ଅପରାଧ ରାଜ୍ୟ

ଛେଳି ଚୋର କହି ମାଡ଼, ନାବାଳକର ଆତ୍ମହତ୍ୟା

ଫୁଲବାଣୀ: ଫିରିଙ୍ଗିଆ ବ୍ଲକ ସାଡ଼ିଙ୍ଗିଆ ପଞ୍ଚାୟତ କଟାପଙ୍ଗା ଗାଁରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ୧୭ ବର୍ଷର ନାବାଳକକୁ ଛେଳି ଚୋର କହି ମାଡ଼ ମାରିବା ସହ ଗାଁରେ ସର୍ବସମ୍ମୁଖରେ ଅପମାନିତ କରି ୪ ହଜାର ଟଙ୍କା ଜରିମାନା କରିବାରୁ ଲଜ୍ଜା ସହିନପାରି ନାବାଳକ ଜଣକ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭଯୋଗ କରିଛନ୍ତି। ମୃତ ନାବାଳକ ଜଣକ କଟାପଙ୍ଗା ଗାଁର ମହିପାଳ ରଣାଙ୍କ ପୁଅ ଜିତୁ ରଣା ବୋଲି ଜଣାପଡ଼ିଛି। ଖବର ପାଇ ଥାନା ଅଧିକାରୀ ତପନ କୁମାର ନାହାକ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ପଠାଇଥିବା ଜଣାପଡ଼ିଛି। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ପରିବାର ଲୋକଙ୍କ ଅଭିଯୋଗ ପ୍ରକାରେ ମୃତ ନାବଳକ ଜଣକ ସୋମବାର ଦିନ ପାହିରେଜୁ ଗାଁରେ ଥିବା ନିଜ ଭଉଣୀ ଘରକୁ ଯାଇ କଟାପଙ୍ଗାକୁ ଏକ ବାଇକରେ ଫେରୁଥିଲେ। ଏହି ସମୟରେ ବନ୍ଦାଡ଼ଣି ନିକଟରେ ଏକ ଛେଳି ବାଇକ୍‌ରେ ଲାଗି ଆହତ ହୋଇଯାଇଥିଲା I ମୃତ ଯୁବକ ଜଣକ ଆହତ ଛେଳିକୁ ଚିକତ୍ସା ପାଇଁ ବାଇକ୍‌ରେ ତାଙ୍କର ଅନ୍ୟ ଜଣେ ସାଙ୍ଗ ସହ ସାଡ଼ିଙ୍ଗିଆ ନେଇ ଆସୁଥିବା ବେଳେ ବନ୍ଦାଡଣି ଗାଁ ର କିଛି ଲୋକ ଛେଳି ଚୋରି କରି ଆଣୁଛୁ କହି ନିର୍ଧୁମ ମାଡ଼ ମାରିଥିଲେ I ପରେ ଗାଁ ଲୋକ ଏକ ବୈଠକ କରି ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତିରେ ମୃତ ନାବାଳକର ପିତାଙ୍କୁ ଡାକି ବୈଠକ ମଝିରେ ଉଭୟ ବାପା ଓ ପୁଅକୁ ଗାଳିଗୁଲଜ କରି ଅପମାନିତ କରିବା ସହ ୪ ହଜାର ଟଙ୍କା ଜରିମାନା କରିଥିଲେ I ଏହି ଘଟଣାକୁ ନେଇ ମୃତ ନାବାଳକ ଜଣକ ତାଙ୍କ ବାପା ଘରେ ନଥିବା ସମୟରେ ମଙ୍ଗଳବାର ଦିନ ପ୍ରାୟ ୧୨ ଟା ସମୟରେ ଗାଁ ପାଖ ଜଙ୍ଗଲରେ ଥିବା ଏକ ଗଛରେ ଆତ୍ମହତ୍ୟା କରିଥିବା ପରିବାର ଲୋକ  ଅଭିଯୋଗ କରିଛନ୍ତି I

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।