ରାଜ୍ୟ

ଜଗତସିଂହପୁର ଜିଲ୍ଲା ରାଜନୀତି: କଂଗ୍ରେସ ଶିବିରରେ ଉତ୍ସାହ ନାହିଁ

ଜଗତସିଂହପୁର: ଗୋଟିଏ ସମୟରେ କଂଗ୍ରେସର ଗଡ଼ ଥିଲା ଜଗତସିଂହପୁର। ହେଲେ ଧୀରେ ଧୀରେ ଦଳ ନିଷ୍କ୍ରିୟ ସ୍ଥିତିକୁ ଆସିଲାଣି। ଏମିତି ଯେ ନିର୍ବାଚନ ପାଇଁ ବିଜେଡି-ବିଜେପି ପାଗ ଭିଡ଼ୁଥିବା ବେଳେ କଂଗ୍ରେସର ଟାଣୁଆ ନେତାଙ୍କ କ୍ଷେତ୍ରରେ ମଧ୍ୟ ସ୍ଥାଣୁତା ଜଳ ଜଳ। ଏହା ସ୍ଥାନୀୟ କଂଗ୍ରେସ କର୍ମୀଙ୍କୁ ନିରାଶ କଲାଣି। ସବୁଠୁ ଅଧିକ ଦ୍ବନ୍ଦ୍ବ ପୂର୍ବତନ ବିଧାୟକ ଚିରଂଜୀବ ବିଶ୍ବାଳଙ୍କୁ ନେଇ ଲାଗି ରହିଛି। ଚିରଂଜୀବ ପୂର୍ବରୁ ତିର୍ତ୍ତୋଲ ଓ ଜଗତସିଂହପୁରରୁ ବିଧାୟକ ନିର୍ବାଚିତ ହୋଇଛନ୍ତି। ହେଲେ ୨୦୧୯ରେ ପରାଜୟ ପରେ ବିଭିନ୍ନ ସମୟରେ ସେ ଦଳ ଛାଡ଼ିବା ନେଇ ଚର୍ଚ୍ଚା ଚାଲିଛି। ଏସବୁ ଭିତରେ କଂଗ୍ରେସ ଦଳ ଶୀର୍ଷ ନେତୃତ୍ବ ଏହି ହେଭିୱେଟ୍ ନେତାଙ୍କୁ କିଛି ଦିନ ପାଇଁ ନିଲମ୍ବିତ କରିଦେଲେ। ଅବଶ୍ୟ ଏବେ ତାଙ୍କ ଉପରୁ ନିଲମ୍ବନ ହଟିଛି। କିନ୍ତୁ ତା’ ପରେ ବି ଚିରଂଜୀବି ଏଯାଏ ନିଜର କାର୍ଯ୍ୟକ୍ରମ ଆରମ୍ଭ କରି ନାହାନ୍ତି। ପାଦେ ଆଗକୁ ଯାଇ କହିଲେ, ଚିରଂଜୀବ ବିଜେଡି ଯିବେ ବୋଲି ଚର୍ଚ୍ଚା ବଢ଼ୁଛି।

ସେହିଭଳି ପୂର୍ବରୁ ପାରାଦୀପ ନିର୍ବାଚନମଣ୍ଡଳୀରେ କଂଗ୍ରେସର ନେତୃତ୍ବ ନେଇ ଆସୁଥିବା ଅରିନ୍ଦମ ସର୍ଖେଲ (ବାପି) ଦୁଇ ବର୍ଷ ହେଲା ‘ଆମ ପାରାଦୀପ ଆମ ପ୍ରଗତି’ ବ୍ୟାନରରେ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। କଂଗ୍ରେସ ସେଠାରେ ଏକପ୍ରକାର ଦିଗହରା ହୋଇଯାଇଛି। ବାଲିକୁଦା-ଏରସମାରେ ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର ସେତିକି ସକ୍ରିୟ ନାହାନ୍ତି।
ଅନ୍ୟପଟେ ବିଜେଡି ଓ ବିଜେପି ନିଜର ରଣକୌଶଳ ପ୍ରସ୍ତୁତି‌ରେ ଲାଗି ପଡିଛନ୍ତି। ବିଜେଡିର ଶୀର୍ଷ ନେତୃତ୍ବ ନିୟମିତ ବ୍ୟବଧାନରେ ଜଗତସିଂହପୁର ଗସ୍ତ କରୁଛନ୍ତି। ଫେବ୍ରୁଆରି ୧୬ରେ କୁଜଙ୍ଗ ବ୍ଲକର ଢିଙ୍କିଆରେ ଜେଏସ୍‌ଡବ୍ଲୁ ଉତ୍କଳ ଷ୍ଟିଲର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାର ବଡ଼ ପ୍ରଭାବ ପଡ଼ିବ ବୋଲି କୁହାଯାଉଛି। ସେପଟେ ବିଜେପିର କେନ୍ଦ୍ରୀୟ ଓ ରାଜ୍ୟ ନେତା ତୃଣମୂଳସ୍ତରକୁ ଓହ୍ଲାଇଲେଣି। ଖୁବ୍‌ କମ୍‌ଦିନ ବ୍ୟବଧାନରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ଜଗତସିଂହପୁର ଗସ୍ତ ଦଳୀୟ କର୍ମୀଙ୍କ ମନୋବଳକୁ ବୃଦ୍ଧି କରିଥିବା ଦେଖିବାକୁ ମିଳିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।