ଅପରାଧ ରାଜ୍ୟ

ଛେଳି ଚରାଇବାକୁ ଯାଇ ଫେରିନଥିଲେ ଯୁବକ; ୨ ଦିନ ପରେ ନଦୀ ପଠାରୁ ମୃତଦେହ ଉଦ୍ଧାର

ଦାରିଙ୍ଗବାଡି ୧୬/୦ ୯ : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଝିଞ୍ଜିରିଗୁଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ନଦୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ବୁଡୁ ମହାଙ୍କୁଡ଼(୪୨)। ସେ ଝିଞ୍ଜିରିଗୁଡ଼ା ଗାଁର ବାସିନ୍ଦା। ଖବର ଅନୁସାରେ, ବୁଧବାର ପ୍ରାୟ ୧୦ ଟା ବେଳେ ଛେଳି ଗୋଠ ନେଇ ଗାଁରୁ ପ୍ରାୟ ଦେଢ଼ କିମି ଦୂର ଜଙ୍ଗଲକୁ ଯାଇଥିଲେ। ସେଠାରୁ ଗାଧେଇବା ପାଇଁ ପାଖରେ ଥିବା ସର୍ଗିଦର ନଦୀକୁ ଯାଇଥିଲେ ।ଅସାବଧାନତା ହେତୁ ତାଙ୍କର ଗୋଡ଼ ଖସିଯିବାରୁ ନଦୀରେ ବଢ଼ି ପାଣିରେ ସେ ଭାସିଯାଇଥିଲେ। ଗାଧୁଆ ତୋଠରୁ ପ୍ରାୟ ୧୦୦ ମିଟର ଭାସି ଯାଇଥିବା ବେଳେ ପାଣିର ପ୍ରଖର ସୁଅ ଯୋଗୁଁ ନଦୀରେ ଥିବା ପଥର ରେ ଆଘାତ ଲାଗି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ବୁଧବାର ଦିନ ଛେଳି ଗୋଠ ନେଇ ଆଉ ଘରକୁ ନଫେରିବାରୁ ପରିବାର ଲୋକେ ବହୁତ ଖୋଜା ଖୋଜି କରିବା ପରେ ନଦୀ କୂଳରୁ ତାଙ୍କର ମୃତ ମିଳିଛି। ପରେ ବ୍ରାହ୍ମଣୀଗାଁ ଥାନାରେ ଖବର ଦିଆ ଯାଇଥିଲେ। ଖବର ପାଇ ଥାନାଧିକାରୀ ଚାପଧାରୀ ପ୍ରଧାନଙ୍କ ନିର୍ଦ୍ଦେଶରେ ଉପଆରକ୍ଷୀ ଅଧିକାରୀ ଅମରେନ୍ଦ୍ର ସୁବୁଦ୍ଧି ପୋଲିସ ବାହିନୀ ସହ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି,ପରିବାର ଲୋକେ ଚିହ୍ନଟ କରିବା ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି। ପରେ ଶବ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ଡାକ୍ତରଖାନାକୁ ପଠାଯାଇଛି ବୋଲି ଥାନାଧିକାରୀ କହିଛନ୍ତି। ବୁଡୁଙ୍କ ମୃତ୍ୟୁରେ ତାଙ୍କ ପରିବାର ଲୋକେ ସମ୍ପୂର୍ଣ୍ଣ ନିଃସହାୟ ହୋଇ ପଡିଛନ୍ତି। ତାଙ୍କ ବୁଢା ବାପା, ସ୍ତ୍ରୀ ଓ ଦୁଇଟି ପିଲା ଥିବା ଅଛନ୍ତି। ସେପଟେ ପରିବାରରେ ଆଉ ରେହି ରୋଜଗାର କ୍ଷମ ବ୍ୟକ୍ତି ନାହାନ୍ତି। ତେଣୁ ପିଲାଙ୍କ ଭବିଷ୍ୟତ ପାଇଁ ପ୍ରଶାସନ ସହଯୋଗର ହାତ ବଢ଼ାଇବାକୁ ସ୍ତ୍ରୀ ରୀନା ମହାକୁଡ଼ ନିବେଦନ କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।