ଅପରାଧ ରାଜ୍ୟ

ଜଗତପୁର ଶିଳ୍ପାଞ୍ଚଳରେ ବୀଭତ୍ସ ହତ୍ୟାକାଣ୍ଡ: ମହିଳାଙ୍କୁ ମାରି ଦ୍ବିତୀୟ ସ୍ବାମୀ ଫେରାର!

କଟକ: ଜଗତପୁର ଶିଳ୍ପାଞ୍ଚଳରେ ଥିବା ତ୍ରିନାଥ ସାହିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ମହିଳାଙ୍କ ନାଁ କବିତା ବେହେରା ଓ ତାଙ୍କ ବୟସ ୪୩ ବର୍ଷ। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

ଖବର ପାଇ ଘଟଣାସ୍ଥଳରେ ଜଗତପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, କବିତା କିଛି ଦିନ ତଳେ ଦ୍ଵିତୀୟ ବିବାହ କରିଥିଲେ। ତାଙ୍କ ସ୍ୱାମୀ କରୁଣାକର ମହାଳିକଙ୍କ ସହ କବିତାଙ୍କର ନିୟମିତ କଳହ ଲାଗି ରହୁଥିଲା। ଗତକାଲି ରାତିରେ ଉଭୟଙ୍କ ମଧ୍ୟରେ ବଚସା ହୋଇ ଥିବା ମଧ୍ୟ ଜଣାପଡ଼ିଛି। ଏଣେ କରୁଣାକର ଫେରାର ଅଛନ୍ତି। ଫଳରେ ସ୍ୱାମୀଙ୍କ ଉପରେ ପୁଲିସର ସନ୍ଦେହ ଘନୀଭୂତ ହୋଇ। ପୁଲିସ କରୁଣାକରଙ୍କୁ ଖୋଜିବା ଲାଗି ପ୍ରଚେଷ୍ଟା ଆରମ୍ଭ କରିଥିବା ଜଣାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।