ଅପରାଧ ରାଜ୍ୟ

ଜଗତପୁର ପୋଲିସର ଚଢାଉ, ୨୩୦ ବସ୍ତା ହାଡ କୋକ ଜବତ

ସାଲେପୁର ୨୭/୦୫: ଜଗତପୁର ପୋଲିସ ଚାଢାଉ କରି ପାଗା ଛକନ ନିକଟରୁ ଏକ ପିକଅପ୍ ଭ୍ୟାନରୁ ପ୍ରାୟ ୨୩୦ ବସ୍ତା ବେଆଇନ ହାଡ଼ କୋକ ଜବତ କରିଛି।ଜବତ କୋଇଲା ମୂଲ୍ୟ ଲକ୍ଷ ଧିକ ଟଙ୍କା ହେବବୋଲି ଜଣାପଡିଛି । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ପାଗା ଛକ ନିକଟରେ । ପୋଲିସ ଗାଡ଼ିଟିକୁ ଜବତ କରିବା ସମୟରେ କୌଶଳ କ୍ରମେ ବ୍ୟବସାୟୀ ସେଠାରୁ ଫେରାର ହୋଇଯାଇଥିଲା ।

ମିଳିଥିବା ଖବର ମୁତାବକ ଗୋପିନାଥପୁରରୁ ପାଗା ଅଭିମୁଖେ ଯାଉଥିବା ଚୋରା ହାଡ କୋକ କୈାଣସି ସୂତ୍ରରୁ ଜଗତପୁର ପୋଲିସ ଖବର ପାଇ ପାଗା ଛକରେ ଜଗି ରହିଥିଲେ । ତେବେ ପୋଲିସ କୁ ଦେଖି ଗାଡ଼ି ଦୃତ ଗତିରେ ଚାଲିଯିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ପିଛା କରୁଥିବା ଦେଖି ଗାଡ଼ି ଡ଼୍ରାଇଭର ଗାଡ଼ି ଛାଡି ଫେରାର ହୋଇଯାଇଥିଲା ।

ପୋଲିସ ତଦନ୍ତରେ ଏହି ଚୋରା ବ୍ୟବସାୟ କରୁଥିବା ପୂର୍ବକଛର ଧନେଶ୍ଵର ସାହୁ ପୋଲିସ ସୂଚନା ଦେଇଛି । ଧନେଶ୍ଵର ଦୀର୍ଘ ଦିନ ହେବ ପୂର୍ବକଛ ଅଞ୍ଚଳରେ ଏହି ଚୋରା କୋଇଲା ବ୍ୟବସାୟ କରିଆସୁଛି । ଏହି ଚୋରା କାରବାରରେ ଲାଗୁଥିବା ଏକ ବାଇକ୍ କୁ ଜବତ କରିଛି ପୋଲିସ । ଖୁବ୍ ଶୀଘ୍ର ଅଭିଯୁକ୍ତ ଧରିବ ବୋଲି ପୋଲିସ ସୂଚନା ଦେଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।