ଅପରାଧ ରାଜ୍ୟ

ଛେଳି ଚୋରି କରିବାକୁ ଆସି ଫସିଗିଲେ ଲୁଟେରା, ଧରାପଡି ଖାଇଲେ ନିର୍ଦ୍ଧୁମ ଛେଚା

ନୀଳଗିରି ୨୧/୧୦: ଗୁରୁବାର ଛେଳି ଓ ମୋବାଇଲ ଚୋରି କରିବାକୁ ଆସି ଧରାପଡି ଛେଚା ଖାଇଲେ ଦୁଇ ଯୁବକ । ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଦେଖିବାକୁ ମିଳିଛି ।

ମଧ୍ୟରାତ୍ରରେ ଉଦଳା ଆଡୁ ଏକ ବୋଲେରୋ ଗାଡ଼ିରେ ୫ ଯୁବକ ଛେଳି ଚୋରି କରି ଆସୁଥିଲେ । ସଜନାଗଡ଼ ଭାଲୁକାଶୁଣି ଜଙ୍ଗଲରେ ଦମ୍ପତ୍ତି ଏକ ବାଇକରେ ଫେରୁଥିବା ସମୟରେ ତାଙ୍କୁ ଦୁର୍ବୃତ୍ତ ମାନେ ଅଟକାଇ ଭ୍ୟାନିଟି ବ୍ୟାଗ ଓ ମୋବାଇଲ ଛଡାଇ ଆଣିଥିଲେ । ପରେ ଅନ୍ୟ ଏକ ଗାଡି ଆସିବାରୁ ମହିଳା ଜଣକ ସବୁ କଥା କହିଥିଲେ । ସେ ଫୋନ କରିଦେବାରୁ ଘାଟଘର ସାହି ଅଞ୍ଚଳରେ ବୋଲେରୋ ଗାଡି ସହ ଦୁର୍ବୃତ୍ତମାନଙ୍କୁ ଅଞ୍ଚଳବାସୀ ଅଟକାଇ ଥିଲେ ।

ମାରଣାସ୍ତ୍ର ଦେଖାଇ ୨ଜଣ ଯୁବକ ଖସି ଯାଇଥିବା ବେଳେ ୩ଜଣଙ୍କୁ ଅଟକ ରଖିଥିଲେ । ତେବେ ସେହି ୩ ଜଣଙ୍କୁ ଖୁଣ୍ଟିରେ ବାନ୍ଧି ନିର୍ଦ୍ଧୁମ ଛେଚିଛନ୍ତି ଅଞ୍ଚଳବାସୀ । ପରେ ନୀଳଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୩ ଜଣ ଚୋରଙ୍କୁ ଉଦ୍ଧାର କରି ଗାଡିଟିକୁ ଜବତ କରିଛନ୍ତି । ଆଜି ଗିରଫ ଚୋରଙ୍କୁ କୋର୍ଟ ଚାଲାଣ କରାଯିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।