୁଏ କାହାକୁ ଅଛପା ନାହିଁ। ଏଣୁ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ବୋଲି ସମ୍ପଦ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର